ଅସଫଳତାରୁ ସଫଳତା , ଜାଣନ୍ତୁ କିପରି ଥିଲା ଏହି ଷ୍ଟାରଙ୍କ କାହାଣୀ

ରାଜକୁମାର ରାଓ, ସୋନି ଟିଭି ର ସୁପର ଡ଼୍ୟାନ୍ସ ସୋ-୩ ରେ ତାଙ୍କ ଫିଲ୍ମୀ ‘ଏକ ଲଡ଼କୀ କୋ ଦେଖା ତୋ ଏସା ଲଗା’ର ପୁରା ଟିମ୍‌ ସହିତ ଫିଲ୍ମୀ ର ପ୍ରମୋସନ କରୁଥିବାର ନଜର ଆସିଛନ୍ତି । ଏହି ଅବସରରେ ସୋନମଙ୍କ ସହ ରାଜକୁମାର ଉକ୍ତ ଫିଲ୍ମୀ ଗୀତରେ ପରର୍ଫମ କରିଥିଲେ ଏବଂ ତାଙ୍କୁ ଡ଼୍ୟାନ୍ସ କରୁଥିବାର ଦେଖି ସବୁ ଦର୍ଶକ ଆଶ୍ଚର୍ଯ୍ଯ ହୋଇଯାଇଥିଲେ। କାରଣ ରାଜକୁମାର ରାଓଙ୍କ  ପରର୍ଫମାନ୍ସ ଖୁବ୍‌ ଚମତ୍କାର ଥିଲା।rajkumar

ରାଜକୁମାରଙ୍କ ଏହି ଟ୍ୟାଲେଣ୍ଟ ଏପଯ୍ୟର୍ନ୍ତ କାହିଁକି କିଏ ବ୍ୟବହାର କରିନାହାନ୍ତି ବୋଲି ଗୀତା କପୂର କରିଥିଲେ। ଏହି ସମୟରେ ରାଜକୁମାର ତାଙ୍କର ସଂଘର୍ଷ ଦିନ ବିଷୟରେ କହିଥିଲେ କି ,ଯେବେ ମୁଁ ୧୦ବର୍ଷର ଥିଲି ସେହି ସମୟରେ ମୁଁ ଗୁଡ଼୍‍ଗାଓଁ ରୁ ମୁମ୍ବାଇ ଆସିଥିଲି ବୁଗିବୁଗି ରେ ଭାଗନେବା ପାଇଁ। ସେହି ସମୟରେ ବୁଗିବୁଗି ସବୁଠାରୁ ବଡ଼ ରିୟଲିଟି ସୋ ଥିଲା।

rajkumar-1

କିନ୍ତୁ ଅଡ଼ିସନ ଦେବା ପରେ ରାଜକୁମାର ରାଓଙ୍କୁ ଏହି ସୋ ପାଇଁ ରିଜେକ୍ଟ କରି ଦିଆଯାଇଥିଲା। ତେବେ କହିବାକୁ ଗଲେ ଯଦି ରାଜକୁମାର ରାଓ ଙ୍କୁ ସେହି ସମୟରେ ରିଜେକ୍ଟ କରାଯାଇନଥାନ୍ତା, ତେବେ ଏଭଳି ସୁପରଷ୍ଟାର ଆଜି ଆମ ପାଖରେ ନଥାନ୍ତେ। ରାଜକୁମାର କହିଥିଲେ ପ୍ରଥମେ ସେ ଜଣେ ଭଲ ଡ଼୍ୟାନ୍ସର ହେବା ପାଇଁ ଇଚ୍ଛା ରଖିଥିଲେ। ସେହି ସମୟରେ ତାଙ୍କର ସ୍ୱପ୍ନ ପୂରଣ ହୋଇନାହିଁ ଯାହା ବହୁତ ଭଲ ହୋଇଥିଲା, ନଚେତ୍‌ ଆଜି ସେ ଯେଉଁ ଯାଗାରେ ଅଛନ୍ତି ସେ ଯାଗାରେ କେବେ ବି ପହଞ୍ଚି ପାରିନଥାନ୍ତେ। ରାଜକୁମାର ରାଓଙ୍କ ବ୍ୟତୀତ ବଲିଉଡ଼ର ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ରିୟାଲିଟି ସୋ’ ରୁ ନିଜର କ୍ୟାରିୟର ଆରମ୍ଭ କରି ଆଜି ସୁପରଷ୍ଟାର୍‌ ହୋଇପାରିଛନ୍ତି।arijit

ଅରିଜିତ୍ ସିଂହ :

ଅରିଜିତ୍ ସିଂହ , ସୋନିଟିଭି ର ଏକ ରିୟାଲିଟି ସୋ’ ଫେମ ଗୁରୁକୂଳ ର ଅଂଶ ଥିଲେ। ଏହି ସୋ ରେ ଅରିଜିତ୍ ୫ମ ସ୍ଥାନରେ ରହିଥିଲେ । ସେହି ସୋ’ର ବିଜେତା ଥିଲେ କାଜି ତୈକିର୍‌ ଏବଂ ରୂପରେଖା ବାନାର୍ଜୀ।ayushman1

ଆୟୁଷ୍ମାନ ଖୁରାନା :

