ବିତିଗଲା ବର୍ଷେ କିନ୍ତୁ ଆଜି ଯାଏଁ ସାମ୍ନାକୁ ଆସିପାରିଲାନି ମୃତ୍ୟୁର ପ୍ରକୃତ ସତ୍ଯ

ଚାହୁଁ ଚାହୁଁ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ବିତିଗଲା। କିନ୍ତୁ ଆଜିଯାଏ ଏହା ମୃତ୍ୟୁ କି ଆତ୍ମହତ୍ଯା ତାହା ଜଣାପଡିଲା ନାହିଁ। ଆଜି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ଜୀବନ, ତାଙ୍କର ଅନନ୍ୟ ଯାତ୍ରା ଏବଂ ତାଙ୍କର ସମସ୍ତ ସଫଳତାକୁ ନେଇ ଏକ ୱେବସାଇଟ୍ ଆରମ୍ଭ ହୋଇଛି । ଏହି ୱେବସାଇଟକୁ www.ImmortalSushant.com ନାମ ଦିଆଯାଇଛି ଏବଂ ଏହା ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ସହମତି ଏବଂ ସାହାଯ୍ୟରେ ଆରମ୍ଭ ହୋଇଛି ।

ଏହି ୱେବସାଇଟର ଖାସ୍ କଥା ହେଉଛି ଯେ, ଏଥିରେ ନା କେବଳ ଳୋକମାନଙ୍କୁ ସୁଶାନ୍ତଙ୍କ ଫିଲ୍ମ ଯାତ୍ରା ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ମିଳିବ ବରଂ ଫିଲ୍ମ ବ୍ୟତୀତ ତାଙ୍କର ସମସ୍ତ ରୁଚି, ତାଙ୍କର ସମସ୍ତ ଚେଷ୍ଟା, ସୁଶାନ୍ତଙ୍କ ସହ ଜଡିତ ଟ୍ରେଣ୍ଡ ଜାଣିବା, ସୁଶାନ୍ତଙ୍କ ଫଟୋ ଏବଂ ସାକ୍ଷାତକାର ଦେଖିବାକୁ ସୁଯୋଗ ମିଳିବ।

ସୁଶାନ୍ତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀର ବଡ ବଡ ସେଲିବ୍ରିଟ ଠାରୁ ଆରମ୍ଭ କରି ଫ୍ଯାନଙ୍କ ପର୍ଯ୍ଯନ୍ତ ସମସ୍ତେ ଟ୍ବିଟ କରିଛନ୍ତି। ଏହାସହିତ ତାଙ୍କ ନ୍ଯାୟ ଦେବା ପାଇଁ ଦାବି ମଧ୍ୟକରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.