ମନୋରଂଜନ

ଉର୍ଫି ଜାଭେଦଙ୍କୁ ‘ଘଟିଆ’ କହିଲେ ସୁଧାଂଶୁ ପାଣ୍ଡେ, ରାଗିଯାଇ ଅଭିନେତ୍ରୀ କହିଲେ – ନିଜର ସୋ ଦେଖି କିଛି ଶିଖନ୍ତୁ

ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ସମସ୍ତେ ଜାଣନ୍ତି ଯେ ଉର୍ଫି ଯେକୌଣସି ଜିନିଷରେ ତିଆରି ପୋଷାକ ପିନ୍ଧି ପାରିବେ। କିନ୍ତୁ ଦୀପାବଳିରେ ଉର୍ଫି ଏକ ଟପଲେସ୍ ଭିଡିଓ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଲଡୁ ଖାଇବାବେଳେ, ଟପଲେସ୍ ଉର୍ଫି ଦୀପାବଳି ଶୁଭକାମନା ଦେଇଥିଲେ, ତା’ପରେ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ ହୋଇ ଯାଇଥିଲେ । ଟିଭିର ଲୋକପ୍ରିୟ ସୋ ‘ଅନୁପମା’ର ବନରାଜ ଅର୍ଥାତ୍ ସୁଧାଂଶୁ ପାଣ୍ଡେ ମଧ୍ୟ ଉର୍ଫିଙ୍କ ଏହି ଷ୍ଟାଇଲକୁ ପସନ୍ଦ କରୁନଥିବା ବେଳେ କ୍ରୋଧରେ ସେ ଅଭିନେତ୍ରୀଙ୍କୁ ଘଟିଆ ବୋଲି କହିଛନ୍ତି।

ସୁଧାଂଶୁ ପାଣ୍ଡେଙ୍କ ଏହି ମନ୍ତବ୍ୟରେ ରାଗିଯାଇ ଉର୍ଫି ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ୍ ଲେଖି ଏକ ଉପଯୁକ୍ତ ଜବାବ ଦେଇଥିଲେ ଏବଂ ଅଭିନେତାଙ୍କୁ ନିଜର ସୋ ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ଉର୍ଫି ଜାଭେଦ ପ୍ରତିଦିନ ସୋସିଆଲ ମିଡିଆରେ ଆକ୍ଟିଭି ରହିଥାନ୍ତି ସେଥିପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଡ୍ରେସିଂ ସେନ୍ସ କାରଣରୁ ସେ ପ୍ରତିଦିନ ଟ୍ରୋଲ ହୋଇଥାନ୍ତି । କିନ୍ତୁ ଉର୍ଫି ଏ ସବୁ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଦୀପାବଳିରେ ଉର୍ଫିଙ୍କ ପୋଷାକ ବିଷୟରେ ସୁଧାଂଶୁ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ ‘ମୁଁ ତାଙ୍କୁ ଅନୁସରଣ କରେ ନାହିଁ, ତଥାପି ମୁଁ ପ୍ରତିଦିନ ଏପରି ଖରାପ ଜିନିଷ ଦେଖିବାକୁ ପାଏ । ମତେ ଏସବୁ ଦେଖି ରାଗ ଆସିଥାଏ ।

ଉର୍ଫି ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଥିଲେ ଏବଂ ତା’ପରେ ଏକ ନୋଟ୍ ଲେଖିଥିଲେ । ଇନଷ୍ଟା ଷ୍ଟୋରୀରେ ସେୟାର କରି ସୁଧାଂଶୁ ପାଣ୍ଡେଙ୍କୁ ଏକ ଜବାବ ଦେଇଥିଲେ । ଉର୍ଫି ଲେଖିଛନ୍ତି, ‘ବିଡମ୍ବନାର ବିଷୟ, ଅନୁପମା ଏମିତି ଏକ ସୋ ଯେଉଁଥିରେ ମହିଳା ସଶକ୍ତିକରଣ ବିଷୟରେ ଦର୍ଶାଯାଇଛି । ଯେଉଁଠାରେ ଏହା ଦର୍ଶାଯାଇଛି ଯେ ମହିଳା ସମାଜର ଆଦର୍ଶକୁ ଭାଙ୍ଗନ୍ତି । ତୁମେ ତୁମର ସୋ ସୁଧାଂଶୁ କାହିଁକି ଦେଖୁନାହଁ? ସେଥିରୁ କିଛି ଶିଖ । କେବଳ ଏତିକି ନୁହେଁ, ଉର୍ଫି ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କର ଫଟୋ ଗୁଡ଼ିକର ଏକ ରିଲ୍ ତିଆରି କରିଛନ୍ତି ଏବଂ କହିଛନ୍ତି ‘ମୋ ମା କୁହନ୍ତି ଏହା ଠିକ୍ ଅଛି’।

ଉର୍ଫି ଜାଭେଦ ୨୦୧୬ ରେ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ କିନ୍ତୁ ଡ୍ରେସ କାରଣରୁ ସେ ଲୋକପ୍ରିୟତା ପାଇପାରିନଥିଲେ। କେତେବେଳେ ଟେପରେ ନିର୍ମିତ ଡ୍ରେସ ପିନ୍ଧି, କେବେ ବ୍ଲେଡ ଏବଂ କେତେବେଳେ ସିମ୍ କାର୍ଡ ରେ ତିଆରି ଡ୍ରେସ ପିନ୍ଧି ଅଭିନେତ୍ରୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଗତ ବର୍ଷ ଉର୍ଫିଙ୍କୁ ‘ବିଗ୍ ବସ୍ OTT’ ରେ ଦେଖିବାକୁ ମିଳିଥିଲା ।

Barsha

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

13 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

13 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago