ପୁଣି ଥରେ ପରଦାକୁ ଆସିବ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’

ପୁଣିଥରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଉଛନ୍ତି ଫିଲ୍ମର ନିର୍ମାତା ରୋନି ସ୍କ୍ରୁଓ୍ଵାଲା। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। କଥା କ’ଣ କି, ଚଳିତବର୍ଷ ବିକି କୌଶଲଙ୍କ ସୁପରହିଟ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ ମଚାଇଥିଲା। ଏପରି ଫିଲ୍ମ କରିବା ଦ୍ୱାରା ଭାରତୀୟମାନଙ୍କ ମନରେ ଗର୍ବ ଭାବନା ସୃଷ୍ଟି କରିବା ସହ ଭାରତୀୟ ସଶସ୍ତ୍ରବଳଙ୍କ ଆତ୍ମବିଶ୍ୱାସ ମନୋବୃତ୍ତିକୁ ବଢାଉଛି। ଏପରି ଫିଲ୍ମର ନିର୍ମାଣ କରି ଗର୍ବ ଅନୁଭବ କରୁଛନ୍ତି ବୋଲି ରୋନି କହିଛନ୍ତି। ରିପୋର୍ଟ ମୁତାବକ, ପୁଣି ଥରେ ଫିଲ୍ମ ‘ଉରି: ସର୍ଜିକାଲ ଷ୍ଟ୍ରାଇକ’ କୁ କାରଗିଲ ବିଜୟ ଦିବସ ଉପଲକ୍ଷେ ୫୦୦ ସିନେମା ହଲରେ ପ୍ରଦର୍ଶିତ ହେବ। ଫିଲ୍ମକୁ ପୁଣି ଥରେ ରିଲିଜ କରିବାର ନିଷ୍ପତ୍ତି ମହାରାଷ୍ଟ୍ର ସରକାର କରିଛନ୍ତି। ଏହି ଫିଲ୍ମ ୨୬ ଜୁଲାଇରେ ଫ୍ରିରେ ଦେଖିବାକୁ ମିଳିବ। ଯାହାକୁ ନେଇ ବେଶ୍‌ ଖୁସି ଏବଂ ଉତ୍ସାହିତ ରହିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର। ଏହି ଫିଲ୍ମକୁ ସଫଳତା ପରେ ନିର୍ଦ୍ଦେଶକ ଆଦିତ୍ୟ ଧର ଆଗାମୀ ଫିଲ୍ମ ‘ଅଶ୍ୱତ୍ଥାମା’ ପାଇଁ କାମ କରିବା ଆରମ୍ଭ କରିସାରିଛନ୍ତି। ଯେଉଁଥିରେ ପୁଣି ଥରେ ବିକି କୌଶଲ ନଜର ଆସିବେ। ଏହାଛଡା ବିକିଙ୍କ ଆଗାମୀ ଫିଲ୍ମ ‘ଉଦ୍ଧମ ସିଂହଙ୍କ ବାୟୋପିକ୍‌, ଦ ହଣ୍ଟେଡ ସିପ୍‌ ଏବଂ ତଖତ’ ରହିଛି।

Leave A Reply

Your email address will not be published.