ଫ୍ରଡ୍‌ କରିଛନ୍ତି ସନ୍ନି ଦେଓଲ, ନିର୍ମାତାମାନେ ଅଭିନେତାଙ୍କ ବିରୋଧରେ କଲେ ଅଭିଯୋଗ

ଚଳଚ୍ଚିତ୍ର ନିର୍ମାତା ସୌରଭ ଗୁପ୍ତା ସନ୍ନି ଦେଓଲଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ୨୦୧୬ରେ ଏକ ଫିଲ୍ମ କରିବା ପାଇଁ ସନ୍ନି ଦେଓଲ ତାଙ୍କଠାରୁ ଆଗୁଆ ଟଙ୍କା ନେଇଥିଲେ । ଏହା ସହିତ ସେ ଖୁବ୍ ଶୀଘ୍ର ତାଙ୍କ ଫିଲ୍ମର ସୁଟିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ୮ ବର୍ଷ ପରେ ମଧ୍ୟ ସନ୍ନି ତାଙ୍କ ପ୍ରତିଶ୍ରୁତି ରଖିନାହାଁନ୍ତି । ଏହା ସହ ସେ ଫିଲ୍ମ କରିବେ ନାହିଁ ।

ଏଚଟି ସିଟି ସହ କଥାବାର୍ତ୍ତା ବେଳେ ସୌରଭ ଗୁପ୍ତା କହିଛନ୍ତି ଯେ ସନ୍ନି ଦେଓଲ ଜଣେ ଠକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସନ୍ନି ୨୦୧୬ ମସିହାରେ ଏକ ଡିଲ୍‌ ସାଇନ୍‌ କରିଛନ୍ତି । ଏହି ଡିଲ୍‌ ଅନୁଯାୟୀ ସେ ଏକ ଫିଲ୍ମରେ କାମ କରିବାକୁ ୪ କୋଟି ଟଙ୍କା ମାଗିଥିଲେ । ଏହି ଫିଲ୍ମ ପାଇଁ ସୌରଭ ତାଙ୍କୁ ୧ କୋଟି ଟଙ୍କା ଆଗୁଆ ଦେଇଥିଲେ । କିନ୍ତୁ ଏହି ଫିଲ୍ମ ଆରମ୍ଭ କରିବା ପରିବର୍ତ୍ତେ ସେ ୨୦୧୭ ମସିହାରେ ପୋଷ୍ଟର ବାଏଜ୍ କରିଥିଲେ । ସେ ମୋତେ ଅଧିକ ଟଙ୍କା ମାଗିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ତାଙ୍କୁ ୨.୫୫ କୋଟି ଟଙ୍କା ଦେଇଛୁ । ସେ ମୋତେ ଅନ୍ୟ ନିର୍ଦ୍ଦେଶକଙ୍କୁ ଟଙ୍କା ଦେଇଥିଲେ ଏବଂ ଫିଲ୍ମିସ୍ଥାନ ଷ୍ଟୁଡିଓ ବୁକ୍ କଲେ ।

ସୌରଭ ଗୁପ୍ତା କହିଛନ୍ତି ଯେ ସନ୍ନି ତାଙ୍କ କମ୍ପାନୀ ସହିତ ୨୦୨୩ ମସିହାରେ ଏକ ନକଲି ଡିଲ୍‌ କରିଥିଲେ । ସେ କହିଛନ୍ତି, ‘ଯେତେବେଳେ ଆମେ ଏଗ୍ରିମେଣ୍ଟ ଦେଖିଲୁ, ସେତେବେଳ ସେହି ଡିଲ୍‌ରେ ପରିବର୍ତ୍ତନ କରିଛନ୍ତି, ଯେଉଁଠାରେ ଫିସ୍‌ ର ଅମାଉଣ୍ଟ ୪ କୋଟି ଥିଲା, ଫି ୮ କୋଟି ଟଙ୍କା ଅଧିକ କରାଯାଇଥିଲା । କେବଳ ଏତିକି ନୁହେଁ ପ୍ରଫିଟ୍‌ ୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ସୌରଭ ଆହୁରି କହିଛନ୍ତି ଯେ ସେ ସନ୍ନିଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ଏପ୍ରିଲ ୩୦ରେ ସନ୍ନିଙ୍କୁ ଏକ ନୋଟିସ ପଠାଇଛି । ଏହା ପରେ ସନ୍ନିଙ୍କ ଅଫିସ୍‌ରୁ ଏକ ଚିଠି୍‌ ଆସିଥିଲା ଯେ ତାଙ୍କୁ ଡାକିବା ଦିନ ସେ ବାହାରକୁ ଯାଇଥିଲେ ।

ସୌରଭ ଗୁପ୍ତାଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ସୁନୀଲ ଦର୍ଶନ ମଧ୍ୟ ଦାବି କରିଛନ୍ତି ଯେ ସେ ମଧ୍ୟ ସନ୍ନିଙ୍କ ସହ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୁନୀଲ ଦର୍ଶନ ଅଭିଯୋଗ କରିଛନ୍ତି ଯେ ସନ୍ନି ଦେଓଲ ମୋର ଫିଲ୍ମ ‘ଅଜୟ’ ପାଇଁ ଏଭଳି ସମସ୍ୟାରେ ହୋଇଥିଲେ । ପରେ ସନ୍ନି ମୋତେ ତାଙ୍କ ସହିତ ଏକ ପ୍ରୋଜେକ୍ଟରେ କାମ କରିବାକୁ ଅନୁରୋଧ କଲେ ଏବଂ କହିଥିଲେ, ‘ମୋତେ ବିଶ୍ୱାସ କର, ମୋତେ ସାହାଯ୍ୟ କର’ ଏବଂ ମୋତେ ପୁଣିଥରେ ଟଙ୍କା ଦେବାକୁ କହିଥିଲେ । ଏହି ଖବର ଆସିବା ପାରେ ସନ୍ନିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି ।

You might also like