ତ ଏଥର ବାଇସେକ୍ସୁଆଲ ହୋଇଯିବ ସୁପରମ୍ୟାନ୍‌! ଜାଣନ୍ତୁ ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଫଟୋର ସତ୍ୟତା

ସୁପରମ୍ୟାନ୍‌ ଏମିତି ଏକ ସୁପରହିରୋ, ଯାହାର ନାଁ ଶୁଣିଲେ ହିଁ ଆମ ମନ ଭିତରେ ଜଣେ ମସ୍କୁଲାର ଏବଂ ଲମ୍ବା, ଚଉଡ଼ା ବ୍ୟକ୍ତିର ଛବି ଆସି ଯାଇଥାଏ। ଆମ ସମସ୍ତଙ୍କ ପିଲାବେଳକୁ ସୁନ୍ଦର ତଥା ସ୍ମରଣୀୟ କରିଥିବା ଏହି ସୁପରମ୍ୟାନ ସମୟ ସହିତ ଆହୁରି ପାଓ୍ଵାରଫୁଲ ଏବଂ ଅଧିକ ପରଫେକ୍ଟ ହେବାରେ ଲାଗିଛି। କିନ୍ତୁ ଏବେ ଆଗାମୀ ସମୟରେ ଆପଣଙ୍କୁ ସୁପରମ୍ୟାନର ବିଲ୍‌କୁଲ ଏକ ଭିନ୍ନ ଅବତାର ଦେଖିବାକୁ ମିଳିବ। ଏଥର ସୁପରମ୍ୟାନ ବାଇସେକ୍ସୁଆଲ ହେବାର ଅଛି ଅର୍ଥାତ୍‌ ଏହା ବାଇସେକ୍ସୁଆଲ ଅନ୍ଦାଜରେ ନଜର ଆସିବ। କିନ୍ତୁ ପରଦା ଉପରେ ନୁହେଁ, ବରଂ କମିକ୍ସ ବୁକ୍‌ରେ। ଡିସି କମିକ୍ସର ପ୍ରସିଦ୍ଧ ସୁପରହିରୋ ‘ସୁପରମ୍ୟାନ’ ଅଗାମୀ ଏଡିସନରେ ବାଇସେକ୍ସୁଆଲ ହେବ। ହେଲେ କାହାଣୀରେ ଏକ ଜବରଦସ୍ତ ଟ୍ଵିଷ୍ଟ ରହିଛି।

ପୁରୁଷ ରିପୋର୍ଟର ସହିତ ରହିଛି ପ୍ରେମ ସମ୍ପର୍କ

ଡିସି କମିକ୍‌ ସିରିଜ୍‌ର ପଞ୍ଚମ ଅଙ୍କରେ ‘Superman: Son of Kel-El’ ଏହି କଥାର ଉଲ୍ଲେଖ କରିବ ଯେ ନୂଆ ସୁପରମ୍ୟାନ୍‌ ଅର୍ଥାତ୍‌ କ୍ଲାର୍କ କେଣ୍ଟ ଓ ଲେନଙ୍କ ସନ୍ତାନ ଜନ୍‌ କେଣ୍ଟ ଜଣେ ବାଇସେକ୍ସୁଆଲ। ତାଙ୍କୁ ଜଣେ ପୁରୁଷ ରିପୋର୍ଟର ଜେ ନାକାମୁରାଙ୍କ ସହିତ ପ୍ରେମ ହୋଇଯାଇଛି। ବର୍ତ୍ତମାନ ଦୁଇଜଣଙ୍କ କେମିଷ୍ଟ୍ରୀକୁ କେଉଁଭଳି ଭାବେ ଡିସି ଆଗକୁ ନେବ, ତାହା ହିଁ ଦେଖିବା ପାଇଁ ଉତ୍ସାହ ରହିବ।

ପୁରୁଣା କାହାଣୀ ଆଗକୁ ବଢ଼ିବ

ଏବେ କମିକ୍ସ ବୁକ୍‌ର ଆଗାମୀ ଏଡିଶନର ଫଟୋଗୁଡ଼ିକ ଇଣ୍ଟରନେଟ୍‌ରେ ଛାଇ ଯାଇଛି। ଫଟୋଗୁଡ଼ିକ ଭାଇରାଲ ହେବା ପରେ ସମସ୍ତଙ୍କ ମନରେ ଏକ ପ୍ରକାର ଆଗ୍ରହ ଦେଖିବାକୁ ମିଳିଛି। ଏହା ଉପରେ ସୋସିଆଲ ମିଡିଆରେ ଲୋକେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏଠାରେ ଅନେକ ଲୋକ ଏହି କାଳ୍ପନିକ କାହାଣୀରେ ଆସିଥିବା ପରିବର୍ତ୍ତନକୁ ସମର୍ଥନ କରୁଛନ୍ତି। ସେପଟେ ଏହାକୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ନାହିଁ। କହି ରଖୁଛୁ, କମିକ୍‌ ବୁକ୍‌ର ଆଗାମୀ କାହାଣୀ ଗତ ଭାଗକୁ ହିଁ ଆଗକୁ ବଢ଼ାଉଛି।

ଆପଣଙ୍କୁ ଜଣାଇ ଦେଉଛୁ କି, ସୁପରମ୍ୟାନ ହେଉଛି ଏକ ସୁପରହିରୋ, ଯିଏ ପ୍ରଥମେ ଡିସି କମିକ୍ସ ଦ୍ୱାରା ପ୍ରକାଶିତ ଆମେରିକୀୟ କମିକ୍‌ ପୁସ୍ତକରେ ଦେଖା ଯାଇଥିଲା। ଏହି ଚରିତ୍ର ଲେଖକ ଜେରୀ ସିଗଲ ଓ କଳାକାର ଜୋ ଶଷ୍ଟରଙ୍କ ଦ୍ୱାରା ବନା ଯାଇଥିଲା। ପରେ ଏହାକୁ କମିକ୍‌ ବୁକ୍‌ ‘ଆକ୍ସନ କମିକ୍ସ’ରେ ଡେବ୍ୟୁ କରାଯାଇଥିଲା। ସୁପରମ୍ୟାନ୍‌କୁ ଅନ୍ୟାନ୍ୟ କେତେକ ମିଡିଆ ପାଇଁ ମଧ୍ୟ ଅନୁକୂଳିତ କରାଯାଇଛି, ଯେଉଁଥିରେ ରେଡିଓ ଧାରାବାହିକ, ଉପନ୍ୟାସ, ଫିଲ୍ମ, ଟେଲିଭିଜନ ଶୋ’ ଓ ଥିଏଟର ଆଦି ସାମିଲ ରହିଛି। ସୁପରମ୍ୟାନର ଜନ୍ମ କ୍ରିପ୍ଟନ ଗ୍ରହରେ ହୋଇଥିଲା ଏବଂ ଜନ୍ମ ସମୟରେ ଏହାକୁ କାଲ-ଏଲ୍‌ ନାମ ଦିଆଯାଇଥିଲା। ଶିଶୁ ଥିବା ବେଳେ ତା’ର ମା’, ବାପା ତାକୁ ଏକ ଛୋଟିଆ ମହାକାଶ ଯାନରେ ପୃଥିବୀ ପୃଷ୍ଠକୁ ପଠାଇ ଦେଇଥିଲେ।

Leave A Reply

Your email address will not be published.