ବଲିଉଡରେ ମାଡିଗଲାଣି କରୋନା, ମହେଶ ବାବୁଙ୍କ ପରେ ସ୍ୱରା ଭାସ୍କର କରୋନା ସଂକ୍ରମିତ

ଗତ କିଛିଦିନ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ବର୍ତ୍ତମାନ ଟିଭି ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସ୍ୱରା ଏବେ ପରିବାର ବର୍ତ୍ତମାନ ଆଇସୋଲେସନ୍ ଅଛନ୍ତି ଏବଂ ସମସ୍ତ ନିୟମ ପାଳନ କରୁଛନ୍ତି।

ସ୍ୱରା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ଜାନୁଆରୀ ୫, ୨୦୨୨ ରୁ କୋଭିଡର ଲକ୍ଷଣ ଦେଖା ହେଲା। RT-PCR ପରୀକ୍ଷା ଏହାକୁ ନିଶ୍ଚିତ କରିଛି। ମୁଁ ଏବଂ ମୋ ପରିବାର ଜାନୁଆରୀ ୫ ସନ୍ଧ୍ୟା ଠାରୁ ଆଇସୋଲେସନ୍ ଅଛୁ … ଏବଂ ମୁଁ ସମସ୍ତ ସତର୍କତା ଅବଲମ୍ବନ କରୁଛି। ମୁଁ ମୋର କୋଭିଡ ସଂକ୍ରମଣ ବିଷୟରେ ସେହି ସମସ୍ତଙ୍କୁ ଜଣାଇଛି, ଯେଉଁମାନଙ୍କୁ ମୁଁ ଏକ ସପ୍ତାହ ପୂର୍ବରୁ ଭେଟିଥିଲି। ଯଦି କେହି ମୋ ସମ୍ପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ। ଡବଲ୍ ମାସ୍କ ପିନ୍ଧନ୍ତୁ ଏବଂ ସମସ୍ତେ ସୁରକ୍ଷିତ ରୁହନ୍ତୁ।’

ସ୍ୱରା କ୍ୟାପସନରେ ଲେଖିଛନ୍ତି ‘ହେଲୋ କୋଭିଡ, ମୋର RT-PCR ଟେଷ୍ଟ ରେଜଲ୍ଟ ଆସିଛି ଏବଂ ଟେଷ୍ଟ ପଜିଟିଭ୍ ହୋଇଛି। ନିଜକୁ ଆଇସୋଲେସନ୍ କରିଛି। ଜ୍ୱର, ମୁଣ୍ଡବିନ୍ଧା ଏବଂ ସ୍ୱାଦର କ୍ଷମତା ଶେଷ ହେବା ଭଳି ଲକ୍ଷଣ ରହିଛି। ଡବଲ୍ ଭ୍ୟାକ୍ସିନ୍ ନେଇଛି, ତେବେ ଆଶା କରୁଛି ଶୀଘ୍ର ସବୁ ଠିକ୍ ହୋଇଯିବ। ସମସ୍ତେ ନିରାପଦରେ ରୁହନ୍ତୁ।’

ସୂଚନାଯୋଗ୍ୟ, ପୂର୍ବରୁ ନୋରା ଫତେହୀ, ମଲାଇକା, ଅର୍ଜୁନ କପୁର, ଏକତା କପୁର, ସୋନୁ ନିଗମ, ମହେଶ ବାବୁ, କରୀନା କପୁର ପ୍ରମୁଖ କରୋନାର ଶିକାର ହୋଇଥିଲେ।