ଭାଇ ଆର୍ଯ୍ୟନ ଜେଲରୁ ମୁକୁଳିବା ପରେ ସୁହାନା ନେଲେ ଏହି ବଡ ନିଷ୍ପତ୍ତି, ଇନ୍ଷ୍ଟଗ୍ରାମରେ ପୋଷ୍ଟ କଲେ ଏମିତି କିଛି

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଇନ୍ଷ୍ଟଗ୍ରାମ ଆକାଉଣ୍ଟକୁ ପୁଣି ଥରେ ଫେରିଛନ୍ତି । କିଛି ସପ୍ତାହ ତଳେ ଭାଇ ଆର୍ଯ୍ୟନ ଜେଲରୁ ବାହାରିବା ଘଟଣାକୁ ଧୁମଧାମରେ ସେଲିବ୍ରେଟ କରିବା ପରେ ହିଁ ସୁହାନା ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଇନ୍ଷ୍ଟଗ୍ରାମ ଆକାଉଣ୍ଟକୁ ବ୍ୟାକ କରିଛନ୍ତି । ଆଉ ଏହି ନୂଆ ଇନ୍ଷ୍ଟଗ୍ରାମ ପୋଷ୍ଟରେ ଶାହରୁଖଙ୍କ ଲାଡଲି ନିଉ ୟ ର୍କ ସିଟି ପ୍ରତି ତାଙ୍କ ଦୁର୍ବଳତା ଜାହିର କରିଛନ୍ତି । କହିରଖୁଛୁକି ସୁହାନା ବର୍ତ୍ତମାନ ସମୟରେ ନିଉ ୟର୍କ ସ୍ଥିତ ଟିସ ସ୍କୁଲ ଅଫ ଆର୍ଟସରେ ଫିଲ୍ମ ମେକିଙ୍ଗରେ ଏକ କୋର୍ସ କରୁଛନ୍ତି । ଆଉ ତିନି ସପ୍ତାହ ପୂର୍ବେ ହିଁ ପୁରା ପରିବାର ଆର୍ଯ୍ୟନଙ୍କ ଫେରିବାକୁ ସେଲିବ୍ରେଟ କରିଥିଲେ । ଆଉ ସୁହାନାଙ୍କ ଏବେର ପୋଷ୍ଟ ଦେଖି ଲୋକେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । କେହି କେହିତ ମତ ରଖୁଛନ୍ତି ସୁହାନା ବୋଧହୁଏ ଖୁବଶୀଘ୍ର ନିଉ ୟର୍କ ଛାଡ଼ୁଛନ୍ତି ।

 

View this post on Instagram

 

A post shared by Suhana Khan (@suhanakhan2)

ସୁହାନା ନିଜର ଏହି ପୋଷ୍ଟରେ ଏକ ସୁନ୍ଦର ହାର୍ଟ ଇମୋଜୀ କ୍ୟାପ୍ସନ ଦେଇଛନ୍ତି । ଆଉ ଏହି ପୋଷ୍ଟରେ ଏକ ଅଧା ଗଢ଼ା ହୋଇଥିବା ବିଲଡିଂ ନଜର ଆସିଛି । ଆଉ ଏହାର ଠିକ ତଳେ ଏକ ଟ୍ରକ ଛିଡା ହୋଇଛି । ଆଉ ଏହି ଟ୍ରକରେ ଲେଖାଯାଇଛିକି, କିଛି ଚିନ୍ତା କରିବାର ନାହିଁ, ଯଦିବା ମୁଁ ନିଉ ୟର୍କ ଛାଡ଼ିବି କିନ୍ତୁ ସବୁ ଦିନ ପାଇଁ ଜଣେ ନିଉ ୟର୍କର ଭାବେ ହିଁ ଜଣାଯିବି । ଆଉ ଏମିତି ଏକ ମେସେଜକୁ ଦେଖି ପ୍ରାୟ ସମସ୍ତେ ଅନୁମାନ କରୁଛନ୍ତିକି, ବୋଧ ହୁଏ ସୁହାନା ଖୁବଶୀଘ୍ର ଏହି ସହର ଛାଡ଼ୁଛନ୍ତି । ଅନ୍ୟପକ୍ଷରେ କିଛି ଜଣ ଏନେଇ ସୁହାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯେବେକି ଜଣେ ଲେଖିଛନ୍ତିକି, ମୁଁ ଏହାକୁ ଗ୍ରହଣ କରୁ ନାହିଁ | ଜଣେ ସୁହାନାଙ୍କ ସୁନ୍ଦର ଭବିଷ୍ୟତ ନେଇ କାମନା କରିଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, ତମେ ଏକ ଭଲ କାମ କରିବାକୁ ଯାଉଛ ।”

କହିରଖିବା ଉଚିତ ହେବକି, 2020 କରୋନା କାରଣରୁ ଲକ ଡାଉନ ଲାଗୁ ହେବା ପରେ ସୁହାନା ପରିବାର ସହ ମୁମ୍ବାଇରେ ହିଁ ସମୟ କାଟୁଛନ୍ତି । ଆଉ ଏହି ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ଆକ୍ଟିଭ ରହି ଆସୁଛନ୍ତି ସୁହାନା | ଆଉ ତାଙ୍କ ଜନ୍ମ ଦିନର କିଛି ଫଟୋ ବି ସେୟାର କରିଥିଲେ । କିନ୍ତୁ କିଛି ଦିନ ହେବ ଆର୍ଯ୍ୟନ ଖାଁକୁ ନେଇ ଚାଲିଥିବା ଘଟଣାକୁ ନେଇ ସୁହାନା ସୋସିଆଲ ମିଡ଼ିଆରୁ ଦୁରେଇ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.