ସୁଶାନ୍ତ ସିଂହ ରାଜପୁତଙ୍କ ୫ମ ମୃତ୍ୟୁ ବାର୍ଷିକୀ, ଭାବପ୍ରବଣ ହୋଇ ଭଉଣୀ ଶ୍ବେତା କହିଲେ କିଛି ଏପରି କଥା

ଆଜି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଞ୍ଚ ବର୍ଷ ପୁରିଗଲା । ଏହି ଦିନ ଅଭିନେତାଙ୍କୁ ତାଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟରେ ମୃତଦେହ ମିଳିଥିଲା । ଅଭିନେତାଙ୍କ ମୃତ୍ୟୁ ବାର୍ଷିକରେ, ତାଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି । ଏଥି ସହ ତାଙ୍କ ଐତିହ୍ୟକୁ ଆଗକୁ ବଢ଼ାଇବା ବାଇୟରେ କହିଛନ୍ତି । ସେ ଅଭିନେତାଙ୍କ ପ୍ରଶଂସକମାନଙ୍କୁ ପ୍ରେମ ଏବଂ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି । ଏଥି ସହ ଶ୍ବେତା ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରି ସେ ଲେଖିଛନ୍ତି ଯେ ତାଙ୍କ ଭାଇଙ୍କ ନାମରେ ନକରାତ୍ମକ ପ୍ରଚାର ନକରାଯାଉ ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ତାଙ୍କ ଭାଇ ପାଇଁ ନ୍ୟାୟ ଦାବି କରି ଆସୁଛନ୍ତି । ସେ ସୋସିଆଲ ମିଡିଆରେ ଅଭିନେତାଙ୍କୁ ନ୍ୟାୟ ପାଇବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଏଥି ସହ ବର୍ତ୍ତମାନ ତାଙ୍କ ଭାଇଙ୍କ ୫ମ ମୃତ୍ୟୁ ବାର୍ଷିକରେ ସେ ତାଙ୍କୁ ମନେ ପକାଇ ଅନେକ ଫଟୋ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ଶ୍ବେତା ଏଥିରେ ଲେଖିଛନ୍ତି, ‘‘ଆଜି ଭାଇଙ୍କ ୫ମ ମୃତ୍ୟୁ ବାର୍ଷିକୀ, ୧୪ ଜୁନ୍ ୨୦୨୦ରେ ତାଙ୍କ ମୃତ୍ୟୁ ପରଠାରୁ ବହୁତ୍ କିଛି ଘଟିଛି । ଏବେ ସିବିଆଇ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଛି ଏବଂ ଆମେ ଏହାକୁ ପୁଣି ପ୍ରତ୍ୟାହାର କରିବା ପ୍ରକ୍ରିୟାରେ ଅଛୁ । କିନ୍ତୁ ଆଜି ମୁଁ କହିବାକୁ ଚାହୁଁଛି ଯେ ଯାହା ହେଉନା କାହିଁକି, ସାହସ ହରାନ୍ତୁ ନାହିଁ ଏବଂ ଈଶ୍ବର ଉପରେ ମଧ୍ୟ ବିଶ୍ବାସ ହରାନ୍ତୁ ନାହିଁ । ସର୍ବଦା ମନେ ରଖନ୍ତୁ ଯେ ଆମର ସୁଶାନ୍ତ କେଉଁ କାରଣ ପାଇଁ ଠିଆ ହୋଇଥିଲା । ପବିତ୍ରତା, ଜୀବନ ଏବଂ ଶିକ୍ଷା ପ୍ରତି ଉତ୍ସାହ, ପ୍ରେମରେ ପରିପୂର୍ଣ୍ଣ ହୃଦୟ ଯାହା ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରିବା ଏବଂ ଦାନ ଦେବାର ବିଶ୍ବାସ କରୁଥିଲା । ତାଙ୍କ ହାସ ଏବଂ ତାଙ୍କ ଆଖିରେ ସେହି ନିର୍ଦ୍ଦୋଷତା ଥିଲା, ଯାହା ସମସ୍ତଙ୍କ ହୃଦୟରେ ପ୍ରେମ ଜାଗ୍ରତ କରିପାରିବ । ଆମର ସୁଶାନ୍ତ ଏପରି ଥିଲେ । ଏହିଠାରେ ଆମକୁ ଠିଆ ହେବାକୁ ପଡିବ ।’’

ଏଥି ସହ ସେ ଦୁଃଖ ଭରା କଥା ଆହୁରି ମଧ୍ୟ କହିଛନ୍ତି, ଯେ ‘‘ଭାଇ କୌଣସତ ସ୍ଥାନକୁ ଯାଇନାହାଁନ୍ତି, ବିଶ୍ବାସ କରନ୍ତୁ ସେ ଆପଣମାନଙ୍କ ଭିତରେ , ମୋ ଭିତରେ ଆମ ସମସ୍ତଙ୍କ ଭିତରେ ଅଛନ୍ତି ।’’

Also read : ସନା ମକବୁଲ ଲିଭର ସିରୋସିସ ରୋଗରେ ପୀଡ଼ିତ, ହୋଇପାରେ ଲିଭର ପ୍ରତିରୋପଣ !