ସୁଶାନ୍ତଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲା ‘ଫଜ୍‌’; ଭଉଣୀ ପ୍ରିୟଙ୍କାଙ୍କ ଟ୍ଵିଟ୍‌ ପରେ ଆହୁରି ଦୁଃଖି ହେଲେ ଫ୍ୟାନ୍ସ

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଅଢ଼େଇ ବର୍ଷ ବିତି ଗଲାଣି। ଫ୍ୟାନ୍‌ମାନେ ଏ ପର୍ଯ୍ୟନ୍ତ ଏହି ଦୁଃଖରୁ ଉଭାରି ପାରି ନ ଥିବାବେଳେ ଏହାରି ଭିତରେ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂଙ୍କ ପୋଷା କୁକୁର ‘ଫଜ୍‌’ର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଭଉଣୀ ପ୍ରିୟଙ୍କା ସିଂ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ଡଗି ‘ଫଜ୍‌’ର ମୃତ୍ୟୁ ବିଷୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରିଛନ୍ତି କି, ‘ତୁମେ ନିଜ ସାଙ୍ଗର ସ୍ୱର୍ଗ ରାଜ୍‌ରେ ଜଏନ୍‌ କରିନେଲ। ଆମେ ମଧ୍ୟ ବହୁତ ଜଲ୍‌ଦି ତୁମମାନଙ୍କ ସାଥ୍‌ ଦେବୁ। ସେ ପର୍ଯ୍ୟନ୍ତ ହୃଦୟ ଦୁଃଖୀ ରହିବ’। ଏଥି ସହିତ ସେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି।

ଗୋଟିଏ ଫଟୋରେ ସୁଶାନ୍ତ ଅଛନ୍ତି, ଯେଉଁଥିରେ ଫଜ୍‌ ତାଙ୍କ ମଥାକୁ ଚୁମ୍ବନ ଦେଉଥିବାର ଦେଖାଯାଉଛି ଏବଂ ଅନ୍ୟ ଏକ ଫଟୋରେ ପ୍ରିୟଙ୍କା ନିଜେ ଅଛନ୍ତି, ଯେଉଁଥିରେ ସେ ଫଜ୍‌ ସହିତ ଖେଳୁଛନ୍ତି ଏବଂ ପୋଜ୍‌ ଦେଉଥିବାର ନଜର ଆସୁଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଫଜ୍‌ର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ନିଜ ପ୍ରିୟର ମଣିଷ କଥା ଭାବି ଏହି ନିରୀହ ପ୍ରାଣୀଟି ଚିନ୍ତିତ ଅବସ୍ଥାରେ ଏଣେତେଣେ ବୁଲୁଥିବାର ନଜର ଆସୁଥିଲା। ସେବେଠାରୁ ଫଜ୍‌ ଉଦାସରେ ରହୁଥିଲା। ସୁଶାନ୍ତ ଓ ଡଗି ଫଜ୍‌ ପରସ୍ପରର ବହୁତ ଘନିଷ୍ଠ ଥିଲେ। ଦୁଇଜଣ ଖୁବ୍‌ ମସ୍ତି କରୁଥିଲେ ଏବଂ ଏହି ସମୟର ଭିଡିଓଗୁଡ଼ିକୁ ସୁଶାନ୍ତ ସୋସିଆଲ ମିଡିଆରେ ସେୟାର କରୁଥିଲେ।

କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଫଜ୍‌ର ଅବସ୍ଥା ଖରାପ ହୋଇଯାଇଥିଲା। ସେ ଚୁପ୍‌ଚାପ୍‌ ରହୁଥିଲା। ସୁଶାନ୍ତଙ୍କୁ ଝୁରି ଝୁରି ଏବେ ଫଜ୍‌ର ମୃତ୍ୟୁ ହୋଇଯାଇଛି, ଯାହାକି ସୁଶାନ୍ତଙ୍କ ଫ୍ୟାନ୍‌ମାନଙ୍କୁ ଆହୁରି ଦୁଃଖି କରି ଦେଇଛି। କମେଣ୍ଟ ସେକ୍ସନରେ ଲୋକେ ଫଜ୍‌ର ଆତ୍ମାକୁ ଶାନ୍ତି ମିଳିବା ନେଇ ପ୍ରାର୍ଥନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.