ସୁଶାନ୍ତ ସିଂହ ମାମଲା: କୋର୍ଟରେ ହାଜର ହେଲେ ଏକତା କପୁର, ସଞ୍ଜୟ ଲୀଲା ଭଂସାଲୀଙ୍କ ସମେତ ଏହି ୪ ସେଲିବ୍ରିଟି

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଦାଖଲ କରାଯାଇଥିବା ପିଟିସନ୍‌ର ଶୁଣାଣି ମୁଜଫରପୁର ଏଡିଜେ ୧ ରାକେଶ ମାଲବୀୟଙ୍କ କୋର୍ଟରେ ହୋଇଛି। ଏ ଅବସରରେ ଫିଲ୍ମ ନିର୍ମାତା ସଞ୍ଜୟଲୀଲା ଭଂସାଲୀ, ଏକତା କପୁର, ଭୂଷଣ କୁମାର ଓ ସାଜିଦ ନାଡିୟାବାଲା କୋର୍ଟରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା। ମାତ୍ର ଏହି ସେଲିବ୍ରିଟିମାନେ ନିଜେ ନ ଆସି ସେମାନଙ୍କ ଓକିଲଙ୍କୁ ପଠାଇଥିଲେ। ଭଂସାଲୀଙ୍କ ତରଫରୁ ଓକିଲ ସରୋଜ କୁମାର ଓ ଅନ୍ୟ ୩ ଫିଲ୍ମନିର୍ମାତାଙ୍କ ତରଫରୁ ପ୍ରିୟରଞ୍ଜନ ଓରଫ୍‌ ଅନ୍ନୁ କୋର୍ଟରେ ହାଜର ହୋଇଥିଲେ।

ଅନ୍ୟପଟେ କୋର୍ଟ ଶେଷ ଶୁଣାଣି ପାଇଁ ଆଗାମୀ ତାରିଖ ଡିସେମ୍ବର ୯କୁ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସଲମାନ୍‌ ଖାନ୍‌ଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ।

ssr2

ସୂଚନାଯୋଗ୍ୟ ଯେ ୧୪ ଅଗଷ୍ଟରେ ଅଧିବକ୍ତା ସୁଧୀର କୁମାର ଓଝା ସଲମାନ୍‌ ଖାନ୍‌ ସମେତ ୮ ଜଣ ଷ୍ଟାରଙ୍କ ବିରୋଧରେ ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ। ପ୍ରକାଶ ଯେ ପୂର୍ବରୁ ଏନେଇ ଅଭିଯୋଗ ହୋଇଥିଲେ ବି କୋର୍ଟ ବାରମ୍ବାର ମାମଲାକୁ ଖାରଜ କରୁଥିଲେ। ମାତ୍ର ବାରମ୍ବାର ଏହି ମାମଲା ରୁଜୁ ହେବାରୁ କୋର୍ଟ ଏହି ଷ୍ଟାରମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.