ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ଟ୍ରେଲର ହେଲା ରିଲିଜ

ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ସୁତାରିୟାଙ୍କ ମୋଷ୍ଟ ଅବଡେଟ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ର ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ଖୁବ୍ ଏକ୍ସସାଇଟେଡ ଅଛନ୍ତି। ଏହି ଫିଲ୍ମ ୨୦୧୨ ମସିହାରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ର ଦ୍ବିତୀୟ ପାର୍ଟ। ଏଥିରେ କରନ ଜୋହର ପ୍ରଯୋଜନା କରିଥିବା ବେଳେ ପୁତିନ ମଲହୋତ୍ରା ନିର୍ଦ୍ଧେଶନା କରିଥିଲେ। ଏହା ପରେ ବର୍ତ୍ତମାନ ଏହି ଫିଲ୍ମର ପାର୍ଟ ୨ ରିଲିଜ ହେବାକୁ ଯାଉଛି।

student of the year2ପ୍ରଥମ ଫିଲ୍ମରେ ଆଲିଆ ଭଟ୍ଟ, ସିଦ୍ଧାର୍ଥ ମଲହୋତ୍ରା ଏବଂ ବରୁନ ଦାବନ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଭିନୟ କରିବା ପରେ ଏହି ତିନି ଜଣ ୟଙ୍ଗ ଷ୍ଟାର ବଲିଉଡରେ ହିଟ ହୋଇଯାଇଥିଲେ। ବର୍ତ୍ତମାନ ଷ୍ଟୁଡେଣ୍ଟ ଅଫ ଦି ଇୟର ୨ ଫିଲ୍ମରେ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ ଡେବ୍ୟୁ କରିବାକୁ ଯାଉଛନ୍ତି। ଚଂକୀ ପାଣ୍ଡେଙ୍କର ଝିଅ ହେଉଛନ୍ତି ଅନନ୍ୟା ପାଣ୍ଡେ।

ଏହି ଫିଲ୍ମରେ ନିଜ ଝିଅ ଅଭିନୟ କରିବା ନେଇ ଚଂକୀ ପାଣ୍ଡେ ଖୁବ୍ ଏକ୍ସସାଇଟେଡ ଅଛନ୍ତି। ବର୍ତ୍ତମାନ ଫିଲ୍ମର କିଛି ପୋଷ୍ଟର ଦେଖିବାକୁ ମିଳିଛି, ଯେଉଁଥିରେ ତାରା, ଅନନ୍ୟା ଏବଂ ଟାଇଗର ସ୍କୁଲ ଡ୍ରେସରେ ଥିବାର ଦେଖିବାକୁ ମିଳିଛନ୍ତି ତ କେତେବେଳେ କାଜୁଆଲ ଗେଟପରେ ଦେଖାଯାଉଛନ୍ତି। ଆଜି ହିଁ ଏହି ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି।