ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାରଙ୍କର ସୁପର ମୁଭି , ଜବରଦସ୍ତ ମନୋରଂଜନ ପାଇଁ ହୋଇଯାଆନ୍ତୁ ରେଡି
ଫିଲ୍ମ ଦେଖିବା ପାଇଁ କାହାକୁ ବା ପସନ୍ଦ ନୁହେଁ । ବଲିଉଡ ଫିଲ୍ମ ଠାରୁ ଆରମ୍ଭ କରି ହଲିଉଡ ଫିଲ୍ମ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ସବୁବେଳେ ଏକ୍ସସାଇଟେଡ ଥାଆନ୍ତି ଦର୍ଶକମାନେ । ପୁଣି ବର୍ତ୍ତମାନ ଏତେ ଦିନ ବ୍ୟବଧାନ ପରେ ଯେତେବେଳେ ହଲ ରେ ଫିଲ୍ମ ରିଲିଜ ହେଉଛି ଫିଲ୍ମ ଦେଖିବା ପାଇଁ ହଲ ରେ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ବର୍ତ୍ତମାନ ମଧ୍ୟ ଆପଣ ମାନେ ଦେଖିଥିବେ ଯେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ସ୍ପାଇଡରମ୍ୟାନ – ନୋ ୱେ ଟୁ ହୋମ ଓ ଟଲିଉଡ ଫିଲ୍ମ ପୁଷ୍ପା, ବକ୍ସ ଅଫିସରେ ଭଲ ଇନକମ କରିବା ସହିତ ଏହି ଫିଲ୍ମ ର ରେଟିଙ୍କ ମଧ୍ୟ ଭଲ ରହଛି ।
ଆପଣ ଜାଣିଛନ୍ତି ୨୦୨୧ ଶେଷ ହେବାକୁ ଆସିଲାଣି । ନୂଆ ବର୍ଷ ପାଇଁ ସମସ୍ତେ ରେଡି । ଏମିତିକି ହିନ୍ଦୀ ସିନେମା ଜଗତ ମଧ୍ୟ ଦର୍ଶକମାନଙ୍କୁ ଭର ପୁର ମନୋରଞ୍ଜନ ଦେବା ପାଇଁ ପୁରା ରେଡି । ଫିଲ୍ମ ନିର୍ଦ୍ଦେଶକ ଓ ପ୍ରୋଡ୍ୟୁସର ନୂଆ ଫିଲ୍ମ ରିଲିଜ୍ ତାରିଖ ଘୋଷଣା କରିବା ମଧ୍ୟ ଆରମ୍ଭ କରିସାରିଲେଣି।
୨୦୨୨ ରେ ଅନେକ ବଡ ବଡ ଷ୍ଟାରଙ୍କର ମୁଭି ସବୁ ଫିଲ୍ମ ହଲ୍ ରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି । ଏମିତିକି ବାହୁବଳୀ ସୁପର ଷ୍ଟାର ପ୍ରଭାସ ଙ୍କର ଫିଲ୍ମ ‘ଆଦି ପୁରୁଷ’ ଠାରୁ ଆରମ୍ଭ କରି ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଓ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ ଓ ତେଜସ’ ପର୍ଯ୍ୟନ୍ତ ବଡ ବଡ ବଜେଟ ଫିଲ୍ମ ବଡ ପର୍ଦ୍ଦା ରେ ରିଲିଜ ହେବ । ଆସୁଥିବା ବର୍ଷରେ ଦର୍ଶକମାନେ ଭରପୁର ମନୋରଂଜନ ପାଇ ପାରିବେ ।

୨୦୨୨ ମସିହାରେ ବଡ ଫିଲ୍ମ ର ରିଲିଜ ମଧ୍ୟରୁ ନୂଆ ବର୍ଷର ଆରମ୍ଭରୁ ହିଁ ପ୍ରଭାସଙ୍କ ଫିଲ୍ମ ‘ରାଧେଶ୍ୟାମ ‘ଜାନୁୟାରୀ ୧୪ ରେ ରିଲିଜ ହେବାକୁ ଯାଉଛି । ନିର୍ଦ୍ଦେଶକ ଓମ୍ ରାଉତଙ୍କର ମେଗା ବଜେଟ ଫିଲ୍ମ ‘ଆଦି ପୁରୁଷ’ ମଧ୍ୟ ଆସନ୍ତା ବର୍ଷ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାର ଶୁଣିବାକୁ ମିଳୁଛି । ଏହି ଫିଲ୍ମରେ ମଧ୍ୟ ସୁପର ଷ୍ଟାର ପ୍ରଭାସ ହିଁ ଅଭିନୟ କରିଛନ୍ତି ଓ ଏହି ଦୁଇଟି ଫିଲ୍ମ ବଡ ବଜେଟ ଫିଲ୍ମ ।
ରାଧେଶ୍ୟାମ ରେ ମୁଖ୍ୟ ଚରିତ୍ର ରେ ପ୍ରଭାସ ଥିବା ବେଳେ ତାଙ୍କ ସହ ପୂଜା ହେଗ୍ଡେଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମ ଦୁଇଟି ଭାଷା ହିନ୍ଦୀ ଓ ତେଲୁଗୁ ରେ ରିଲିଜ ହେବ । ତେବେ ଫିଲ୍ମ ରାଧେଶ୍ୟାମ ଜାନୁୟାରୀ ୧୪ ସଂକ୍ରାନ୍ତିରେ ହିଁ ରିଲିଜ ହେବ ବୋଲି ପ୍ରଡକ୍ସନ ହାଉସ କହିସାରିଛି ।

ଏହା ପରେ ଆସୁଛି ପ୍ରଭାସଙ୍କ ସବୁଠାରୁ ହାଇ ବଜେଟ୍ ଫିଲ୍ମ ଆଦି ପୁରୁଷ । ଯାହାକି ଏକ ହିନ୍ଦୁ ମାଇଥୋଲୋଜିକାଲ ଫିଲ୍ମ । ଏହି ଫିଲ୍ମରେ ମଧ୍ୟ ପ୍ରଭାସଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଆଦି ପୁରୁଷ ଚରିତ୍ରରେ ଦେଖାଯିବେ ପ୍ରଭାସ ଓ କ୍ରିତି ସାନନଙ୍କୁ ଶୀତାଙ୍କ ଚରିତ୍ର ଏବଂ ସୈଫଅଲ୍ଲୀ ଖାନ ଙ୍କୁ ଲଙ୍କେସ ଚରିତ୍ରରେ ଦେଖିବାକୁ ମିଳିବ । ‘ଆଦି ପୁରୁଷ’ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ହାଇ ବଜେଟ ଫିଲ୍ମ , ଯାହାକି ପୂର୍ବରୁ କେବେ ହୋଇ ନାହିଁ । ଆସନ୍ତା ବର୍ଷ ଅଗଷ୍ଟ ୧୧ରେ ହିଁ ଏହି ଫିଲ୍ମ ଥିଏଟରେ ରିଲିଜ ହେବ ।
ଫିଲ୍ମ ନିର୍ଦ୍ଦେକମାନେ ଆସନ୍ତା ବର୍ଷ ମାନେ ,୨୦୨୨ ମସିହା ଶୁକ୍ରବାର ଦିନ ହିଁ ଫିଲ୍ମ ରିଲିଜ କରିବା ପାଇଁ ପ୍ଲାନିଙ୍ଗ କରିଛନ୍ତି । ନୂଆ ବର୍ଷର ଆରମ୍ଭରେ ହିଁ ୟସରାଜ ବ୍ୟାନର ଫିଲ୍ମ ‘ପୃଥ୍ଵୀରାଜ’ ମଧ୍ୟ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଅକ୍ଷୟ କୁମାରଙ୍କର ଏହି ଫିଲ୍ମ ପୃଥ୍ଵୀରାଜ ର ରିଲିଜ ବର୍ଷ ଆରମ୍ଭ ଜାନୁୟାରୀ ୨୧ ରେ ରିଲିଜ ହେବା ପାଇଁ ଡେଟ ଘୋଷଣା କରାଯାଇଛି । ତେବେ ଏହି ଫିଲ୍ମରେ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର ବଲିଉଡରେ ନିଜର ଡେବ୍ୟୁଟ୍ କରୁଛନ୍ତି ।

