୨୦ ବର୍ଷ ପରେ ପୁଣି ଏକାଠି ପରଦାରେ ନଜର ଆସିବେ ସନି ଦେଓଲ ଓ ଅମିଷା ପଟେଲ, ଆଉଟ୍ ହେଲା ‘ଗଦର ୨’ର ମୋଶନ ପୋଷ୍ଟର

୨୦୦୧ରେ ଆସିଥିବା ଫିଲ୍ମ ‘ଗଦର: ଏକ ପ୍ରେମ୍ କଥା’ ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏବେ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରେମ କାହାଣୀକୁ ଆଗକୁ ବଢ଼ାଯିବ। ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରି ମୋଶନ ପୋଷ୍ଟର ରିଲିଜ୍ କରାଯାଇଛି। ଜଲ୍ଦି ହିଁ ଫିଲ୍ମର ଶୁଟିଙ୍ଗ୍ ଆରମ୍ଭ ହେବ। ଏଥିରେ ଲିଡ୍ ରୋଲରେ ପୂର୍ବ ଭଳି ସନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ନଜର ଆସିବେ।
ସନି ଦେଓଲ ୧୪ ଅକ୍ଟୋବରରେ ସୋସିଆଲ ମିଡିଆରେ ଫ୍ୟାନ୍ମାନଙ୍କୁ କିଛି ସ୍ପେଶାଲ ଆନାଉନ୍ସମେଣ୍ଟ କରିବେ ବୋଲି ସୂଚନା ଦେଇଥିଲେ। ଏବେ ଶୁକ୍ରବାର ସନି ଦେଓଲ ଗଦର ୨ର ମୋଶନ ପୋଷ୍ଟର ରିଲିଜ୍ କରିଛନ୍ତି। ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହେବ। ଗଦରରେ କାହାଣୀ ଯେଉଁଠୁ ସରିଥିଲା, ସେଇଠୁ ହିଁ ସିକ୍ୱେଲର କାହାଣୀ ଆଗକୁ ବଢ଼ିବ।
ପରିୟଡ୍ ଡ୍ରାମା ମୁଭି ଗଦରକୁ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଥିଲେ। ଲିଡ୍ ରୋଲରେ ଅମିଷା ଓ ସନିଙ୍କୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ। ଏବେ ୨୦ ବର୍ଷ ପରେ ସିନେମାଘରେ ଏହି ଜୋଡ଼ି ଧୁମ୍ ମଚାଇବାକୁ ପୁଣିଥରେ ଆସୁଛନ୍ତି। ଫିଲ୍ମରେ ଉତ୍କର୍ଷ ଶର୍ମା ସନି ଓ ଅମିଷାଙ୍କ ପୁଅର ଭୂମିକା ନିଭାଇଥିଲେ। ଫିଲ୍ମ ବିଷୟରେ ବାକି ଡିଟେଲ୍ସ ସାମ୍ନାକୁ ଆସିନାହିଁ।
ଏବେ ଯେମିତି ହିଁ ଗଦର ୨ର ଘୋଷଣା ହୋଇଛି, ଫ୍ୟାନ୍ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏହି ଐତିହାସିକ ଡ୍ରାମାର ସିକ୍ୱେଲକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବ ଭଳି ଗଦର ୨କୁ ଜି ଷ୍ଟୁଡିଓ ଓ ଅନିଲ ଶର୍ମା ପ୍ରଡ୍ୟୁସ୍ କରିବେ। କାହାଣୀ ଶକ୍ତିମାନ ଲେଖିଥିବା ବେଳେ ମ୍ୟୁଜିକ୍ ମିଥୁନ କମ୍ପୋଜ୍ କରିବେ।
ଅମିଷା ପଟେଲଙ୍କ ଫ୍ଲପ୍ ପଡ଼ିଥିବା କ୍ୟାରିୟର ପାଇଁ ଏହି ଫିଲ୍ମ ବରଦାନ ପ୍ରମାଣିତ ହୋଇପାରେ। ଗଦର ଅମିଷାଙ୍କ ଦ୍ୱିତୀୟ ଫିଲ୍ମ ଥିଲା। ସେତେବେଳେ ‘କହୋ ନା ପ୍ୟାର ହୈ’ର ସଫଳତାକୁ ଏନ୍ଞ୍ଜୟ କରୁଥିବା ଅମିଷାଙ୍କ ପାଇଁ ଗଦର ବି ହିଟ୍ ହେବା ଏକ ବଢ଼ିଆ ଅନୁଭବ ରହିଥିଲା। କିନ୍ତୁ ଆଗକୁ ଯାଇ ସେ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଦେଇ ଚାଲିଲେ, ଯେଉଁଥିପାଇଁ ଅମିଷା ଫ୍ଲପ୍ ହିରୋଇନ୍ କ୍ୟାଟେଗୋରୀରେ ଆସିଗଲେ। ଏବେ ଅମିଷାଙ୍କୁ ପୁଣିଥରେ ନିଜକୁ ପ୍ରମାଣିତ କରିବା ପାଇଁ ଦ୍ୱିତୀୟ ମଉକା ମିଳିଛି। ପରଦାରେ ସେ ନିଜର ଜଲଓ୍ଵା ଦେଖେଇ ପାରିବେ କି ନାହିଁ, ଏହା ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡ଼ିବ।
View this post on Instagram
View this post on Instagram