ମନୋରଂଜନ

ସୁଶାନ୍ତଙ୍କ ଜୀବନୀକୁ ନେଇ ଆସୁଛି ଫିଲ୍ମ ‘ସୁଇସାଇଡ୍‌ ଅର୍‌ ମର୍ଡର’, ମୁଖ୍ୟ ଭୂମିକାରେ ନଜର ଆସିବେ ଟିକ୍‌ଟକ୍‌ ଷ୍ଟାର ସଚିନ୍‌ ତିୱାରି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୁମ୍ବାଇ ପୋଲିସ ଲଗାତାର ଏନେଇ ତଦନ୍ତ ଜାରି ରଖିଛି। ତଥାପି କୌଣସି ସୁରାକ ହାତରେ ଲାଗିନାହିଁ। ତେବେ ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଦ୍ୱାରା ଅନୁପ୍ରାଣିତ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ପ୍ରଯୋଜକ ବିଜୟ ଶେଖର ଗୁପ୍ତା । ନିର୍ଦ୍ଦେଶନା ଦେବେ ସାମିକ୍‌ ମୌଲିକ୍‌। ଫିଲ୍ମର ନାଁ ରହିଛି ‘ସୁଇସାଇଡ୍‌ ଅର୍‌ ମର୍ଡର’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଟିକ୍‌ଟକ୍‌ ଷ୍ଟାର ସଚିନ୍‌ ତିୱାରି ।

ମୁମ୍ବାଇ ଓ ପଞ୍ଜାବରେ ଖୁବ୍‌ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ । ତେବେ ଚଳିତବର୍ଷ ସେପ୍ଟେମ୍ବର ମଧ୍ୟଭାଗରେ ଫିଲ୍ମଟି ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫିଲ୍ମର ଫାଷ୍ଟ ପୋଷ୍ଟର ମଧ୍ୟ ଖୁବ୍‌ ଶୀଘ୍ର ମେକର୍ସଙ୍କ ପକ୍ଷରୁ ରିଲିଜ କରାଯିବ। ଜୁନ୍‌ ୧୪ ତାରିଖରେ ମୁମ୍ବାଇ ସ୍ଥିତ ବାସଭବନରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଥିଲା ସାରା ଦେଶ ।

ଟିଭି ପରଦାରୁ କ୍ୟାରିଅରର ଆରମ୍ଭ କରିଥିବା ବେଳେ ୨୦୧୩ରେ କାଇପୋଚେ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିିଥିଲେ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ମୁମ୍ବାଇ ପୋଲିସର ତନଘନା ପରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପଛର ପରଦା ଉଠିପାରିନାହିଁ।

Sonalisa

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

4 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

30 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago