ଲଲିତ ମୋଦିଙ୍କ ସହ ପ୍ରେମ ବର୍ଷାରେ ଭିଜିଲେ ସୁସ୍ମିତା ସେନ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ଲଲିତ ମୋଦୀଙ୍କ ସହ ସମ୍ପର୍କରେ ରହିବା ପରେ ସୁସ୍ମିତା ସେନ ଆଜିକାଲି ବହୁତ ଖୁସି ଦେଖାଯାଉଛନ୍ତି। ଏହାର ପ୍ରମାଣ ହେଉଛି ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ । ଯେଉଁଥିରେ ସେ ପ୍ରତିଦିନ ତାଙ୍କର ଫଟୋ ସେୟାର କରୁଛନ୍ତି। ଲଲିତ ମୋଦୀଙ୍କ ପ୍ରେମରେ ପଡିଥିବା ସୁସ୍ମିତା ସେନ୍ ବର୍ତ୍ତମାନ ଏପରି ଫଟୋ ସେୟାର କରିଛନ୍ତି,ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଏକରୁ ଅଧିକ କମେଣ୍ଟ ଦେଉଛନ୍ତି।

ମୁମ୍ବାଇରେ ବର୍ଷାରେ ଓଦା ହେବାବେଳେ ସୁସ୍ମିତା ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅଭିନେତ୍ରୀ ବର୍ଷାରେ ଭିଜିଛନ୍ତି। ପରେ କାର ଭିତରେ ବସି ବର୍ଷାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଆହୁରି ଫଟୋ ମଧ୍ୟ ସେୟାର କରିଛନ୍ତି। ବର୍ଷାରେ ଭିଜିବା ପରେ ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀ ଓଦା ହୋଇଥିବାର ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକ ଦେଖି ଆପଣ ଏହା ମଧ୍ୟ କହିବେ ଯେ ଅଭିନେତ୍ରୀ ବର୍ଷା ର ସୁନ୍ଦର ପାଗକୁ ଉପଭୋଗ କରୁଛନ୍ତି।

 

View this post on Instagram

 

A post shared by Sushmita Sen (@sushmitasen47)

ଏହାପୂର୍ବରୁ ସୁଷମିତା ସେନ୍ ବାଲକୋନିର ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଫ୍ଲାଇଙ୍ଗ୍ କିସ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଅଭିନେତ୍ରୀ ସୁଇଙ୍ଗ ନିକଟରେ ଏକ ମହମବତୀ ଜଳାଇ ପାଗକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଅଭିନେତ୍ରୀଙ୍କ ଏହି ଭିଡିଓର ଗୀତରେ ଲିରିକ୍ସ ବି ବାଜୁଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.