KBC କ୍ଲିପ ସେୟାର କରି ଟ୍ରେ।ଲ ହେଲେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର

ଅମିତାଭ ବଚ୍ଚନଙ୍କ ଦ୍ୱାରା ସଞ୍ଚାଳିତ ରିଆଲିଟି ସୋ’ ‘କୌନ ବନେଗା କରୋଡ ପତି’ ରିଅଲିଟି ସୋକୁ ଏହି ସିଜିନର ୩ୟ କରୋଡ ପତି ମିଳିଯାଇଛି । ବିହାରର ଗୌତମ ଝା ବହୁତ ଭଲ ଖେଳି ନିଜ ନାଁ ରେ କରୋଡ ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୌତମଙ୍କୁ ଖେଳର ପ୍ରଥମ ପ୍ରଶ୍ନରେ ସ୍ୱରାଙ୍କ ଅଭିନୀତ ଏକ ଫିଲ୍ମ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା । ଏହାକୁ ସ୍ଵରା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ନିଜ ଫିଲ୍ମ ନାଁ ରେ ବିଗ ବିଙ୍କ ମୁହଁରୁ ଶୁଣିବା ପରେ ସ୍ଵରା ବହୁତ ଖୁସି ହୋଇ ଯାଇଥିଲେ । କିନ୍ତୁ ଏହାକୁ ପଢିବା ପରେ ସ୍ଵରା ଭାସ୍କରଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ କ୍ଲିପ ସେୟାର କରି ଟ୍ରେ।ଲ   କରାଯିବାରେ ଲାଗିଛି ।

ଲୋକେ ଯେମିତି ସ୍ଵରାଙ୍କ ଖୁସିକୁ ବରଦାସ୍ତ କରିପାରିଲେ ନାହିଁ । ଜଣେ ୟୁଜର ସ୍ଵରାଙ୍କ ଟ୍ୱିଟରରେ ପରିହାସ କରି ଲେଖିଛନ୍ତି କି ଜିଗନେସ ମେବନି ବି ସ୍ଵରାଙ୍କ ନାଁ ଧରିଲେ ହଇରାଣ ହେଉଥିବେ । ଅନ୍ୟ ଜଣେ ୟୁଜରତ ଏମିତି ଲେଖିଛନ୍ତି ଯେ ସ୍ଵରାଙ୍କ ଅଭିନୀତ ଏହି ସିନେମାକୁ ସମଗ୍ର ଦେଶରେ ବହୁ କମ ଲୋକ ହୁଏତ ଦେଖିଥିବେ । ଜଣେ ତ ଏମିତି ଲେଖିଛନ୍ତିକି ସ୍ଵରାଙ୍କ ବାୟୋ ଦେଖିକି ହୁଏତ କାହାକୁ ଜଣା ପଡ଼ିଥିବ କି ଏହା ସ୍ଵରାଙ୍କ ଅଭିନୀତ କୌଣସି ସିନେମା ବୋଲି । ଆଉ ଜଣେ ବି ତ ଏମିତି ଲେଖିଛନ୍ତି ଯେ ବିହାରର ଏରା ଜିଲ୍ଲା ଏହା ପରେ ଯେମିତି ପ୍ୟାରିସ ସଦୃଶ ହୋଇଯାଇଛି । ଏହି ଜିଲ୍ଲା ଏବେ ବହୁତ ମାତ୍ରାରେ ଲୋକ ଲୋଚନକୁ ଅସି ଯାଇଥିବ ।

swara bhasakar

ଆଉ ଜଣେ ତ ଏମିତି ଲେଖିଛନ୍ତି କି ମୁଁ ତ ପୂର୍ବରୁ ଜାଣିନଥିଲି କି ସ୍ଵରା ଭାସ୍କର କିଏ ବୋଲି । ଏ ବାବଦରେ ମୋର ଜଣେ ସାଙ୍ଗକୁ ପଚାରିଲି କି ସ୍ଵରା ଭାସ୍କର କିଏ ବୋଲି । ଆଉ ଜଣେ ୟୁଜର ତ ସ୍ଵରାଙ୍କୁ ଥଟା କରି ତାଙ୍କ ଉଦ୍ଧେଶ୍ୟରେ ଲେଖିଥିଲେ କି ବେଶୀ ଖୁସି ହେବା ଦରକାର ନାହିଁ । ଏହା ତ ମାତ୍ର ୧୦୦୦ ଟଙ୍କାର ହିଁ ପ୍ରଶ୍ନ ଥିଲା । ଆପଣ ଏବେ ନିଜର ପ୍ରକୃତ ମୂଲ୍ୟ ବିଷୟରେ ଜାଣି ପାରିଥିବେ ନିଶ୍ଚୟ । ଆଉ ଜଣେ ସ୍ଵରାଙ୍କ ଉଦ୍ଧେଶ୍ୟରେ ଲେଖିଥିଲେ କି ନିଜ ଗୁଣ୍ଠୁ ଅଧିକ ଚାଟୁକାରିତା ଦେଖାଇଛନ୍ତି ।

ଏହା ସହ ପଢନ୍ତୁ: ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ୍ ବି, ସ୍ପେଶାଲ ରୁମରେ ଚାଲିଛି ଚିକିତ୍ସା

ସୂଚନା ଯୋଗ୍ୟକି ସ୍ଵରା କେବିଶିର ଏକ ପ୍ରଶ୍ନର ସ୍କ୍ରିନ ସର୍ଟ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଏଥିରେ ଏହା ମଧ୍ୟ ଲେଖିଛନ୍ତି କି ‘ଓ ମାଇ ଗର୍ଡ’, “ମୁଁ ମହାନ ଅଭିନେତା ଅମିତାଭ ବଚ୍ଚନଙ୍କ ମୁହଁରେ ନିଜ ନାଁ ନଉଥିବାର ଶୁଣିଲି । ଏଥିରେ ବିଗ ବି ବହୁ ଥର ମୋ ନାଁ ମଧ୍ୟ ନେଇଥିଲେ । ମୋ ଖୁସିର ଆଉ କିଛି ସୀମା ନାହିଁ ।” କେବିଶିର ଏକ ପ୍ରଶ୍ନ ପଚରା ଯାଇଥିଲା ସ୍ଵରାଙ୍କ ଦ୍ୱାରା ମୁଖ୍ୟ ଭୂମିକାରେ ଅଭିନୀତ ଏହି ଫିଲ୍ମ ନାଁର ଶେଷ ଲାଇନ କଣ ହେବ । ପ୍ରକୃତରେ ସେହି ସିନେମାର ନାଁ ଟି ହେଉଛି ‘ଅନାର କଲି ଅଫ ଆରା’ ।