ଅଲଗା ହୋଇଯାଇଥିଲେ ବି ହ୍ରିତିକ୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପତ୍ନୀ ସୁଜେନ୍‌, ସେୟାର କଲେ ଏହି ସୁନ୍ଦର ଭିଡିଓ

ଆଜି ହ୍ରିତିକ୍‌ ରୋଶନ୍‌ଙ୍କ ଜନ୍ମଦିନ। ହ୍ରିତିକ୍‌ ଆଜି ନିଜ ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏ ଅବସରରେ ଚାରିଆଡ଼ୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଛୁଟୁଛି। ହ୍ରିତିକଙ୍କ ଜନ୍ମଦିନରେ ତାଙ୍କ ପୂର୍ବ ପତ୍ନୀ ସୁଜେନ୍‌ ମଧ୍ୟ ଏକ ସୁନ୍ଦର ପୋଷ୍ଟ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ହ୍ରିତିକ ଓ ସୁଜେନ୍‌ଙ୍କ ପିଲା ହୃଦାନ୍‌ ଓ ରେହାନ୍‌ ନଜର ଆସିଛନ୍ତି।

ଭିଡିଓ ସେୟାର କରି ସୁଜେନ୍‌ ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ବିଶ୍ୱର ସବୁଠୁ ଶ୍ରେଷ୍ଠ ପିତା’।

 

View this post on Instagram

 

A post shared by Sussanne Khan (@suzkr)

ପ୍ରକାଶ ଯେ ସୁଜେନ୍‌ ଓ ହ୍ରିତିକ୍‌ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ମଧ୍ୟ ଏବେ ବି ଫ୍ୟାନ୍‌ମାନେ ତାଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି। ଉଭୟେ ଅଲଗା ହୋଇଯାଇଥିଲେ ମଧ୍ୟ ପିଲାଙ୍କ ପାଇଁ କିନ୍ତୁ ସବୁବେଳେ ଏକାଠି କାମ କରିଥାନ୍ତି। ଲକ୍‌ଡାଉନ୍‌ ବେଳେ ସୁଜେନ୍‌ ପିଲାଙ୍କ ଯତ୍ନ ନେବା ପାଇଁ ହ୍ରିତିକ୍‌ଙ୍କ ଘରେ ହିଁ ରହୁଥିଲେ। ଏଣୁ ହ୍ରିତିକ୍‌ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.