କୋର୍ଟ ମ୍ୟାରେଜ କରିବା ପରେ ପୁଣିଥରେ ବାହା ହେଲେ ସ୍ୱରା, ହେଲାନି କୌଣସି ରୀତିନୀତି

ଲୁଚାଛପା କୋର୍ଟ ମ୍ୟାରେଜ କରି ଚର୍ଚ୍ଚାରେ ରହିଥିଲେ ଅଭିନେତ୍ରୀ ସ୍ୱରା ଭାସ୍କର । ଏବେ ସମସ୍ତଙ୍କୁ ଦେଖାଇବା ପାଇଁ ପୁଣିଥରେ ହେଲେ ବାହା। ହେଲେ ବାହାଘରରେ କୌଣସି ରୀତିନୀତି ଅନୁଯାୟୀ କାମ ହେଲାନି ।

ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ପ୍ରେମିକ ଫହାଦ ଅହମଦଙ୍କୁ ଲୁଚାଛପା ଭାବେ କୋର୍ଟ ମ୍ୟାରେଜ କରି ଚର୍ଚ୍ଚାରେ ରହିଥିଲେ ସ୍ୱରା । ସ୍ୱରାଙ୍କ ବିବାହରେ କେବଳ ଅନ୍ତରଙ୍ଗ ବନ୍ଧୁ ଏବଂ ଘର ଲୋକେ ସାମିଲ ଥିଲେ । ବାହାଘରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସ୍ୱରା ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ମେରୁନ ଏବଂ ଗୋଲଡେନ ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଛନ୍ତି । ଏହାସହିତ ମେରୁନ ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି । ହାତରେ ମେହେନ୍ଦୀ, ନାଲି ଚୁଡି, ନାକ ନୋଥ, ଗଜରା ଲଗାଇ ବହୁତ ସୁନ୍ଦର ଦିଶୁଛନ୍ତି ସ୍ୱରା ।

ସ୍ୱରା ଏବଂ ଫହାଦ ପୂର୍ବରୁ ଫେବୃଆରୀରେ କୋର୍ଟ ମ୍ୟାରେଜ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ଫଟୋ ଭାଇରଲ ହେବାରେ ଲାଗିଥିଲା। ଆଉ ସ୍ୱରାଙ୍କ ହଠାତ୍‌ ବାହାଘର କରିବା ନେଇ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

View this post on Instagram

 

A post shared by Swara Bhasker (@reallyswara)

ସ୍ୱରାଙ୍କ ବିବାହରେ କୌଣସି ପାରମ୍ପରିକ ରୀତିନୀତି ଅନୁଯାୟୀ କାମ ହୋଇନଥିଲା। ଦୁହେଁ କୋର୍ଟ ମ୍ୟାରେଜ କରିଥିବାରୁ ପ୍ରି େଓ୍ଵଡିଂ ସେଲିବ୍ରେସନ ହଳଦୀ, ମେହେନ୍ଦୀ, ସଂଗୀତ ଉତ୍ସବକୁ ଦୁମଧାମରେ କରିଥିଲେ ।

ସୂଚନାଯୋଗ୍ୟ, ଦୁହେଁ ୨୦୧୯-୨୦ ବେଳେ ଆନ୍ଦୋଳନ ସମୟରେ ପରସ୍ପର ସହିତ ଦେଖା ହୋଇଥିଲେ । ତା’ ପରେ ସାଙ୍ଗ ଆଉ ପ୍ରେମ ସଂପର୍କ ଗଢି ଉଠିବା ପରେ ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

କହି ରଖୁଛୁ, ଏହା ପୂର୍ବରୁ ଲେଖକ ହିମାଂଶୁ ଶର୍ମାଙ୍କ ସହ ସ୍ୱରା ଭାସ୍କରଙ୍କ ରିଲେସନଶିପ୍‌ର ଖବର ସାମ୍ନାକୁ ଆସିଥିଲା। ଉଭୟେ ରାଂଝାଣା ଫିଲ୍ମର ସେଟ୍‌ରେ ପରସ୍ପରକୁ ଭେଟିଥିଲେ। ସ୍ୱରା ଓ ହିମାଂଶୁ ୫ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.