ବିଗ୍ ବସ୍ ଓଟିଟି-୨ରେ ନଜର ଆସିବେ ସୂରଜ !

ଗତ ଏପ୍ରିଲରେ ମାସରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ । ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି ଏବେ ନୂଆ ଡଙ୍ଗରେ ଜୀବନ ବଞ୍ଚିବା ଆରମ୍ଭ କରିଛନ୍ତି ।

ମୁମ୍ବାଇ: ଗତ ଏପ୍ରିଲରେ ମାସରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ । ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି ଏବେ ନୂଆ ଡଙ୍ଗରେ ଜୀବନ ବଞ୍ଚିବା ଆରମ୍ଭ କରିଛନ୍ତି ।  କୋର୍ଟର ରାୟ ଆସିବା ପରେ ସୂରଜ ପ୍ରଥମେ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ମେସେଜ କରିଥିବା କହିଥିଲେ। କାରଣ ସଲମାନ ତାଙ୍କୁ ପୂର୍ବରୁ କହିଥିଲେ, ସୂରଜ, ଯଦି ତୁମେ ଜାଣିଛ ଯେ ତୁମେ କୌଣସି ଭୁଲ କରିନାହଁ, ତେବେ ତୁମର ଚିନ୍ତା କରିବାର ଆବଶ୍ୟକତା ନାହିଁ।

big boss

ତେବେ ଦୀର୍ଘ ବର୍ଷ ଧରି ସେ ଘରେ ବସି ରହିଥିବା ବେଳେ ‌ଏବେ ତାଙ୍କୁ କାମ ମିଳିଛି। କୁହାଯାଉଛି ଯେ, ବିଗ୍ ବସ୍ ଓଟିଟି-୨ରେ ସୂରଜ ପ୍ରତିଯୋଗୀ ଭାବେ ନଜର ଆସିବେ ।  ସୂରଜଙ୍କୁ ବିଗ୍ ବସ୍ ଓଟିଟି-୨ରେ ପ୍ରତିଯୋଗୀ ଭାବେ ନଜର ଆସିବା ପାଇଁ ଅଫର ମିଳିଥିବା ବେଳେ ସେ ଏହାକୁ ଗ୍ରହଣ କରିବେ କି ନାହିଁ ନିଷ୍ପତ୍ତି ନେଇନାହାନ୍ତି। ଯଦି ସେ ଏହାକୁ ଗ୍ରହଣ କରିବେ, ତେବେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏହା ତାଙ୍କର ପ୍ରଥମ କାମ ହେବ।

Leave A Reply

Your email address will not be published.