ଭାଇରାଲ ହେଉଛି ସନ୍ନିଙ୍କ ସିଗ୍ନେଚର ଡ୍ୟାନ୍ସ ମୁଭ, ଏହାକୁ ନେଇ ଫ୍ୟାନଙ୍କୁ କଲେ ଏମିତି ପ୍ରଶ୍ନ

ଲକଡାଉନରେ ଘରେ ରହି ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ଫ୍ୟାନଙ୍କ ସହିତ ଯୋଡି ହୋଇ ରହିଛନ୍ତି । ବଲିଉଡର ଜଣାଶୁଣା କଳାକାର ନିଜର ଫ୍ୟାନଙ୍କ ସହିତ କୌଣସି ନା କୌଣସି ଆକ୍ଟିଭିଟି କରୁଛନ୍ତି । ଶିଳ୍ପା, ଜୁହି, ମାଧୁରୀଙ୍କ ପରେ ବଲିଉଡର ହଟ ଅଭିନେତ୍ରୀ ସନ୍ନି ଲିଓନ ଏବ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓରେ ସନ୍ନି ରୁଟି ଏବଂ ଜିଲାବି ବନାଉଥିବାରୁ ନଜର ଆସିଛନ୍ତି ।

ଏହି ଭିଡିଓରେ କେବଳ ସନ୍ନି ରୁଟି ଏବଂ ଜିଲାବି ନୁହେଁ ବରଂ ଏହାକୁ କରୁଥିବା ସମୟରେ ଡ୍ୟାନ୍ସ ମୁଭ ମଧ୍ୟ କରୁଥିବା ନଜର ଆସିଛନ୍ତି । ସନ୍ନିଙ୍କ ଏହି ଭିଡିଓ ଦେଖି ଫ୍ୟାନ ପୁରା ପାଗଳ ହୋଇଛନ୍ତି । ଏହାକୁ ନେଇ ସନ୍ନି କହିଛନ୍ତି, ପ୍ରଥମେ ଆପଣ ମୋର ଡ୍ୟାନ୍ସ ମୁଭ ଦେଖନ୍ତୁ । ଏହାପରେ ଆପଣ ଚିକେନ ଡ୍ୟାନ୍ସ, ରୁଟି ଏବଂ ଜିଲାବି ବନାଇବାକୁ ହେବ । ଭିଡିଓ ସେୟାର କରି କହିଛନ୍ତି, ମୋର ସିଗ୍ନେଚର ଡ୍ୟାନ୍ସ ମୁଭ, କ\’ଣ ଆପଣ କରି ପାରିବେ କି ?
ସୂଚନାଯୋଗ୍ୟ ମାତ୍ର ୧୯ ବର୍ଷ ବୟସରେ ସନ୍ନି ଆଡଲ୍ଟ ଫିଲ୍ମ କରିବା ଆରମ୍ଭ କରିଦେଇଥିଲେ । କେବଳ ଫିଲ୍ମ ନୁହେଁ, ଟିଭି ଏବଂ ବିଜ୍ଞାପନରେ ମଧ୍ୟ ସନ୍ନି ଅଭିନୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.