ସୁଟିଂ ସେଟରେ ଅସୁସ୍ଥ ହେଲେ ସନ୍ନି ଲିଓନି !

ମୁମ୍ବାଇ : ବଲିଉଡ ବେବିଡ଼ଲ୍ ସନ୍ନି ଲିଓନି ବର୍ତ୍ତମାନ ତାମିଲ ଫିଲ୍ମ ‘ବିରମହାଦେବୀ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏଥି ସହ ଏମ-ଟିଭିରେ ପ୍ରସାରିତ ପପୁଲାର ରିଆଲିଟି ସୋ ‘ସ୍ପିଲ୍ଟଭିଲା-୧୧’ ମଧ୍ୟ ହୋଷ୍ଟ କରୁଛନ୍ତି। ନିକଟରେ ସ୍ପିଲ୍ଟଭିଲାର ସୁଟିଂ ସେଟରେ ହଠାତ୍ ସନ୍ନିଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହାପରେ ତାଙ୍କୁ ତୁରନ୍ତ ନିକଟତମ ଡାକ୍ତରଖାନା ନିଆଗଲା। ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା।

ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସାଧାରଣ ରହିଥିବା ବେଳେ ତାଙ୍କୁ ବର୍ତ୍ତମାନ ଘରକୁ ପଠାଇ ଦିଆଯାଇଛି। ସନ୍ନିଙ୍କ ଅସୁସ୍ଥତା ଯୋଗୁଁ ସୁଟିଂ ଅଧାରେ ଅଟକି ଯାଇଥିଲା। ସୋ’ରେ ସନ୍ନି ରଣବିଜୟ ସିଂଙ୍କ ସହ ହୋଷ୍ଟ କରୁଥିବା ଦେଖାଯାଇଛି। ଡାକ୍ତରଖାନାରେ କିଛି ଲୋକ ସନ୍ନିଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରିବା ବେଳେ ବଡିଗାର୍ଡ ତାଙ୍କଠୁ ମୋବାଇଲ ଛଡ଼ାଇଥିଲେ । ପରେ ତାଙ୍କ ବଡ଼ିଗାର୍ଡ଼ ସେଠାରେ ଉପସ୍ଥିତ ଲୋକଙ୍କୁ ତାଙ୍କର ମୋବାଇଲ ଫେରାଇ ଦେଇଥିଲେ।

Leave A Reply

Your email address will not be published.