ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆସିଲା ନୂଆ ମୋଡ, ଟ୍ୱିଟରରୁ କିଛି ଖାସ ସୂଚନା ସଂଗ୍ରହ କରୁଛି ପୋଲିସ

ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପୋଲିସ ଖୁବ ଶୀଘ୍ର ଟ୍ୱିଟରକୁ ଏକ ଚିଠି ଦେବାକୁ ଯାଉଛି। ସନ୍ଦେହ କରାଯାଉଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟ ଗତ କିଛି ମାସ ହେବ ଡିଲିଟ କରାଯାଇଛି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ପୋଲିସର ତଦନ୍ତ ଯେତେ ଜୋରଦାର ହେଉଛି ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅନୁସନ୍ଧାନର ପରିସର ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପହଞ୍ଚିଛି । ପୋଷ୍ଟ କାହିଁକି ଡିଲିଟ କରାଯାଇଥିଲା ସେ ସନ୍ଦେହରେ ପୋଲିସ ଟ୍ୱିଟରକୁ ଏକ ଚିଠି ପଠାଇବାକୁ ଯାଉଛି । ସନ୍ଦେହରେ ଆସିଥିବା 22 ଜଣଙ୍କ ବୟାନ ପୋଲିସ ପୂର୍ବରୁ ରେକର୍ଡ କରିସାରିଛି । ବର୍ତ୍ତମାନ ଏହି ସଂଦେହ ଯାଇ ସୁଶାନ୍ତ ସିଂଙ୍କ ଟ୍ୱିଟର ଆକାଉଣ୍ଟ ପାଖରେ ଅଟକିଛି । ଯଦିଓ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ଗଳା ଚାପି ହୋଇଯିବା କାରଣରୁ ହୋଇଛି ବୋଲି ସ୍ପଷ୍ଟ ହୋଇଛି । କହିରଖିବୁ ଯେ 14 ଜୁନ୍ ରେ ହଠାତ୍ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ ସୁଶାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

Police to send a letter to Twitter regarding Sushant Singh, doubts posts were deleted

ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଯାଞ୍ଚରେ ଲାଗିଥିବା ପୋଲିସ ଜାଣିବାକୁ ପାଇଛି ଯେ ଅଭିନେତାଙ୍କ ଟ୍ୱିଟର ଆକାଉଣ୍ଟରୁ କିଛି ପୋଷ୍ଟ ଡିଲିଟ କରାଯାଇଛି । ତେଣୁ ସେ ଟ୍ୱିଟରଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ଗତ ଛ ମାସର ପୋଷ୍ଟ ବିଷୟରେ ସୂଚନା ମାଗିଛନ୍ତି । ରିପୋର୍ଟ ଅନୁଯାୟୀ 27 ଡିସେମ୍ବର 2019 ପରଠାରୁ ସୁଶାନ୍ତଙ୍କ ଟ୍ୱିଟର ଆକାଉଣ୍ଟରେ କୌଣସି ପୋଷ୍ଟ ନାହିଁ ଏବଂ ସନ୍ଦେହ କରାଯାଉଛି ଯେ ଅଭିନେତାଙ୍କ ପୋଷ୍ଟ କେହି ଡିଲିଟ କରିଛି । ତେଣୁ ଅତିରିକ୍ତ ସୂଚନା ପାଇବା ପାଇଁ ପୋଲିସ ଟ୍ୱିଟରକୁ ଏକ ଚିଠି ଲେଖିବ, ଯାହା ଦ୍ୱାରା ଅଭିନେତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମର ସମସ୍ତ ସୂଚନା ସାମ୍ନାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.