ଅଭିନେତା ରଣବୀର ସିଂ ଓ ଶାଲିନୀ ପାଣ୍ଡେଙ୍କର ଫିଲ୍ମ ‘ଜୟେଶଭାଇ ଜୋରଦାର’ ମଧ୍ୟ ୨୦୨୨ ଫେବୃୟାରୀ ୨୫ ରେ ଫିଲ୍ମ ହଲ ରେ ରିଲିଜ ହେବ। ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରାଇବ ବୋଲି ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଛି। ଏହା ପରେ ଆସୁଛି ୟଶରାଜ ବ୍ୟାନର ଫିଲ୍ମ ‘ଶମଶେରା’ ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି କରନ ମାଲହୋତ୍ରା। ଏହି ଫିଲ୍ମରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ମାର୍ଚ ୧୮ ରେ ହଲ ରେ ରିଲିଜ ହେବା ପାଇଁ ଯାଉଛି । ରଣବୀର କପୁରଙ୍କ ର ହିରୋଇନ ଅଛନ୍ତି ଭାନୀ କପୁର । ଖାଲି ସେତିକି ନୁହେଁ ଏହା ଛଡା ଅକ୍ଷୟକୁମାରଙ୍କର ‘ବଚ୍ଚନ ପାଣ୍ଡେ’ ମଧ୍ୟ ମାର୍ଚ୍ଚ ମାସରେ ରିଲିଜ ହେବା ପାଇଁ ପୁରା ରେଡି। ଏହା ଅକ୍ଷୟ କୁମାର ଓ କ୍ରିତି ସାନନଙ୍କର କମେଡି ମୁଭି ଯାହା କି ମନୋରଂଜନ ଭରା ଫିଲ୍ମ। ବଚ୍ଚନ ପାଣ୍ଡେ ଆସନ୍ତା ବର୍ଷ ମାର୍ଚ୍ଚ ୪ ତାରିଖରେ ରିଲିଜ ହେବ ।
ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଫିଲ୍ମ ମଧ୍ୟ ଆଗାମୀ ବର୍ଷ ରିଲିଜ ହେବ । ଅମିର ଖାନ ଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅନେକ ପୂର୍ବରୁ ବଡ ପରଦାରେ ଆସିବା ପାଇଁ ରେଡି ରହିଛି । ଅମିର ଖାନ ଓ କରିନା କପୁରଙ୍କର ଏହି ଫିଲ୍ମ ଆଗାମୀ ବର୍ଷ ଅପ୍ରେଲ ୧୪ ତାରିଖରେ ହଲରେ ରିଲିଜ ହେବ ।
