‘ରାମାୟଣ’ରେ ଏମିତି ସୁଟିଂ ହୋଇଥିଲା କୁମ୍ଭକର୍ଣ୍ଣ ଓ ରାମଙ୍କ ଯୁଦ୍ଧ ସିନ୍‌, ଖୁଲାସା କଲେ ସୁନୀଲ ଲହରୀ

ରାମାନନ୍ଦ ସାଗରଙ୍କ ଶୋ’ ରାମାୟଣ ପୁଣିଥରେ ଟିଭି ପରଦାକୁ ଫେରିଛି। ଦୂରଦର୍ଶନ ପରେ ଏବେ ଏହାର ଟେଲିକାଷ୍ଟ ଷ୍ଟାର ପ୍ଲସ୍‌ରେ ହେଉଛି। ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରୀ ରାମାୟଣ ପ୍ରସାରିତ ହେବା ପରଠୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଗତ କିଛି ମାସ ହେଲା ସେ ସୋସିଆଲ ମିଡିଆରେ ଶୋ’ ସହ ଜଡ଼ିତ ବିଭିନ୍ନ ଅନୁଭୂତି ସେୟାର କରୁଛନ୍ତି। ଏବେ ସେ ପୁଣିଥରେ ସେଭଳି ଏକ ଅନୁଭୂତି ଫ୍ୟାନ୍‌ଙ୍କ ସହ ବାଣ୍ଟିଛନ୍ତି। ଟ୍ଵିଟରରେ ଏକ ଭିଡିଓ ସେୟାର କରି ସୁନୀଲ ରାମ ଓ କୁମ୍ଭକର୍ଣ୍ଣଙ୍କ ଯୁଦ୍ଧ ଦୃଶ୍ୟ କିଭଳି ସୁଟିଂ କରାଯାଇଥିଲା ତାହା ବର୍ଣ୍ଣନା କରିଛନ୍ତି।

Sunil Lahri as 'Lakshman' from Ramanand Sagar's 'Ramayana' turns ...

ଭିଡିଓରେ ସୁନୀଲ ଲହରୀ କହିଛନ୍ତି ‘ କାଲିର ଏପିସୋଡ୍‌ ଆପଣମାନେ ଦେଖିଥିବେ। କାଲି ଏପିସୋଡ୍‌ରେ ରାମ ଓ କୁମ୍ଭକର୍ଣ୍ଣଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ କୁମ୍ଭକର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା। ରାମଙ୍କ ତୀର କୁମ୍ଭକର୍ଣ୍ଣଙ୍କ ଶରୀରର ଗୋଟିଏ ଗୋଟିଏ ଅଙ୍ଗକୁ ଶରୀରରୁ ଅଲଗା କରିଦେଇଥିଲା। ଏହି ଦୃଶ୍ୟର ଏଡିଟିଂ କ୍ରୋମାରେ ହୋଇଥିଲା। ଯଦି ଆପଣ ନିଜ ଶରୀର ଉପରେ ବ୍ଲୁ କିମ୍ବା ସବୁଜ ରଙ୍ଗର କପଡ଼ା ଘୋଡ଼ାଇ ଦେବେ ତେବେ କ୍ରୋମା ମାଧ୍ୟମରେ ତାହାକୁ ମଧ୍ୟ ଶରୀରରୁ ଅଲଗା କରିହେବା ଭଳି ସ୍କ୍ରିନ୍‌ରେ ଦେଖାଯିବ। ଏହି ଭଳି କିଛି ଇଫେକ୍ଟ ସେହି ସିନ୍‌ରେ ମଧ୍ୟ ବ୍ୟବହାର କରାଯାଇଥିଲା।

ସୁନୀଲ କହିଥିଲେ ଏହି ସିନ୍‌ ସୁଟିଂ ପାଇଁ ଏକ ମୋଲ୍ଡ ତିଆରି କରାଯାଇଥିଲା। ତାହା ଅବିକଳ କୁମ୍ଭକର୍ଣ୍ଣଙ୍କ ମୁଣ୍ଡ ଭଳି ଦେଖାଯାଉଥିଲା। ସେହିପରି କଟା ହାତ ପାଇଁ ବ୍ୟବହାର କରାଯାଇଥିବା ହାତ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ତିଆରି ହୋଇଥିଲା। ମୁଣ୍ଡ କଟା ଦୃଶ୍ୟ ବେଳେ ମୁଣ୍ଡ ସ୍ଥାନରେ ମୋଲ୍ଡ ବ୍ୟବହାର କରାଯାଇଥିଲା। ମୁଣ୍ଡ ପାଣିରେ ପଡ଼ିବା ପରେ ପାଣି ଉପରକୁ ଛିଟିକିବା ଦୃଶ୍ୟ ମଧ୍ୟ ସତ ଥିଲା। ଏଥିପାଇଁ ଏକ ପାଣିର ଟାଙ୍କି ବ୍ୟବହାର କରାଯାଇଥିଲା। କ୍ରୋମା ମାଧ୍ୟମରେ ତାହାକୁ ସମୁଦ୍ରର ରୂପ ଦିଆଯାଇଥିଲା ବୋଲି କହିଛନ୍ତି ସୁନୀଲ।

Leave A Reply

Your email address will not be published.