ଭୋଗ୍ କଭର୍ ପେଜରେ ସୁହାନା

ମୁମ୍ବାଇ : ଏବେ ସମୟ ଆସିଛି ଷ୍ଟାରକିଡ଼ଙ୍କର। ପ୍ରାୟ ସମସ୍ତ ସମୟରେ ମିଡ଼ିଆରେ ଚର୍ଚ୍ଚାର ବିଷୟ ରହୁଛନ୍ତି ବଲିଉଡ଼ ଷ୍ଟାର କିଡ଼। ତେବେ ନିଜ ପିତାଙ୍କ ଭଳି ସବୁବେଳେ ଲାଇମଲାଇଟରେ ରହୁଥିବା ସୁହାନା ପୁଣି ଥରେ ଚର୍ଚ୍ଚାରେ। ମର୍ୟ୍ୟାଦାଜନକ ଭୋଗ୍ ମାଗାଜିନ୍ କଫର ପେଜରେ ନଜର ଆସିଛନ୍ତି ସୁହାନା ଖାନ୍ । ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ୧୮ ବର୍ଷ ବୟସ୍କା ସୁହାନାଙ୍କର ଇଏ ହେଉଛି ପ୍ରଥମ ଫଟୋସୁଟ୍ ।

ବଡ଼ ପରଦାକୁ ଆସିବା ପୂର୍ବରୁ ସୁହାନାଙ୍କ ପାଇଁ ଇଏ ହେଉଛି ଏକ ବଡ଼ ସଫଳତା । ବାପା ଶାହାରୁଖ ଝିଅର ଏହି ସଫଳତା ପାଇଁ ଖୁବ୍ ଖୁସି । ସେ ସୁହାନାଙ୍କ ସଫଳତା କାମନା କରି ଭବିଷ୍ୟତରେ ଆହୁରି ସଫଳ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.