ଏହା ପରେ କଣ୍ଟ୍ରୋଭର୍ଶି କୁଇନ କଙ୍ଗନା ରନାୱତଙ୍କ ଆକ୍ସନ ଫିଲ୍ମ ”ଧାକଡ” ମଧ୍ୟ ୨୦୨୨ ମସିହା ଅପ୍ରେଲ ୮ ତାରିଖରେ ରିଲିଜ ହେବ । ଏହା ମଧ୍ୟ ଏକ ହାଇ ବଜେଟ ଫିଲ୍ମ ଯାହାର ଅପେକ୍ଷା ଫ୍ୟାନ୍ସ ମାନେ କେବେଠାରୁ କରୁଛନ୍ତି । ସଲମାନ ଖାନଙ୍କ ଅଭିନୀତ ‘ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ ଦୁଇଟି ଫିଲ୍ମ ଦର୍ଶକଙ୍କୁ ଏଣ୍ଟରଟେନ କରାଇ ସାରିଛି । ବର୍ତ୍ତମାନ ସଲମାନ ଖାନ ଙ୍କ ଫିଲ୍ମ ଟାଇଗର ୩ ମଧ୍ୟ ରିଲିଜ ପାଇଁ ରେଡି । ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କ ଫିଲ୍ମ ଟାଇଗର ୩ ଆସନ୍ତା ବର୍ଷ ଅଗଷ୍ଟ ମାସ ୧୫ ତାରିଖରେ ରିଲିଜ ହେବ ।

ଖାଲି ସେତିକି ନୁହେଁ ଆଗାମୀ ବର୍ଷ ଅଗଷ୍ଟ ୨୨ ରେ ଅକ୍ଷୟ କୁମାର ନିର୍ଦେଶନା ଦେଇଥିବା ଫିଲ୍ମ ରକ୍ଷା ବନ୍ଧନ ମଧ୍ୟ ରିଲିଜ ହେବ । ଯାହାକି ଏକ ପାରିବାରିକ ସଂପର୍କ ଉପରେ ଅଧାରିତ ଫିଲ୍ମ । ଅନ୍ୟ ଏକ ହାଇ ବଜେଟ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଫିଲ୍ମ ହଲରେ ରିଲିଜ ହେବ । ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ରଣବୀର କପୁର ଆଲିଆ ଭଟ୍ଟଙ୍କୁ ଲିଡ୍ ରେ ଦେଖିବାରୁ ମିଳିବ । ଏହି ଫିଲ୍ମରେ ନାଗୀନ ଫେମ ମୌନି ରୟଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ବିଗ ବି ଅମିତାଭ ବଚ୍ଚନ ଓ ଅନ୍ୟ ବଡ ବଡ ଷ୍ଟାରଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏଥି ପାଇଁ ଏବେ ଠାରୁ ହିଁ ପ୍ରୋମୋସନ କରିବାକୁ ଲାଗିଲେଣି ଫିଲ୍ମ ଷ୍ଟାର । ତେବେ ଏହା ମଧ୍ୟ ଆଗାମୀ ବର୍ଷ ସେପ୍ଟେମ୍ବର ୫ ରେ ରିଲିଜ ହେବ । ଏହା ସହିତ କଙ୍ଗନା ରନାୱତଙ୍କ ‘ତେଜସ’ ଫିଲ୍ମ ମଧ୍ୟ ୨୦୨୨ ଅକ୍ଟୋବର ୫ ହିଁ ରିଲିଜ ହେବ ।

ଏହି ସବୁ ଫିଲ୍ମ ଛଡା ୨୦୨୨ ମସିହାରେ କ୍ରିତି ସାନନ ଓ ଟାଇଗର ଶ୍ରଫଙ୍କର ଫିଲ୍ମ ଗଣପତ ସେପ୍ଟେମ୍ବର ୨୩ ରେ ହଲ ରେ ରିଲିଜ ହେବ । ତେଣୁ ବଲିଉଡ୍ ବାଦ ସାହା ଶାହାରୁଖ ଖାନଙ୍କର କୌଣସି ଫିଲ୍ମ ଆଗାମୀ ବର୍ଷ ବଡ ପର୍ଦାରେ ଆସିବାର କୌଣସି ସୂଚନା ମିଳିନାହିଁ । କିନ୍ତୁ ଯେଉଁ ସବୁ ଫିଲ୍ମ ଆସିବ ତାହା ମଧ୍ୟ ଦର୍ଶକଙ୍କୁ ଭଲ ଭାବେ ମନୋରଂଜନ ଯୋଗାଇ ଦେବ ବୋଲି ସବୁ ପ୍ରଡକ୍ସନ ହାଉସ ମାନେ କହିଛନ୍ତି ।