ଇଣ୍ଟରନେଟରେ ଭାଇରାଲ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ହମସକଲ୍‌ ! ଲୋକେ କହୁଛନ୍ତି ‘ବଲିଉଡକୁ ଆସିଯାନ୍ତୁ ପ୍ଲିଜ୍‌’, ଦେଖନ୍ତୁ ଭିଡିଓ

ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିକ ମୃତ୍ୟର ଖବର ପୂରା ଦେଶକୁ ଝଟକା ଦେଇଛି। ବଲିଉଡର ବଡବଡ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନିତିଜ୍ଞ ସମସ୍ତେ ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତେବେ ଏହି ସବୁ ମଧ୍ୟରେ ଟିକଟକରେ ସୁଶାନ୍ତ ସିଂହ ରାଜପୁତଙ୍କ ଅବିକଳ ନକଲ ଚେହେରା ଖୁବ୍‌ ଭାଇରାଲ ହେଉଛି। ଏହି ବ୍ୟକ୍ତି ଦେଖିବାକୁ ଏକଦମ୍‌ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି। ଏହି ଯୁବକଙ୍କ ନାମ ହେଉଛି Saqqy Padaya। ଟିକଟକରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

singhଏହି ଯୁବକ ଜଣଙ୍କ ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଏକ ଭିଡିଓ ବନାଇଛନ୍ତି। ଯେଉଁଥିରେ ସେ ପୂରାପୂରି ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଚାଲୁଥିବା ନଜର ଆସୁଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ‘ରେଷ୍ଟ ଇନ୍‌ ପିସ୍‌ ମାଇଁ ଆଇଡଲ’। ତାଙ୍କର ଏହି ଭିଡିଓ ଚାରିଆଡେ ଭାଇରାଲ ହେଉଛି। ଅନେକ ଏହି ଭିଡିଓକୁ ସେୟାର କରିବା ସହିତ ବଲିଉଡରେ ଏଣ୍ଟ୍ରି କରିବାକୁ କହୁଛନ୍ତି।


ଟିକଟକରେ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୭.୧ ମିଲିୟନ ଭ୍ୟୁଜ୍‌ ହୋଇସାରିଲାଣି। ଏହାସହିତ ୩ ଲକ୍ଷରୁ ଅଧିକ ଏବଂ ଦୁଇ ହଜାରରୁ ଅଧିକ କମେଣ୍ଟସ୍‌ ଆସିଛି। ଏହି ଭିଡିଓକୁ ସେ ନିଜର ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି।

@saqqy_padaya1Rest in peace my idol 💔 ##rip##sushantsinghrajput

♬ original sound – Taufiq khan


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରବିବାର ଦିନ ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା ଏବଂ ଟିଭି ସିରିୟଲରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିବା ପରେ ବଲିଉଡରେ ପାଦ ଥାପିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.