Categories: ମନୋରଂଜନ

ସୁସ୍ମିତା ଏବଂ ରୋହମନଙ୍କ ସମ୍ପର୍କରେ ପଡିନି ଫାଟ, ସାମ୍ନାକୁ ଆସିଲା ପକା ପ୍ରମାଣ

ରୋହମନଙ୍କଠୁ ଅଲଗା ହେଉଛନ୍ତି ସୁସ୍ମିତା । ଏପରିକି ଉଭୟଙ୍କ ଫଟା ସମ୍ପର୍କକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ରୋହମନ । କିଛି ଦିନ ଦିନ ତଳେ ଏଭଳି ଏକ ଖବର ପାଲଟିଥିଲା ଚର୍ଚ୍ଚାର ବିଷୟ । ହେଲେ ଏବେ ସାମ୍ନାକୁ ଆସିଛି ଆଉ ଏକ ଖବର । ଯାହା ଉଭୟଙ୍କ ବ୍ରେକ୍ ଅପ୍ ଖବରକୁ ମିଛ ବୋଲି ପ୍ରମାଣିତ କରୁଛି ।

ନିଜ ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି ସୁସ୍ମିତା । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଏବେ ବି ଉଭୟଙ୍କ ମଧ୍ୟରେ ଆଗପରି ଅଛି ପ୍ରେମ । ଏହି ଫଟୋଟି ଜିମର, ଯେଉଁଥିରେ ସୁସ୍ମିତା ଏବଂ ରୋହମନ୍ ପୋଜ୍ ଦେଉଥିବାର ନଜର ଆସୁଛନ୍ତି । ଉଭୟ ଏହି ଫଟୋକୁ ଏକ ମିରର ସାମ୍ନାରେ ଛିଡା ହୋଇ ଉଠାଇଛନ୍ତି । ଏହି ପୋଷ୍ଟ ସହ ସୁସ୍ମିତା ଲେଖିଛନ୍ତି He’s lean…she’s mean 😉😄I love you @rohmanshawl…  ଏହି ପୋଷ୍ଟ ମାଧ୍ୟମରେ ରୋହମନଙ୍କ ପ୍ରତି ନିଜ ପ୍ରେମ ନିବେଦନ କରିଛନ୍ତି ସୁସ୍ମିତା ।

ଏହା ସହ ପଢନ୍ତୁ  ସୁସ୍ମିତାଙ୍କ ଲଭ୍ ଷ୍ଟୋରୀରେ ଲାଗିଲା ବ୍ରେକ୍, ସୋସିଆଲ୍ ମିଡିଆରେ ରାଗ ଜାହିର୍ କଲେ ପ୍ରେମିକ ରୋହମନ୍

 

ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି । ଏହା ପୂର୍ବରୁ ମଧ୍ୟ ରୋହମନ ଏକ ପୋଷ୍ଟ କରିଥିଲେ ଯାହା ପ୍ରମାଣ କରୁଥିଲା ଉଭୟଙ୍କ ମଧ୍ୟରେ କୌଣସି ଝଗଡା ହୋଇନାହିଁ । ଇନଷ୍ଟାଷ୍ଟୋରୀରେ ଏକ ଛୋଟ ଭିଡିଓ ଅପଲୋଡ୍ କରିଥିଲେ । ଏଥିରେ ରୋହମନ ହାତରେ ଏକ ବହି ଧରିଥିଲେ । ଯାହା ଉପରେ ଲେଖାଥିଲା ମେରେ ଦିଲ କୋ ଆପକେ ସାଥ୍ ଘର ମିଲ୍ ଗୟା ହୈ । ଏହି ଭିଡିଓରେ ନିଜର ଦୁଇ ଝିଅଙ୍କ ସହ ନଜର ଆସୁଛନ୍ତି ସୁସ୍ମିତା ।

ସୂଚନାଯୋଗ୍ୟ, କିଛି ଦିନତଳେ ଏକ ପୋଷ୍ଟ କରିଥିଲେ ସୁସ୍ମିତାଙ୍କ ପ୍ରେମିକ ରୋହମନ୍ । ଯେଉଁଥିରେ ଲାଗୁଥିଲା ପ୍ରେମ କାହାଣୀରେ ଲାଗି ଯାଇଛି ବ୍ରେକ୍ । ପୋଷ୍ଟ କରି ଲେଖିଥିଲେ, ହେ ତୁମେ, ହଁ ମୁଁ ତୁମ ସହ କଥା ହେଉଛି । କଣ ଅଛି ଯାହା ତୁମକୁ ବିରକ୍ତ କରାଉଛି । ମୁଁ ଏଠି ତୁମ କଥା ଶୁଣୁଛି ୨୪ ଘଂଟା ପାଇଁ । ଏହା ପରେ ନିଜ ସମ୍ପର୍କକୁ ନେଇ ଅନେକ ଗୁଡିଏ କଥା ଲେଖିଛନ୍ତି ରୋହମନ୍ । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି ଏହି ପୋଷ୍ଟଟି ସୁସ୍ମିତାଙ୍କ ପାଇଁ । ଆଉ ଏହି ପୋଷ୍ଟ ମାଧ୍ୟମରେ ନିଜ ମନ କଥା ବଖାଣିଥିଲେ ରୋହମନ୍ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago