ମନୋରଂଜନ

ଶଙ୍ଖ ବଜାଇନପାରି ଟ୍ରୋଲ୍ ହେଲେ ସନ୍ନି ଲିଓନି, ଲୋକେ ରାଗିକି ଦେଲେ ଏମିତି କମେଣ୍ଟ

ମୁମ୍ବାଇ: ସନ୍ନି ଲିଓନିଙ୍କୁ କିଏ ବା ନଜାଣେ। ବଲିଉଡର ପ୍ରତିଷ୍ଠିତ ନା ମଧ୍ୟରୁ ସନ୍ନି ଲିଓନି ଅନ୍ୟତମ । ପର୍ଣ୍ଣ ଷ୍ଟାର୍‌ ଟର୍ଣ୍ଣଡ୍‌ ବଲିଉଡ୍‌ ଷ୍ଟାର୍‌ ସନ୍ନି ଲିଓନି ନିଜର ଖାସ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିଜର ସୋସିଆଲ ମିଡିଆରେ ସନ୍ନି ବହୁତ ସକ୍ରିୟ ରହୁଥିବା ବେଳେ ରୀତିମତ ଫଟୋ କିମ୍ବା ଭିଡିଓ ସେୟାର କରନ୍ତି। ତେବେ ଅନେକ ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କ ମୁହଁରୁ ଅପ୍ରୀତିକର ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥାଏ ତାଙ୍କୁ। କିଛି ଅବାନ୍ତକର ପ୍ରଶ୍ନ ଶୁଣିଲେ ସେ ଦୁଃଖୀ ହୋଇଯାଆନ୍ତି ବୋଲି ଅନେକ ସମୟରେ କୁହନ୍ତି। ସେ ଏହା ବି କୁହନ୍ତି କି, ସେ ଏଭଳି ଗଣମାଧ୍ୟମ ସଂସ୍ଥାକୁ ଆଦୌ ପସନ୍ଦ କରନ୍ତି ନାହିଁ।

ତେବେ ସନ୍ନି ଲିଓନିଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏହି ଅଭିନେତ୍ରୀ ଜଣଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଅନେକ ଲୋକ ରାଗି ଯାଇଛନ୍ତି। ସନ୍ନି ଏହି ଭିଡିଓରେ ଏକ କଳା ରଙ୍ଗ ପୋଷାକ ପିନ୍ଧିଥିବାବେଳେ, ଗୋଟିଏ ଶଙ୍ଖ ବଜାଇବାକୁ ଚେଷ୍ଟା କରୁଥିବାର ନଜର ଆସିଛନ୍ତି । ଶଙ୍ଖ ବଜାଇବାକୁ ପ୍ରୟାସ କରୁଥିବା ସନ୍ନି ଲିଓନି କିନ୍ତୁ ଏଥିରେ ବିଫଳ ହେଉଛନ୍ତି। ଏହି ଭିଡିଓ ଦେଖି ଅନେକ ଲୋକ ତାଙ୍କୁ ଶଙ୍ଖ କିପରି ବଜାଯାଏ, ତାହା କହିବା ଆରମ୍ଭ କରିଛନ୍ତି। ତେବେ ସନ୍ନି ଲିଓନିଙ୍କ ଏହି ନୂଆ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯାହା ଦ୍ବାରା ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେବା ସହିତ, ଟ୍ରୋଲ କରିଛନ୍ତି।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ସେ ଏକ ବଡ ଶଙ୍ଖକୁ ଦୁଇ ହାତରେ ଧରି ପାଟିରେ ବଜାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବଜାଇ ପାରୁନାହାନ୍ତି। ତାଙ୍କ ପାଖରେ ଏହି ଭିଡିଓ ସୁଟ୍ କରୁଥିବା ସାଙ୍ଗମାନେ ତାଙ୍କର ଏହି ବିଫଳ ପ୍ରୟାସରେ ହସୁଥିବାବେଳେ, ପବିତ୍ର ଶଙ୍ଖଟିକୁ ନେଇ ପରିହାସ କରୁଛନ୍ତି। ଯାହାକୁ ଭିୟୋର୍ସମାନେ ନାପସନ୍ଦ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, “Tumse nhi ho payega didi, tum is kaam ke liye nhi bani ho didi.” ସେହିପରି ଆଉ ଜଣେ ଲେଖିଛନ୍ତି, ଶଙ୍ଖ ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ଜିନିଷ… ଆମେ ଏହାକୁ ପୂଜା କରୁଛୁ… ସେ ଏହା ବିଷୟରେ କ’ଣ ଭାବୁଛନ୍ତି? ଏହା କଣ ସେକ୍ସ ଟୟ ନା କଣ? ଏଭଳି ଅନେକ କମେଣ୍ଟସ୍ ଦ୍ବାରା ୟୁଜର୍ସ ମାନେ ଭିଡିଓଟିକୁ ନାପସନ୍ଦ କରିଛନ୍ତି। ତେବେ ସୂଚନା ଥାଉକି, ସନ୍ନି ଲିଓନି ବର୍ତ୍ତମାନ MTV Splitsvilla X4 ର ହୋଷ୍ଟ କରୁଛନ୍ତି। ସ୍ବାମୀ ଡାନିଏଲ୍‌ ୱେବର୍ ଓ ଝିଅ ନିଶା ଏବଂ ପୁଅ ନୋହ ଓ ଅଶରଙ୍କ ସହ ସେ ତାଙ୍କ ଲାଇଫରେ ବହୁତ ଖୁସି ଅଛନ୍ତି।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago