ଲଳିତ ମୋଦିଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଉଠିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଲେ ସୁସ୍ମିତା ସେନ

ସୁସ୍ମିତା ସେନ ଆଜିକା ସମୟରେ ନିଜ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଏଇ ନିକଟରେ ଲଳିତ ମୋଦିଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ନିଜେ ସ୍ୱୀକାର କରିଛନ୍ତି ସୁସ୍ମିତା । ସୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋ ଗୁଡିକୁ ଦେଖି ଆପଣ ସହଜରେ ଅନୁମାନ ଲଗାଇପାରିବେ ଉଭୟ ସୁସ୍ମିତା ଓ ଲଳିତ ମୋଦି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ପୂର୍ବ ମିସ ୟୁନିଭର୍ସ ସମସ୍ତ ଆଶା ଆଶଙ୍କାଙ୍କୁ ଟାଳି ନିଜ ଝିଅ ମାନଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏହି ଫଟୋ ଗୁଡିକୁ ସେୟାର କରି ସୁସ୍ମିତା ଲେଖିଛନ୍ତିକି, ” ମୁଁ ଏକ ସୁଖକର ସ୍ଥାନରେ ଅବସ୍ଥାନ କରୁଛି । ନା ଆମର ବିବାହ ହୋଇଛି ନା ମୁଁ କିଛି ମୁଦି ବି ପିନ୍ଧିଛି । ବିନା ସର୍ତ୍ତର ଭଲପାଇବାରେ ବାନ୍ଧି ହୋଇଯାଇଛି | ପ୍ରଶ୍ନ ଗୁଡିକର ଉତ୍ତର ଦେବା ବହୁତ ହୋଇଗଲା । ଏବେ କାମ ଓ ନିଜ ଜୀବନ ଉପରେ ଟିକେ ଧ୍ୟାନ ଦେବା । ମୋ ଖୁସିରେ ଭାଗ ନେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଏମିତିରେ ଆପଣଙ୍କ ସହିତ କୌଣସି ପ୍ରକାର ନେଣଦେଣ ନାହିଁ ।

 

View this post on Instagram

 

A post shared by Sushmita Sen (@sushmitasen47)

କହିରଖିବା ଉଚିତ ହେବକି ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଲଳିତ ମୋଦି ଓ ସୁସ୍ମିତା ସେନ ଏକା ସାଥିରେ ଡେଟ କରୁଥିବାର ନଜର ଆସିଥିଲେ । ଏହା ସହିତ ସେମାନେ ଆଶା କରିଥିଲେକି ବୋଧହୁଏ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ଲଳିତ ମୋଦି ଓ ସୁସ୍ମିତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କହିରଖିବା ଉଚିତ ହେବକି ଗତ ବର୍ଷ ସୁସ୍ମିତାଙ୍କ ବ୍ରେକ ଅପ ରହମାନଙ୍କ ସହିତ ହୋଇଥିଲା । ନିଜ ବୟ ଫ୍ରେଣ୍ଡଙ୍କ ସହିତ ଫଟୋ ସେୟାର କରି ୱେବବାଦରେ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.