ନିଜ ଲଙ୍ଗଟାଇମ୍ ବଏଫ୍ରେଣ୍ଡ ସୁମିତ ସୁରିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଜ୍ୟୋତି । ଦୀର୍ଘ ୫ ବର୍ଷର ସମ୍ପର୍କ ପରେ ଏହି କପଲ୍ ଗତକାଲି ଖୁବ ଧୂମଧାମରେ ବିବାହ କରିଛନ୍ତି । ଗତ କିଛି ଦିନ ହେବ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ସୁରଭି ଜ୍ୟୋତି । ଗତକାଲି ସେ ନିଜ ସ୍ୱାମୀଙ୍କ ସହ ବିବାହର ରୋମାଣ୍ଟିକ ଫଟୋ ସେୟାର କରି ଉଭୟଙ୍କ ସମ୍ପର୍କକୁ ଅଫିସିଆଲି ଘୋଷଣା କରିଛନ୍ତି ।
ଏବେ ଅଭିନେତ୍ରୀଙ୍କ ୱେଡିଙ୍ଗ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ଯୋଡିକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି । ବିବାହ ପରେ ସୁରବି ଜ୍ୟୋତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିବାହ ରୀତିନୀତି ସହ ଜଡିତ କିଛି ଫଟୋ ସେୟାର କରିଛନ୍ତି । ନାଲି ରଙ୍ଗର ଯୋଡ଼ାରେ ସୁରଭି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଲେହେଙ୍ଗାକୁ ନୀତା ଲୁଲା ଡିଜାଇନ୍ କରିଛନ୍ତି । ଲେହେଙ୍ଗାରେ ଗୋଲଡେନ୍ ଏମ୍ବ୍ରୋଡୋରୀ କାମ ଅଛି ।
ଏହା ସହିତ ଅଭିନେତ୍ରୀ ନିଜ ଲୁକ୍ କମ୍ପ୍ଲିଟ୍ କରିବା ପାଇଁ ସବୁଜ ରଙ୍ଗର ମୋତିରେ ନିର୍ମିତ ଅଳଙ୍କାର ପିନ୍ଧିଛନ୍ତି, ଯେଉଁଥିରେ ଚୋକର୍, କାନଫୁଲ, ମାଙ୍ଗ ଟିକ୍କା ଏବଂ ସାମିଲ ଥିଲା । ଯେତେବେଳେ ସୁମିତ ସୁରି ଅର୍ଥାତ୍ ସୁରଭିଙ୍କ ସ୍ୱାମୀ ଧଳା ରଙ୍ଗର ଶେରୱାନିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଚଳିତ ବର୍ଷ ମେ’ ମାସରେ ସୁରଭି ଜ୍ୟୋତି ଇନଷ୍ଟାଗ୍ରାମରେ ସୁମିତ ସୁରିଙ୍କ ସହ ରିଲେସନସିପ କନଫର୍ମ କରିଥିଲେ । ଉଭୟଙ୍କ ବିଷୟରେ କୁହାଯାଉଛି ଯେ ସେମାନେ ଗତ ୫ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି ।
ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ସମୟରେ ଦୁହେଁ ୬ ବର୍ଷ ପୂର୍ବେ ସାକ୍ଷାତ ହୋଇଥିଲା । ଲୋକପ୍ରିୟ ଧାରାବାହିକ ‘କୁବୁଲ ହେ’ ରେ ଜୋୟା ଚରିତ୍ର ସହ ପ୍ରତ୍ୟେକ ଘରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଖୁବ୍ କମ୍ ଲୋକ ଜାଣନ୍ତି ଯେ ସୁରଭିଙ୍କ ସ୍ୱାମୀ ସୁମିତ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଜଣେ ସଫଳ ପ୍ରଡ୍ୟୁସର ମଧ୍ୟ ।
View this post on Instagram