ଆୟୁଷ୍ମାନ ଖୁରାନା ଜଣେ ଭିଜେ ଥିଲେ ଏବଂ ଏମ୍‌ ଟିଭି ର ସୋ ରୋଡ଼ିଜ ରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କ ଭାଗ୍ୟ ର ସାଥ୍‌ ଯୋଗୁ ଆଜି ସେ ଯେଉଁ ଯାଗାରେ ଅଛନ୍ତି ସେ ବିଷୟରେ ଆପଣମାନେ ଜାଣିଥିବେ।devoleena

ଦେବୋଲିନା ଭଟ୍ଟାଚାର୍ଯ୍ୟ:

ଆପଣ  ଗୋପୀ ବୋହୂ ଦେବୋଲିନା ଭଟ୍ଟାଚାର୍ଯ୍ୟ ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ ଅଡ଼ିସନରେ ରିଜେକ୍ଟ ହୋଇଯାଇଥିଲେ। କିନ୍ତୁ ତାଙ୍କର ସାହାସ ସେଠାରେ କମିଯାଇନଥିଲା ।divyanka

ଦିବ୍ୟାଙ୍କା ତ୍ରିପାଠୀ :

ବନୁ ମେଁ ତେରି ଦୁଳ୍ଲହ୍ନ ରୁ ଦିବ୍ୟାଙ୍କା ତ୍ରିପାଠୀ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସର୍ବ ପ୍ରଥମେ ସେ ଜି ସିନେଷ୍ଟାରର ଖୋଜ  ନାମକ ଏକ ଆକ୍ଟିଙ୍ଗ ସୋରେ ଭାଗନେଇଥିଲେ।monali

ମୋନାଲି ଠାକୁର୍‌ :

ମୋନାଲି ଠାକୁର୍‌ ବର୍ତ୍ତମାନ ଜଣାଶୁଣା ନାମ। ସେ  ନାଗେସ କୁଙ୍କୁର୍‌ଙ୍କ ପିଲ୍ମୀ ଲକ୍ଷ୍ମୀ ରେ ହିରୋଇନ ଥିଲେ। ମୋହ ମୋହ କେ ଢାଗେ ପାଇଁ ର୍ସେ ନ୍ୟାସନାଲ୍‌ ଆଓ୍ଵାଡ଼ ପାଇଥିଲେ। କିନ୍ତୁ ପ୍ରଥମେ ମୋନାଲି ଇଣ୍ଡିଆନ୍‌ ଆଇଡ଼ଲ ରେ ଭାଗ ନେଇଥିଲେ।shekhar

ଶେଖର ଖଜିୟାନୀ :

ବିଶାଲ ଶେଖର ଙ୍କ ସାଥୀ ବିଶିଷ୍ଟ ମ୍ୟୁଜିକ୍‌  ଡ଼ାଇରେକ୍ଟର ଶେଖର ଖଜିୟାନୀ ପ୍ରଥମେ ସାରେଗାମାପା ରେ ଭାଗ ନେଇଥିଲେ ।ପରେ ତାଙ୍କୁ ଲତା ମଙ୍ଗେସକର୍‌ ଏବଂ ନୌସାଦ ଜୌସି ଜଜ୍‌ କରିଥିଲେ।Rannvijay1

ରଣବିଜୟ ସିଂହ ସିଂନ୍ଧା :

ଏମ୍‌ଟିଭି ଏବଂ ଫିଲ୍ମୀ ରେ ନଜର ଆସୁଥିବା ରଣବିଜୟ ସିଂହ ସିଂନ୍ଧା ରୋଡ଼ିଜ୍‌ ରେ ଭାଗନେଇଥିଲେ। ଏହି ସୋ ରେ ବିଜେତା ନିଜେ ରଣବିଜୟ ସିଂହ ହୋଇଥିଲେ।miyang

ମିୟାଂଗ ଚାଙ୍ଗ :

ମିୟାଂଗଚାଙ୍ଗୟସରାଜ ଫିଲ୍ମୀ ର ଅଶଂ ଥିଲେ ଏବଂ ୟସରାଜ ର ଦୁଇ ଫିଲ୍ମୀ ରେ ନଜର ଆସିଥିଲେ। କିନ୍ତୁ ଏହି ସବୁ ଠାରୁ ପ୍ରଥମେ ଚୌଂଗ ଇଣ୍ଡିଆନ ଆଇଡ଼ଲ୍‌ ରେ ଭାଗ ନେଇଥିଲେ।rithvik

ଋତ୍ୱିକ୍‌ ଧନଜାନୀ :

ଋତ୍ୱିକ୍‌ ଧନଜାନୀଆଜି ଟିଭି ପରଦାରେ ସୁପରଷ୍ଟାର ହୋଇପାରିଛନ୍ତି । କିନ୍ତୁ ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଯେଉଁଠି ଟପ୍‌ ୧୦୦ ରେ ବି ନିଜର ସ୍ଥାନ ରଖିପାରିନଥିଲେ।

Remo DSouza

ରେମୋ ଡ଼ିସୁଜା :

ରେମୋ ଡ଼ିସୁଜା ପ୍ରଥମେ ରିୟଲିଟି ସୋ ଏବଂ ପିଲ୍ମୀ ରେ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍ସର ଥିଲେ। କେବେ ଶାହାରୁଖ୍‌ ଖାଁ ତ କେବେ ଉର୍ମିଲା ମାତୋଣ୍ଡକରଙ୍କ ପଛରେ ଡ଼୍ୟାନ୍ସ କରୁଥିବାର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.