ଫିଲ୍ମ ଥଗ୍ସ ଅଫ ହିନ୍ଦୋସ୍ତାନର ଗୀତ ସୁରୈୟାର ମେକିଂ ଭିଡିଓ ରିଲିଜ୍‌

ରିଲିଜ ହୋଇଛି ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ ଥଗ୍ସ ଅଫ ହିନ୍ଦୋସ୍ତାନର ଗୀତ ସୁରୈୟାର ମେକିଂ ଭିଡିଓ। ନୂଆ କନସେପ୍ଟର ଏହି ଗୀତକୁ ଗାଇଛନ୍ତି ବିଶାଲ ଦଦ୍‌ଲାନି ଓ ଶ୍ରେୟା ଘୋଷାଲ। ଗୀତକୁ କମ୍ପୋଜ କରିବାରେ ଅଜୟ ଅତୁଲଙ୍କୁ ସବୁଠାରୁ ଅଧିକ ସମୟ ଲାଗିଥିଲା। ଗୀତକୁ ସୁଟିଂ କରିବା ପୁରା ଟିମ୍ ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥିଲା। ଏହି ଗୀତରେ ଫିରଙ୍ଗୀ ଓ ସୁରୈୟାର ସମ୍ପର୍କକୁ ଦେଖାଯାଇଛି।

Thugs-Of-Hindostan-Suraiya-Song-644x362ଗୀତରେ ଉଭୟ ଭାରତୀୟ ଓ ୱେଷ୍ଟନ ଟଚ୍ ରହିଛି। ଆମିର ଓ କ୍ୟାଟ୍ରିନାଙ୍କୁ ଗୀତ ପାଇଁ ଖୁବ୍ ଡ୍ୟାନ୍ସ ପ୍ରାଟିସ କରିବାକୁ ପଡିଥିଲା। ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟା । ଗୀତରେ ଜାଜ୍ ଓ ଭାରତୀୟ ମ୍ୟୁଜିକର ମିଶ୍ରଣ ଦେଖିବାକୁ ମିଳିଛି। କୋରିଓଗ୍ରାଫି କରିଛନ୍ତି ପ୍ରଭୁ ଦେବା। ଗୀତରେ କ୍ୟାଟ୍ରିନାଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି।

suriyaସୁରୈୟାର ଗୀତ ପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି କ୍ୟାଟ୍ରିନା କୈଫ। ଗୀତର ଡ୍ୟାନ୍ସ ପ୍ରାଟିସ ସମୟର ଭିଡିଓ ପୋଷ୍ଟ କରିଛନ୍ତି କ୍ୟାଟ୍ରିନା। ଗୀତରେ ହାଇ ବିଟସ୍‌ରେ ଡ୍ୟାନ୍ସ କରିବାକୁ ପଡୁଛି କ୍ୟାଟ୍ରିନାଙ୍କୁ। କୋରିଓଗ୍ରାଫର ପ୍ରଭୁ ଦେବା ବହୁତ କଷ୍ଟ କଷ୍ଟ ଷ୍ଟେପ ଶିଖାଇଛନ୍ତି କ୍ୟାଟ୍ରିନାଙ୍କୁ। କ୍ୟାଟ ମଧ୍ୟ ଖୁବ୍‌ ପରିଶ୍ରମ କରିଛନ୍ତି।