୨୨ ବର୍ଷ ତଳ ଘଟଣାରେ ଫସିଗଲେ ସନି ଦେୱଲ ଏବଂ କରିସ୍ମା କପୁର, ଲାଗିଲା ଲୋକଙ୍କ ଜୀବନ ବିପଦରେ ପକାଇବାର ଆରୋପ
![](https://knewsodisha.com/wp-content/uploads/2019/09/maxresdefault-6.jpg)
୨୨ ବର୍ଷ ତଳର ଏକ ଘଟଣାକୁ ନେଇ ଅଭିନେତା ସନି ଦେୱଲ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କର ଚିନ୍ତା ବଢି ବଢି ଯାଉଛି । ଏହି ସମ୍ପୂର୍ଣ ଘଟଣା ‘ବଜରଙ୍ଗ’ ଫିଲ୍ମ ସମୟର ଅଟେ । କୋର୍ଟ ଦୁଇଜଣଙ୍କ ବିରୋଧରେ ଆରୋପ ଲଗାଇଛନ୍ତି । କୋର୍ଟର କହିବା ଅନୁଯାୟୀ ସୁଟିଂ ସମୟରେ ଡାଇରେକ୍ଟର ଏବଂ ଆକ୍ଟର୍ସ ମାନେ ଲୋକଙ୍କ ଜୀବନକୁ ବିପଦରେ ପକାଇଥିଲେ । ଏହାସହିତ ବିନା ଅନୁମତିରେ ରେଲୱେର ପ୍ରପର୍ଟିକୁ ବ୍ୟବହାର କରିଥିଲେ ।
୧୯୯୭ ମସିହାର ଚଳଚ୍ଚିତ୍ର ବଜରଙ୍ଗର ଶୁଟିଂ ସମୟରେ ସନି ଦେୱଲ ଏବଂ କରିସ୍ମା କପୁରଙ୍କୁ କିଛି ସିନ ଟ୍ରେନ ଉପରେ ଚଢି ସୁଟ କରିବାର ଥିଲା । ଏହି ସିନକୁ ସୁଟ କରିବା ପାଇଁ ପୁରା କାଷ୍ଟ ଏବଂ ଡ଼ାଇରେକ୍ଟର ଆଜମେରର ପହଂଚିଥିଲେ । ତାପରେ ସେଠାକାର ଷ୍ଟେସନ ମାଷ୍ଟର ସୀତାରାମ ମାଲାକାର ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲେ ।
ତାଙ୍କ ରିପୋର୍ଟ ଅନୁଯାୟୀ ସମ୍ପୂର୍ଣ କ୍ରୁ ମେମ୍ବର୍ସ ଷ୍ଟେସନରେ ପହଂଚି ଟ୍ରେନର ଅପେକ୍ଷା କରିଥିଲେ । କିଛି ସମୟ ପରେ ଏକ ଟ୍ରେନ ଆସିଥିଲା ଏବଂ ଯେପରି ଟ୍ରେନ ଷ୍ଟେସନ ଛାଡିବା ଆରମ୍ଭ କଲା କ୍ରୁ ର ଲୋକମାନେ ଟ୍ରେନର ଚେନ ଟାଣି ତାକୁ ଅଟକାଇ ଦେଇଥଲେ । ଏବଂ ଟ୍ରେନ ଅଟକିବା ମାତ୍ରେ ସମସ୍ତ ଟିମ ଏବଂ ଆକ୍ଟର-ଆକ୍ଟ୍ରେସ ଟ୍ରେନ ଉପରେ ଚଢି ଯାଇଥିଲେ ଓ ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ସିନର ଶୁଟିଂ ଚାଲିଥିଲା ।
ଏହି ମାମଲାରେ କୋର୍ଟ କହିଛି ଯେ ପ୍ରଥମତଃ ଟ୍ରେନକୁ ୨୫ ମିନିଟ ପର୍ଯ୍ୟନ୍ତ ରୋକା ଯାଇଥିଲା । ତାସହିତ ଷ୍ଟଣ୍ଟ କରି ଏମାନେ ଟ୍ରେନରେ ବସିଥିବା ଲୋକମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥିଲେ । ଏହି କାରଣରୁ ସରକାରଙ୍କ ପ୍ରପର୍ଟିକୁ ମଧ୍ୟ କ୍ଷତି ପହଂଚିଥିଲା ।