ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସୁଶାନ୍ତଙ୍କ ଭିସେରା ରିପୋର୍ଟରୁ ବଡ ଖୁଲାସା, ଶରୀରରେ ନଥିଲା କୌଣସି ଜହର

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ପାଖାପାଖି ୪ ମାସ ହୋଇଗଲାଣି। କିନ୍ତୁ ଏଯାଏଁ ସୁଶାନ୍ତଙ୍କ ମୃତ୍ୟୁ ବାସ୍ତବରେ ଏକ ଆତ୍ମହତ୍ୟା କି ହତ୍ୟା ତାହା ଉପରୁ ଏଯାଏ ବି ପରଦା ଉଠି ପାରିନାହିଁ। ସୁଶାନ୍ତ ସିଂ ରାଜପୁତ ମାମଲାରେ ଏମ୍ସ ପ୍ୟାନେଲ୍ ଦ୍ୱାରା ସିବିଆଇ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମୁତାବିକ, ସୁଶାନ୍ତଙ୍କୁ ବିଷ ଦିଆଯାଇନଥିଲା। ଏମ୍ସ ଡାକ୍ତରଙ୍କୁ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ରସାୟନିକ ବିଷ ମିଳି ନାହିଁ।

ଏମ୍ସ ରିପୋର୍ଟ ସିବିଆଇ ଯାଞ୍ଚଠାରୁ ଭିନ୍ନ ନୁହେଁ । ତେବେ ବର୍ତ୍ତମାନ କୁପର୍ ହସ୍ପିଟାଲର ଡାକ୍ତରମାନଙ୍କୁ ସମ୍ପୂର୍ଣ୍ଣ ଭାବେ କ୍ଳିନ୍ ଚିଟ୍ ଦିଆଯାଇ ନାହିଁ। କପୁର୍ ହସ୍ପିଟାଲର ରିପୋର୍ଟକୁ ଭଲ ଭାବେ ଦେଖିବାର ଆବଶ୍ୟକ ରହିଛି ବୋଲି କୁହାଯାଇଛି। କୁପର୍ ହସ୍ପିଟାଲ୍ ଏବେ ମଧ୍ୟ ପ୍ରଶ୍ନ ଘେରରେ ରହିଛି।

sushantaa

ଏମ୍ସ ରିପୋର୍ଟ ଏହା ସୂଚାଇ ଦେଉଛି ଯେ, ସୁଶାନ୍ତ ମାମଲାରେ କୁପର୍ ହସ୍ପିଟାଲ୍ ଅବହେଳା କରିଛି। ସୂଚନାଯୋଗ୍ୟ ଯେ, କୁପର୍ ହସ୍ପିଟାଲର ଡାକ୍ତରମାନେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଯେଉଁଥିରେ ଏବେ ପ୍ରଶ୍ନ ଉଠୁଛି। ରିପୋର୍ଟରେ ସୁଶାନ୍ତଙ୍କ ଗଳା ଚିହ୍ନ ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ସମୟ ମଧ୍ୟ କୁହାଯାଇ ନାହିଁ।