ସୁନିଧି ଚୌହାନ ୪ ବର୍ଷ ଝିଅର ଭାଇରାଲ ଭିଡିଓକୁ କଲେ ରି-କ୍ରିଏଟ୍, ଆଇଲାଇନର୍ ମୋମେଣ୍ଟ ଉପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା
କେରଳର ଜଣେ ୪ ବର୍ଷ ଝିଅର ଭାଇରାଲ ଭିଡିଓ ଚଳିତ ବର୍ଷ ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଭିଡିଓରେ ଝିଅଟି ଆଖିରେ ଆଇଲାଇନର୍ ଲଗାଉଥିବାର ଦେଖିବାକୁ ମିଳିଥିଲା । ଭିଡିଓଟି ଆସିବା ମାତ୍ରେ ହିଁ ଭାଇରାଲ ହୋଇଥିଲା । ଝିଅର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ପୋଷ୍ଟ କରାଯାଇଥିଲା ।
ମେକଅପ୍ କରିବା ସମୟରେ ଝିଅଟିର କନଫିଡେନ୍ସ ଦେଖି ଅନେକ ୟୁଜର ତାଙ୍କର ଫ୍ୟାନ ହୋଇଯାଇଥିଲେ । ଏବେ ବଲିଉଡ୍ ଗାୟିକା ସୁନିଧି ଚୌହାନ ଏହି ଭିଡିଓକୁ ରି-କ୍ରିଏଟ୍ କରିଛନ୍ତି । ଅର୍ଥାତ୍ ସେ ପୁଣିଥରେ ଏହାକୁ ଦୋହରାଇଛନ୍ତି, ଯାହା ପରଠାରୁ ଦୁଇଟି ଯାକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ଝିଅର ପ୍ରତିଭାରେ ଅନୁପ୍ରାଣିତ ହୋଇ ସୁନିଧି ନିଜ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । କ୍ୟାପସନରେ ସେ ଲେଖିଛନ୍ତି, ‘ଆଶା କରୁଛି, ସେ ଏହାକୁ ଗ୍ରହଣ କରିବେ’ । ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ ଏବଂ ସେଲିବ୍ରିଟିମାନେ ସେମାନଙ୍କ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।
ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ କହିଛନ୍ତି, ‘ଓଃ, ଏହା ପରଫେକ୍ଟ’ । ଜଣେ ୟୁଜର କହିଛନ୍ତି, ‘ଜଣେ କୁଇନ୍ ଅନ୍ୟ ଜଣେ କୁଇନଙ୍କୁ ସମର୍ଥନ କରୁଛନ୍ତି’ । ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣ ମଧ୍ୟ ସମାନ ସୁନ୍ଦର ଦେଖାଯାଉଛନ୍ତି’ । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ ‘ସେ ଏହାକୁ ମଞ୍ଜୁରୀ ଦେବେ ନାହିଁ, କାରଣ ଆପଣ ଶେଷ ବିନ୍ଦୁକୁ ଭୁଲ ପାର୍ଶ୍ୱରେ ଲଗାଇଛନ୍ତି’ ।
ଏହି ଭିଡିଓ ଇନଷ୍ଟାଗ୍ରାମରେ ଅପଲୋଡ୍ ହେବା ପରଠାରୁ ପାଖାପାଖି ୧ କୋଟି ୨୦ ଲକ୍ଷ ଥର ଦେଖାଯାଇ ସାରିଲାଣି । ମୂଳ ଭିଡିଓକୁ ୭ କୋଟିରୁ ଅଧିକ ଥର ଦେଖାଯାଇଛି ।
Hope she approves👀 pic.twitter.com/wkRzlFQPDm
— Sunidhi Chauhan (@SunidhiChauhan5) November 29, 2024