ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଲେ ସନ୍ନି !
ପିତୃ ଦିବସରେ ପୋଷ୍ଟ କଲେ ଝିଅ ଏବଂ ସ୍ବାମୀଙ୍କ ସହ ନ୍ୟୁଡ଼ ଫଟୋ
ମୁମ୍ବାଇ : ସାରା ବିଶ୍ବରେ ଗତକାଲି ଫାଦର୍ସ ଡ଼େ ବା ପିତୃ ଦିବସ ପାଳନ କରାଯାଇଥିବା ବେଳେ ବଲିଉଡ଼ର ବେବି ଡ଼ଲ୍ ସନ୍ନି ଲିଓନି ମଧ୍ୟ ତାଙ୍କ ପରିବାର ସହ ଏହା ପାଳନ କରିଛନ୍ତି। ସନ୍ନି ଏବଂ ତାଙ୍କ ସ୍ବାମୀ ଡ଼ାନିଏଲ ଏହି ଅବସରରେ ଝିଅ ସାଙ୍ଗରେ ଫଟୋ ସୁଟ କରି ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ । ତେବେ ଫଟୋକୁ ଦେଖିବା ପରେ ଦର୍ଶକମାନେ ସନ୍ନିଙ୍କୁ ଅପଶବ୍ଦ କହିଛନ୍ତି । କାରଣ ଫଟୋଟିରେ ସନ୍ନି ତାଙ୍କ ସ୍ବାମୀ ଡ଼ାନିଏଲ ଏବଂ ଝିଅ ନିଶା ନିବସ୍ତ୍ର ବା ନ୍ୟୁଡ଼ ରହିଥିବା ଦେଖିବାକୁ ମିଳିଛି। ଏହାକୁ ଡ଼ାନିଏଲ ତାଙ୍କ ସୋସିଆଲ ମିଡ଼ିଆ ସାଇଡ଼ରେ ଶେୟାର କରିଥିବା ବେଳେ ବହୁ ମାତ୍ରାରେ ଟ୍ରୋଲ ହୋଇଛନ୍ତି ।
ଫଟୋକୁ ଶେୟାର କରିବା ପରେ ଦର୍ଶକ ତାଙ୍କୁ ବହୁ ପ୍ରକାରର ଅପଶବ୍ଦ କହିବା ସହ ବହୁ ମାତ୍ରାରେ ଟ୍ରୋଲ କରିଛନ୍ତି । ଜଣେ ଯୁଜର୍ସ ସେହି ଫଟୋରେ କମେଣ୍ଟ କରିଛନ୍ତି , ଜଣେ ଭାରତୀୟ ମହିଳାଙ୍କୁ ନିଜ ସନ୍ତାନ ସମ୍ନାରେ ଏପରି ଉଲଗ୍ନ ହୋଇ ତାହାର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିବା ଉଚିତ୍ କଥା ନୁହଁ । ଏହା ଛଡ଼ା ଆହୁରୀ ମଧ୍ୟ ଖରାପ କମେଣ୍ଟର ସାମ୍ନା କରିବାକୁ ପଡ଼ିଛି ଡ଼ାନିଏଲ ଏବଂ ସନ୍ନିଙ୍କୁ ।