ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା; ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ମିଳିଲା କ୍ଲିନ୍ ଚିଟ୍

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଶେଷ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ପାଞ୍ଚ ବର୍ଷ ପରେ କେନ୍ଦ୍ରିୟ ଯାଞ୍ଚ ବ୍ୟୁରୋ(ସିବିଆଇ) କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛନ୍ତି । ଏହା ଏକ ଅପମୃତ୍ୟୁ ମାମଲା ବୋଲି କୁହାଯାଇଛି । ଏହା ସହିତ ସୁଶାନ୍ତଙ୍କୁ ଜୀବନ ହାରିବା ପାଇଁ ଉସକାଯାଇଥିବାର କୌଣସି ପ୍ରମାଣ ଏଜେନ୍ସି ପାଇନଥିବାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନ୍ ଚିଟ୍ ଦିଆଯାଇଛି । ତେବେ ଏହି ଘଟଣାରେ ସେମିତି କିଛି ଠୋସ ପ୍ରମାଣ ମିଳି ନଥିଲା ଟେଉଁଥିରେ ସୁଶାନ୍ତ ଏପରି ଚରମ ନିଷ୍ପତ୍ତି ନେଇଗଲେ ।

ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ୩୪ ବର୍ଷ ବୟସରେ ହୋଇଥିଲା । ସେ ୨୦୨୦ ଜୁନ୍ ୧୪ ତାରିଖରେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣାକୁ ନେଇ ବହୁତ ବାଦ- ବିବାଦ ଦେଖା ଦେଇଥିଲା । ଖାଲି ସେତିକି ନୁହେଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକବର୍ତ୍ତୀ ତାଙ୍କ ଏପରି ଅବସ୍ଥା ପାଇଁ ଦାୟୀ ବୋଲି ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ପରେ ଏହି ମାମଲାର ଗମ୍ଭୀରତାକୁ ବିଚାର କରି ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା ।

ଯେତେବେଳେ ହସ୍ପିଟାଲରେ ଅଭିନେତାଙ୍କ ପୋଷ୍ଟମର୍ଟମ କରାଯାଇଥିଲା ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି ଦର୍ଶାଯାଇଥିଲା । ସୁଶାନ୍ତ ସିଂହ ରାଜପୁତ ମାମଲାରେ ବହୁ ଯାଞ୍ଚ ଏବଂ ତଦନ୍ତ ପରେ ସିବିଆଇ ଏବେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି । ଦୁଇଟି ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ଗୋଟିଏ ହେଉଛି ଅଭିନେତାଙ୍କ ବାପାଙ୍କ ଦ୍ୱାରା ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ଏବଂ ଅନ୍ୟଟି ହେଉଛି ଅଭିନେତାଙ୍କ ପରିବାର ବିରୁଦ୍ଧରେ ରିୟାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ।

ଅଗଷ୍ଟ ୨୦୨୦ରେ ସିବିଆଇ ବିହାର ପୋଲିସଠାରୁ ମାମଲାଟିକୁ ନିଜ ହାତକୁ ନେଇଥିଲା । ଚାରି ବର୍ଷରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ଅଭିନେତାଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରାଯାଇଥିବାର କୌଣସି ପ୍ରମାଣ ମିଳିନଥିଲା । ରିପୋର୍ଟ ଦାଖଲ ପରେ ଏବଂ ଅଭିନେତ୍ରୀ ରିଆ ଏବଂ ତାଙ୍କ ପରିବାରକୁ କ୍ଲିନ୍ ଚିଟ୍ ଦେଲେ ।

ସୁଶାନ୍ତ ସିଂହ ରାଜପୁତ ଟିଭି ଜଗତରୁ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଏକତା କପୁରଙ୍କ ‘ପବିତ୍ର ରିସ୍ତା ‘ରେ ମାନବ ଚରିତ୍ରରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ । ତା’ପରେ ସେ ଆଉ କିଛି ଟିଭି ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହା ପରେ ସେ ଚଳଚ୍ଚିତ୍ର ଆଡକୁ ମୁହାଁଇଥିଲେ । ତାଙ୍କ ଚଳଚ୍ଚିତ୍ର ମଧ୍ୟରେ ରହିଥିଲା କାଇ ପୋ ଚେ, ଦିଲ ବେଚାରା, ଏମଏସ ଧୋନି, ଶୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି, ଛିଛୋର ଭଳି ଫିଲ୍ମରେ କାମ କରି ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ ।

Also read: ଏବେ ଏହି ଦେଶରେ ରିଲିଜ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’, ନୂଆବର୍ଷରେ କରିବ ନୂଆ ରେକର୍ଡ