ଅଭିନେତ୍ରୀ ସୁମ୍ବୁଲ୍‌ ତୌକିରଙ୍କୁ କାମୁଡିଲା ମାଙ୍କଡ, ଫଟୋ ସେୟାର କରି ଲେଖିଲେ ଏମିତି…

ପୁଣି ଏବେ ଚର୍ଚ୍ଚାରେ ସୁମ୍ବୁଲ୍‌। ଏବେ କୌଣସି ସିରିଏଲ୍ କିମ୍ବା ରିୟାଲିଟି ସୋ ପାଇଁ ନୁହେଁ ବରଂ ଅଭିନେତ୍ରୀଙ୍କୁ କାମୁଡି ଦେଇଛି ମାଙ୍କଡ଼। ମାଙ୍କଡ଼ର ଆକ୍ରମଣରେ କ୍ଷତାକ୍ତ ‌ହୋଇଛନ୍ତି ସମସ୍ତଙ୍କ ପ୍ରିୟ ସୁମ୍ବୁଲ୍‌।

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ -୧୬’ରେ ସମସ୍ତଙ୍କ ମନ ଜିତିଥିଲେ ଅଭିନେତ୍ରୀ ସୁମ୍ବୁଲ୍‌ ତୌକିର୍‌ ଖାନ୍‌। ଏହା ପୂର୍ବରୁ ‘ଇମ୍‌ଲୀ’ ଧାରାବାହିକ ଜରିଆରେ ଘରେ ଘରେ ପରିଚିତ ହୋଇସାରିଥିଲେ ‌ଏହି ଟେଲି ଅଭିନେତ୍ରୀ ଜଣକ। ତେବେ ପୁଣି ଏବେ ଚର୍ଚ୍ଚାରେ ସୁମ୍ବୁଲ୍‌। ଏବେ କୌଣସି ସିରିଏଲ୍ କିମ୍ବା ରିୟାଲିଟି ସୋ ପାଇଁ ନୁହେଁ ବରଂ ଅଭିନେତ୍ରୀଙ୍କୁ ମାଙ୍କଡ଼ ଆକ୍ରମଣ କରିଛି। ମାଙ୍କଡ଼ର ଶିକାରରେ କ୍ଷତାକ୍ତ ‌ହୋଇଛନ୍ତି ସମସ୍ତଙ୍କ ପ୍ରିୟ ସୁମ୍ବୁଲ୍‌।

ତେବେ ଯାହା ସୂଚନା ମିଳିଛି ସୁମ୍ବୁଲ୍‌ ନିକଟରେ ଅଭିନେତ୍ରୀ ଉଲକା ଗୁପ୍ତାଙ୍କ ସହ ଓଟି ଯାତ୍ରା କରିଥିଲେ ଏବଂ ତାଙ୍କ ଗୋଡରେ ମାଙ୍କଡ଼ କାମୁଡିଥିବାର ଖବର ପାଇବା ପରେ ପ୍ରଶଂସକମାନେ ବ୍ୟସ୍ତ ହୋଇଯାଇଥିଲେ। ସେ ସୋସିଆଲ ମିଡିଆରେ ମାଙ୍କଡ଼ କାମୁଡାର ଫଟୋ ସେୟାର କରିଥିଲେ। ତେବେ ସେ ସେୟାର କରିଥିବା ଫଟୋରେ ଲେଖିଛନ୍ତି, ‘କଳା’ ଏବଂ ‘କଳାକାର’। ଏହାପରେ ଉଲକା ଗୁପ୍ତା ଡାକ୍ତରଖାନାରୁ ସୁମ୍ବୁଲଙ୍କ ସହ ଏକ ସ୍ନାପ୍ ସହ ମାଙ୍କଡର ଚିତ୍ର ଅପଲୋଡ୍ କରି ଲେଖିଛନ୍ତି ‘ତୁ ଏପରି କାହିଁକି କଲୁ?’

ଆକ୍ରମଣରେ ଆହତ ହୋଇଥିବା ସୁମ୍ବୁଲଙ୍କର ଏହି ଫଟୋ ଦେଖିବା ପରେ ସମ୍ବୁଲଙ୍କ ପ୍ରଶଂସକମାନେ ବ୍ଯସ୍ତ ବିବ୍ରତ ହୋଇପଡିଛନ୍ତି। ସେମାନେ ଚିନ୍ତିତ ହୋଇ ସୁମ୍ବୁଲଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହାଛଡ଼ା ସତର୍କ ରହିବାକୁ ବି ପରାମର୍ଶ ଦେଇଛନ୍ତି। ‘ଇମ୍‌ଲୀ’ ଧାରାବାହିକରେ ସେ ଜଣେ ଗାଉଁଲୀ ଝିଅର ଚରିତ୍ରରେ ଅଭିନୟ କରି ସମସ୍ତଙ୍କୁ ବାନ୍ଧି ରଖିଥିଲେ।

ତେବେ ‘ଇମ୍‌ଲୀ’ ଧାରାବାହିକରେ ଅଭିନୟ କରିବା ପାଇଁ ସେ ଖୁବ୍ ସଂଘର୍ଷର କରିଥିଲେ। ଏହି ଚରିତ୍ର ପାଇବା ତାଙ୍କ ପାଇଁ ବେଶ୍‌ ସହଜ ନଥିଲା ତାଙ୍କ ପାଇଁ। ନିଜ ଶରୀରର ରଂଗ ପାଇଁ ତାଙ୍କୁ ଅନେକ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼ିଥିଲା। ତେବେ କଥାରେ ଅଛି ପରିଶ୍ରମର ଫଳ ମିଠା। ସମ୍ବୁଲ ନିଜ ପରିଶ୍ରମ ବଳରେ ସଫଳତାର ସିଢି ଚଢି ଚାଲିଛନ୍ତି। ଆଗକୁ ଆହୁରି ଅନେକ ବାଟ ଯିବାକୁ ତାଙ୍କ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।