ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କର ଏମିତି ହୋଇଥିଲା ମୃତ୍ୟୁ; CBI ତଦନ୍ତରୁ ଖୋଲିଲା ରହସ୍ୟ

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଜର ତଦନ୍ତ ପରେ ନିଷ୍କର୍ସ ବାହାର କରିଛି। ଦିଶା ସାଲିୟାନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ସିବିଆଇ କହିଛି। ତଦନ୍ତ ପରେ ସିବିଆଇ ଖୁଲାସା କରିଛି କି, ଟ୍ୟାଲେଣ୍ଟ ମ୍ୟାନେଜର ଦିଶା ସାଲିୟାନ ନିଶାସକ୍ତ ଅବସ୍ଥାରେ ଥିଲେ। ସନ୍ତୁଳନ ହରାଇ ବସିବାରୁ ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

କହି ରଖୁଛୁ, ଅଭିନେତ୍ରୀ, ମଡେଲ ତଥା ଟ୍ୟାଲେଣ୍ଟ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ୨୦୨୦ ଜୁନ୍‌ରେ ହୋଇଥିଲା। ମୁମ୍ବାଇର ମଲାଡସ୍ଥିତ ଫ୍ଲାଟ୍‌ର ୧୨ତମ ମହଲାରୁ ଖସି ତାଙ୍କର ମୃତ୍ୟୁ ଘଟିଥିଲା। ଦିଶାଙ୍କ ମୃତ୍ୟୁ ପରେ ଅନେକ କଳ୍ପନାଜଳ୍ପନା କରାଯାଇଥିଲା। ଏପରି କି, ହତ୍ୟା ଆଶଙ୍କା ମଧ୍ୟ ଉପୁଜିଥିଲା। ଯଦିଓ ପୋଲିସ ତଦନ୍ତ ପରେ ଏହି ମାମଲାକୁ ଏହା କହି ବନ୍ଦ କରି ଦେଇଥିଲା କି, ଦିଶାଙ୍କ ମୃତ୍ୟୁ ଫ୍ଲାଟ୍‌ରୁ ପଡ଼ିଯିବା କାରଣରୁ ହୋଇଛି ଏବଂ ସେ ନିଜ ଜୀବନ ହାରିଛନ୍ତି।

ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ସିବିଆଇ ଅଲଗା ମାମଲା ରୁଜୁ କରି ନ ଥିଲା। ସିବିଆଇ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସମୟରେ ହିଁ ଦିଶା ମୃତ୍ୟୁ ମାମଲାର ବି ତଦନ୍ତ କରିଥିଲା। କାହିଁକି ନା, ଉଭୟଙ୍କ ମୃତ୍ୟୁ କିଛି ଦିନର ଅନ୍ତରରେ ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ କନେକ୍ସନର କଥା କୁହାଯାଇଥିଲା।

ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ମୃତ୍ୟୁ ଦିନ ଦିଶା ମଦ୍ୟପାନ ନିଶାରେ ଥିଲେ ଏବଂ ସନ୍ତୁଳନ ବିଗିଡ଼ିଯିବା କାରଣରୁ ଛାତରୁ ପଡ଼ି ଯାଇଥିଲେ। ଏହାପରେ ସ୍ପଷ୍ଟ ହୋଇଯାଇଛି କି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଦିଶାଙ୍କ ମୃତ୍ୟୁର କୌଣସି ବି ସଂଯୋଗ ନାହିଁ। କହି ରଖୁଛୁ, ଦିଶା ଜୁନ୍‌ ୮ ତାରିଖ ରାତିରେ ଫ୍ଲାଟ୍‌ରୁ ଗଳି ପଡ଼ିଥିଲେ। ଯେତେବେଳେ କି, ସୁଶାନ୍ତ ସିଂ ରାଜପୁତଙ୍କୁ ଜୁନ୍‌ ୧୪ରେ ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ରୁ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.