ଫିଲ୍ମ ଇଣ୍ଡଷ୍ଟ୍ରୀରେ ରହିଛି ଏହି ୧୦ଟି କ୍ୟାମ୍ପର ଦବ୍‌ଦବା, ଏହି କାରଣରୁ ସୁଶାନ୍ତଙ୍କ ଭଳି ଟ୍ୟାଲେଣ୍ଟଙ୍କ ଉପରେ ଭାରି ପଡ଼ିଛନ୍ତି ଷ୍ଟାର କିଡ୍‌ସ

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ଯାଏଁ କେହି ଦୋଷୀ ଧରାପଡ଼ିନାହାନ୍ତି। ଜୁନ୍‌ ୧୫ରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ବଲିଉଡ୍‌ ସେଲିବ୍ରିଟି କିଡସ୍‌ ଓ ବାହାରୁ ଆସୁଥିବା ପିଲାଙ୍କ ମଧ୍ୟରେ କରାଯାଉଥିବା ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଥିଲା। ବଲିଉଡ୍‌ରେ ନିଜ ସମ୍ପର୍କୀୟଙ୍କ ସ୍ଥାନକୁ ପକ୍କା କରିବା ପାଇଁ ସେଲିବ୍ରିଟିମାନେ ଟ୍ୟାଲେଣ୍ଟେଡ କଳାକାରଙ୍କ କ୍ୟାରିୟର ବରବାଦ କରି ଦେଉଥିବା ଭଳି କଥା ଉଠିଥିଲା। ଏବେ ଏହି ସ୍ୱର ଆହୁରି ଦୃଢ଼ ହୋଇଛି।

Sushant Singh Rajput demise: Actors who opened up on nepotism

ସୁଶାନ୍ତଙ୍କୁ ସପୋର୍ଟ କରି କଙ୍ଗନା ରାଣାଓ୍ଵତ ମଧ୍ୟ ସାମ୍ନାକୁ ଆସିଛନ୍ତି। କଙ୍ଗନା କହିଛନ୍ତି ଯେ ବଲିଉଡ୍‌ରେ କିଛି ଏଭଳି ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ଇସାରାରେ ସାରା ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପରିଚାଳିତ ହେଉଛି। ସେମାନେ ଯାହାକୁ ଚାହୁଁଛନ୍ତି ଫିଲ୍ମକୁ ଆଣୁଛନ୍ତି ଓ ଯିଏ ତାଙ୍କ କଥା ନ ଶୁଣିଲା ସେମାନେ ସବୁଦିନ ପାଇଁ ତାକୁ ଇଣ୍ଡଷ୍ଟ୍ରୀରୁ ବିଦା କରି ଦେଉଛନ୍ତି।

Kangana Ranaut Slams 'Nepotism' in Bollywood after Sushant Singh ...

ଅନ୍ୟପଟେ ନେପୋଟିଜମ୍‌ ବା ପ୍ରୀୟାପ୍ରୀତି ତୋଷଣ କଥା ବି ଏବେ ସାମ୍ନାକୁ ଆସିଛି। ଏଥିପାଇଁ ସବୁଠାରୁ ଅଧିକ ଟ୍ରୋଲ୍‌ ହେଉଛନ୍ତି କରଣ ଜୋହର। ଷ୍ଟାର କିଡ୍‌ସମାନଙ୍କୁ ସେ ହିଁ ପ୍ରଥମେ ବଲିଉଡ୍‌ରେ ଲଞ୍ଚ୍‌ କରୁଥିବାରୁ ତାଙ୍କୁ ସମସ୍ତେ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଏବେ ବଲିଉଡ୍‌ରେ ଷ୍ଟାର କିଡ୍‌ସଙ୍କ ମଧ୍ୟରେ ଟାଇଗର ଶ୍ରଫ, ଆଲିଆ ଭଟ୍ଟ, ସୋନମ୍‌ କପୁର, ସୋନାକ୍ଷୀ ସିହ୍ନା, ଶ୍ରଦ୍ଧା କପୁର, ବରୁଣ ଧଓ୍ଵନ୍‌, ରଣବୀର କପୁର, ଅର୍ଜୁନ୍‌ କପୁର, ପରିଣିତି ଚୋପ୍ରା, ସାରା ଅଲ୍ଲୀ ଖାନ୍‌, ଜାହ୍ନବୀ ପ୍ରମୁଖ ରାଜ୍‌ କରୁଛନ୍ତି।

ତେବେ ବଲିଉଡ୍‌ରେ ଏବେ ୧୦ଟି ବଡ଼ କ୍ୟାମ୍ପର ଦବ୍‌ଦବା ରହିଛି। ସେମାନଙ୍କ ଅନୁସାରେ ସିନେ ଇଣ୍ଡଷ୍ଟ୍ରୀ ପରିଚାଳିତ ହେଉଛି ବୋଲି ମଧ୍ୟ ଆମେ କହିପାରିବା। ସେଗୁଡ଼ିକ ହେଲା ୟଶରାଜ ଫିଲ୍ମସ୍‌, ଧର୍ମା ପ୍ରଡକ୍ସନ୍‌, ନାଡିଆଡବାଲା ଗ୍ରାଣ୍ଡସନ୍‌, ଟି-ସିରିଜ୍‌, ଭଁସାଲୀ ପ୍ରଡକ୍ସନ୍‌, ଅମିର ଖାନ୍‌ ପ୍ରଡକ୍ସନ୍‌, ରେଡ ଚିଲିଜ୍‌, ସଲମାନ ଖାନ୍‌ ଫିଲ୍ମସ୍‌, ୟୁଟିଭି ମୋଶନ୍‌ ପିକ୍‌ଚର, ବାଲାଜି ଟେଲିଫିଲ୍ମସ୍‌। ଏହି ୧୦ଟି ସଂସ୍ଥା ହିଁ ସବୁବେଳେ ହିଟ୍‌ ଫିଲ୍ମ ଦେଉଥିବାରୁ ସେମାନଙ୍କ ଅନୁସାରେ ବଲିଉଡ୍‌ ଜଗତ ପରିଚାଳିତ ହେଉଛି ବୋଲି କୁହାଯାଉଛି।

Sushant Singh Rajput: Dear Tweeple, Here's Why Bullying Karan ...

ତେବେ ସୁଶାନ୍ତଙ୍କ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯିବା ପଛରେ ସବୁଠୁ ବଡ଼ କାରଣ ହେଉଛି ୧୦ଟି ମଧ୍ୟରୁ ୭ଟି ପ୍ରଡକ୍ସନ୍‌ ହାଉସ୍‌ ସୁଶାନ୍ତଙ୍କୁ ବ୍ୟାନ୍‌ କରିଥିଲା। ଫଳରେ ଗତ ୭ ମାସ ମଧ୍ୟରେ ସୁଶାନ୍ତଙ୍କ ହାତରୁ ୭ଟି ଫିଲ୍ମ ଚାଲି ଯାଇଥିଲା। ଫଳସ୍ୱରୂପ ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଅଭିଯୋଗ କରିବା ସହ ୮ ଜଣ କଳାକାରଙ୍କ ନାଁରେ ଏତଲା ଦିଆଯାଇଛି। ତେବେ ତଦନ୍ତ ପରେ ସତ ପଦାକୁ ଆସିବ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.