ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୨୦୨୪ : ଶାହରୁଖ ଖାନ୍‌ଙ୍କୁ ମିଳିଲା ପାର୍ଡୋ ଅଲ୍ଲା କ୍ୟାରିଅର ଆଓ୍ଵାର୍ଡ

ଶାହରୁଖ ଖାନଙ୍କର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବହୁତ ପ୍ରଶଂସକ ଅଛନ୍ତି । ତାଙ୍କର ୩୨ ବର୍ଷର ଫିଲ୍ମ କ୍ୟାରିୟରରେ ଶାହରୁଖ ଖାନ ସିନେ ଜଗତକୁ ଅନେକ ପ୍ରକାରର ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଅବଦାନ ପ୍ରଶଂସନୀୟ । ଏଥିପାଇଁ କିଙ୍ଗ ଖାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ସେହି କଲେକ୍ସନ୍‌ରେ ଆଉ ଏକ ନୂଆ ଆଓ୍ଵାର୍ଡ ଆଡ୍‌ କରାଯାଇଛି । ଯାହାକୁ ନେଇ ସେ ପୁଣି ଚର୍ଚ୍ଚାରେ ଆସିଛନ୍ତି ।

ତେବେ କିଙ୍ଗ ଖାନଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୨୦୨୪ ରେ ପାର୍ଡୋ ଅଲ୍ଲା କ୍ୟାରିଅର ଆଓ୍ଵାର୍ଡରେ ସମ୍ମାନିତ କରାଯାଉଛି । ଏଭଳି ପରିସ୍ଥିତିରେ ଶାହାରୁଖ ପ୍ରଥମ ଭାରତୀୟ ହୋଇପାରିଛନ୍ତି ଯିଏ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଯାହାକୁ ନେଇ କିଙ୍ଗ ଖାନ୍‌ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଖୁସି ମଧ୍ୟ ହୋଇଛନ୍ତି । କେବଳ ଏତିକି ନୁହେଁ ଏହି ଫିଲ୍ମ ଫେଷ୍ଟିଭାଲରେ ସଞ୍ଜୟ ଲୀଲା ଭନସାଲୀଙ୍କ ୨୦୦୨ ଫିଲ୍ମ ‘ଦେବଦାସ’ ପ୍ରଦର୍ଶିତ କରାଯାଇଥିଲା । ଏହି ସମୟର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କିଙ୍ଗ ଖାନ ସମସ୍ତଙ୍କୁ ତାଙ୍କ ଉପସ୍ଥିତିରେ ଦିଓ୍ଵାନା କରୁଥିବାର ଦେଖିବାକୁ ମିଳିଛି ।

ଏହାପରେ କିଙ୍ଗ ଖାନ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଖୁସି ବ୍ୟକ୍ତ କରିଛନ୍ତି । ପୁରସ୍କାର ପାଇବା ପରେ ଶାହରୁଖ ଖାନ ଏକ ଭାଷଣ ଦେଇଥିଲେ । ଟ୍ରଫି ଦେଖାଇ ସେ କହିଥିଲେ- ‘ଏହା ବହୁତ ଭାରୀ ।’ ଏହା ପରେ ସେ ସମସ୍ତଙ୍କ ଧନ୍ୟବାଦ ଜଣାଇଥିଲେ । ଏପରି ଭାବେ କିଙ୍ଗ ଖାନ୍‌ ଅନେକ ପ୍ରକାରର କଥା କହିଥିଲେ । ତେବେ ସେହି ଫେଷ୍ଟିଭାଲର ଅନେକ ଫଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଉଛନ୍ତି ।

ଶାହରୁଖ ଖାନଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଆଜିକାଲି ତାଙ୍କ ଫିଲ୍ମ ‘କିଙ୍ଗ’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମରେ ସେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ସୁଜୟ ଘୋଷ ଫିଲ୍ମ ‘କିଙ୍ଗ’ର ନିର୍ଦ୍ଦେଶନା ଦେବେ ଏବଂ ଏକ୍ସନ୍‌ ସିନ୍‌ର ଦାୟିତ୍ୱ ସିଦ୍ଧାର୍ଥ ଆନନ୍ଦଙ୍କୁ ଦିଆଯାଇଛି । ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ମାର୍ଫ୍ଲିକ୍ସ ଏଣ୍ଟରଟେନମେଣ୍ଟ ମିଳିତ ଭାବେ ଏହାକୁ ତିଆରି କରିବାକୁ ଯାଉଛନ୍ତି । ତେବେ ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି, ଯେଉଁଥିରେ କିଙ୍ଗ ଖାନ୍‌ ତାଙ୍କ ଝିଅ ସହ ଏକାଠି କାମ କରିବେ । ଏହି ଖବର ଆସିବା ପରେ ଦର୍ଶକ ମଧ୍ୟ ଏହି ଫିଲ୍ମକୁ ଦେଖିବାକୁ ପାଇଁ ଉତ୍ସାହାର ସହିତ ଅପେକ୍ଷା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.