ମନୋରଂଜନ

ସୁଶାନ୍ତଙ୍କ ଡିପ୍ରେସନ୍‌ ସମ୍ପର୍କରେ ମୁମ୍ବାଇ ପୋଲିସ ଆଗରେ ମୁହଁ ଖୋଲିଲେ ଭଉଣୀ, କହିଲେ ‘୨୦୧୩ରେ ସେ ଅବସାଦଗ୍ରସ୍ତ ଥିବା କହିଥିଲେ’

ସୁଶାନ୍ତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପୋଲିସକୁ ଦେଇଥିବା ବୟାନରେ ସ୍ୱୀକାର କରିଛନ୍ତି ଯେ ୨୦୧୩ରେ ସୁଶାନ୍ତ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ସେ ଅବସାଦଗ୍ରସ୍ତ ଥିଲେ ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ସୁଶାନ୍ତଙ୍କ ତିନି ଭଉଣୀ ନୀତୁ ସିଂହ, ପ୍ରିୟଙ୍କା ସିଂହ ଓ ମିତୁ ସିଂହଙ୍କ ବୟାନ ଏବେ ତଦନ୍ତର ମୋଡ଼ ବଦଳାଇ ପାରେ । କାରଣ ପରିବାର ଲୋକ ସୁଶାନ୍ତଙ୍କ ମାନସିକ ସ୍ଥିତି ବିଷୟରେ ଜାଣିଥିଲେ ମଧ୍ୟ ଜାଣିନଥିବା ନେଇ ମିଛ କହିଥିଲେ। ଅନ୍ୟପଟେ ରିୟା ଚକ୍ରବର୍ତ୍ତୀଙ୍କ ଟିମ୍‌ର ଅଭିଯୋଗ ଥିଲା ଯେ ସୁଶାନ୍ତ ଡିପ୍ରେସନ୍ ବା ଅବସାଦରେ ଥିଲେ । ଯାହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ।

ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ମିତୁ ସିଂହ ତାଙ୍କ ସହ ରହିଥିଲେ। ସେ ପୋଲିସକୁ କହିଥିଲେ ଯେ ଡିପ୍ରେସନ୍‌ରେ ଥିବା କଥା ସୁଶାନ୍ତ ଗତ ବର୍ଷ ପରିବାର ଲୋକଙ୍କୁ କହିଥିଲେ। ପୋଲିସକୁ ଦେଇଥିବା ବୟାନରେ ମିତୁ ସିଂହ କହିଥିଲେ, ଅକ୍ଟୋବର ୨୦୧୯ରେ ସୁଶାନ୍ତ ପୂରା ପରିବାରକୁ ଏ କଥା ଜଣାଇଥିଲେ। ଭଉଣୀ ନୀତୁ ସିଂହ ଓ ପ୍ରିୟଙ୍କା ସିଂହ ମଧ୍ୟ ଦିଲ୍ଲୀ ଓ ହରିୟାଣାରୁ ସୁଶାନ୍ତଙ୍କ ପାଖକୁ ମୁମ୍ବାଇ ଆସିଥିଲେ। ବାନ୍ଦ୍ରା େଓ୍ଵଷ୍ଟସ୍ଥିତ ଜାଗର୍ସ ପାର୍କରେ ମାଉଣ୍ଟ ବ୍ଲକ ବିଲ୍ଡିଂର ଫ୍ଲାଟ ନମ୍ବର ୬୦୧ରେ ତାଙ୍କୁ ଭେଟିଥିଲୁ। ସବୁ ଭଉଣୀ କିଛି ସମୟ ତାଙ୍କ ପାଖରେ ରହି ବୁଝାଇଥିଲୁ। ମୋ ଭାଇ ତାର କ୍ୟାରିୟର୍‌ରେ ସମସ୍ୟା ନେଇ ଉଦାସ ଥିଲା।

ମିତୁ ସିଂହ କହିଛନ୍ତି, ସେତେବେଳେ ନୀତୁ ସୁଶାନ୍ତଙ୍କୁ ତାଙ୍କ ସହ ଦିଲ୍ଲୀ ଯିବାକୁ କହିଥିଲେ। କିନ୍ତୁ ସୁଶାନ୍ତ କିଛି ଦିନ ପରେ ଯିବେ ବୋଲି କହିଥିଲେ। ୨୦୧୯ ନଭେମ୍ବରରେ ସେ ଡିପ୍ରେସନ୍‌ର ଚିକିତ୍ସା ପାଇଁ ହିନ୍ଦୁଜା ହସ୍ପିଟାଲରେ ଡା. କେରସୀ ଛାବଡ଼ାଙ୍କ ପରାମର୍ଶ ନେଇଥିଲେ। ମାର୍ଚ୍ଚ ୨୦୨୦ରେ କରୋନା ଯୋଗୁ ସେ ଘରେ ହିଁ ଥିଲେ। ଏହି ସମୟରେ ସେ ବହି ପଢ଼ୁଥିଲେ, ବ୍ୟାୟାମ କରୁଥିଲେ, ଧ୍ୟାନ ଓ ଯୋଗ କରୁଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ସ୍ୱାମୀ ଓ ଝିଅ ସହ ଗୁରୁଗାଓଁରେ ରୁହନ୍ତି।

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago