ଗଦର ୨ ପରେ ପୁଣି ଫେରିଛନ୍ତି ସନି ଦେଓଲ, ଜାଟ ଫିଲ୍ମର ହେଲା ଜୋରଦାର ଓପନିଙ୍ଗ

‘ଗଦର ୨’ ପରେ ଆଉ ଏକ ଫିଲ୍ମ ନେଇ ଫେରିଛନ୍ତି ସନି ଦେଓଲ । ବକ୍ସ ଅଫିସରେ ‘ଗଦର ୨’ ରେକର୍ଡ ଭାଙ୍ଗିବା ପରେ ସନି ଦେଓଲ ଆଗାମୀ ଫିଲ୍ମ ‘ଜାଟ’ ମାଧ୍ୟମରେ ଆଗାମୀ ଦିନରେ ଦର୍ଶକଙ୍କ ପାଖରେ ପୁଣି ପହଞ୍ଚିପାରିଛନ୍ତି  ।  ୨୦୦୧ରେ ବେଶ୍ ନାଁ କମାଇ ପାରିଥିଲା ଫିଲ୍ମ ଗଦର । ଯାହାଫଳରେ ଦୃଢ଼ ସଫଳତାର ପ୍ରମାଣ ଦେଇ ଲୋକପ୍ରିୟତାକୁ ହାସଲ କରିପାରିଛି ଗଦର ୨ ଫିଲ୍ମ । ଗଦର ୨ ପରେ ସନି ଦେଓଲଙ୍କ ଆଉ ଏକ ବେଷ୍ଟ ଫିଲ୍ମର ଓପନିଙ୍ଗ କଲେକ୍ସନ କରିଛନ୍ତି । ସେନ୍ସରରେ ତ୍ରୁଟି ଥିବା ହେତୁ ଦେଢ ଦିନ ଆଗରୁ ବୁକିଂ କରାଯାଇଥିଲା । ଯାହା ଗୁରୁବାର ଦିନ ଫିଲ୍ମ ହଲରେ ରିଲିଜ ହେବା ସହ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ପାଇଛି । ଫିଲ୍ମର ପ୍ରଥମ ଦିନ ଆୟ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଫିଲ୍ମର ଗୀତ ଚର୍ଚ୍ଚାରେ ରହିଛି । ଫିଲ୍ମର ଟ୍ରେଲରକୁ ଖୁବ୍ ଭଲରେ ଆପଣାଇଥିଲେ ଦର୍ଶକ । ଅପରାହ୍ଣରୁ ଲୋକଙ୍କ ଭିଡ ଧୀରେ ଧୀରେ ବଢିବାରେ ଲାଗିଥିଲା । ସୂଚନାନୁଯାୟୀ, ଜାଟ ପ୍ରଥମ ଦିନରେ ଦୁଇ ଅଙ୍କରେ ରୋଜଗାର କରିଛି । ଫିଲ୍ମର ପ୍ରଥମ କଲେକ୍ସନ ୧୦କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।ପ୍ରକାଶଯୋଗ୍ୟ ସନିଙ୍କ ଗଦର୨ ୪୦ କୋଟି ଟଙ୍କା ସହିତ ବଡ ଓପନିଂ କରିଥିଲା । କିନ୍ତୁ ପୁଣି ‘ଜାଟ’ର ବକ୍ସ ଅଫିସର ରୋଜଗାର ଚର୍ଚ୍ଚାରେ ରହିଛି ।  ଜାଟ ଫିଲ୍ମ ପ୍ରଥମ ସପ୍ତାହରେ ୪୦ ରୁ ୫୦ କୋଟି ମଧ୍ୟରେ ରୋଜଗାର କରିପାରିବ ବୋଲି ଅନୁମାନ କରାଯାଉଛି ।

ଦର୍ଶକ ସନିଙ୍କ ଫିଲ୍ମକୁ ଅନେକ ଭଲପାଇବା ଦେଉଛନ୍ତି । ଜାଟର ପ୍ରଥମ ସପ୍ତାହନ୍ତ ଆହୁରି ବଡ ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଜାଟ ଫିଲ୍ମ ବିଜୟ ହାସଲ କରିବା ଗତିରେ ଆଗେଇଚାଲିଛି । ଗଦର ୨ ପରେ ସନିଙ୍କ ଖାତାରେ ଆଉ ଏକ ହିଟ୍ ଫିଲ୍ମ ରହିବ ବୋଲି ଆଶା କରାଯାଇଛି ।

 

Also Read : ପୁଣି ୭ ବର୍ଷ ପରେ ବିଗିଡିଲା ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀଙ୍କ ଦେହ, ପୋଷ୍ଟ ହେଉଛି ଭାଇରଲ