ସ୍ୱାମୀ ଓ ପିଲାଙ୍କ ସହ ନୂଆ ଘରକୁ ସିଫ୍ଟ ହେଲେ ସନି ଲିଓନି, କୋଳରେ ଧରି ଡାନିଏଲ କରାଇଲେ ଗୃହ ପ୍ରବେଶ

ନିକଟରେ ସନି ଲିଓନି ନୂଆ ଘର କିଣିଛନ୍ତି ଓ ଏବେ ସେ ଉକ୍ତ ଘରକୁ ପ୍ରବେଶ କରିଛନ୍ତି। ସୋସିଆଲ ମିଡିଆରେ ସନି ନିଜ ନୂଆ ଘରର ଅନେକଗୁଡ଼ିକ ଫଟୋ ସେୟାର କରିଛନ୍ତି, ଯାହା ଦେଖିବାକୁ ସତରେ ବହୁତ ସୁନ୍ଦର। ସନିଙ୍କ ଏହି ଫଟୋ ଦେଖି ଜଣାପଡ଼ୁଛି ଯେ ତାଙ୍କ ଘରର ଇଣ୍ଟେରିୟର ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। କୁହାଯାଉଛି, ସନିଙ୍କ ଏହି ଘରର ଦାମ୍‌ ୧୬ କୋଟି ଟଙ୍କା।

ସନି ଇନ୍‌ଷ୍ଟାଗ୍ରାମ୍‌ରେ ଗୃହ ପ୍ରବେଶର ତିନୋଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସନିଙ୍କୁ ତାଙ୍କ ସ୍ୱାମୀ ଡାନିଏଲ କୋଳରେ ଉଠାଇ ଗୃହ ପ୍ରବେଶ କରୁଥିବା ଦେଖାଯାଇଛି। ଦ୍ୱିତୀୟ ଫଟୋରେ ସନି ସ୍ୱାମୀଙ୍କ କୋଳରେ ଅଛନ୍ତି ଓ ତାଙ୍କ ସହ ତିନି ପିଲା ବି ଠିଆ ହୋଇଛନ୍ତି। ଶେଷ ଫଟୋରେ ସନି ଓ ଡାନିଏଲ ୩ ପିଲାଙ୍କ ସହ ତଳେ ବସି ପିଜ୍ଜା ଖାଉଥିବା ଦେଖାଯାଇଛି।

ଏହି ଫଟୋ ସେୟାର କରି ସନି ଲେଖିଛନ୍ତି, ‘…ଆଉ ଏଠାରେ ଇଣ୍ଡିଆରେ ଆମ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା, ମୋତେ ଏଠାକାର ଘର ଓ ଜୀବନ ଖୁବ୍‌ ପସନ୍ଦ ଓ ଏହି ସୁନ୍ଦର ଘରେ ଆମ ୩ ସୁନ୍ଦର ପିଲାଙ୍କ ସହ ବାସ୍ତବରେ କେକ୍‌ରେ ଆଇସିଂ ଭଳି…ସତ୍‌ନାମ ବାହେଗୁରୁ।

 

View this post on Instagram

 

A post shared by Sunny Leone (@sunnyleone)

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଖବର ଆସିଥିଲା ଯେ ସନି ୫ ବିଏଚ୍‌କେ ଆପାର୍ଟମେଣ୍ଟ କିଣିଛନ୍ତି। ସେ ଅନ୍ଧେରୀ େଓ୍ଵଷ୍ଟର ଅଟଲାଣ୍ଟିସ୍‌ ନାମକ ବିଲ୍ଡିରେ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.