ସ୍ୱରା ଭାସ୍କର ରାଜନୈତିକ କର୍ମୀ ଫହଦ୍‌ ଅହମଦଙ୍କୁ କଲେ କୋର୍ଟ ବିବାହ; ଭିଡିଓ ସେୟାର କରି କହିଲେ ଏମିତି କଥା

ବିବାହ କରିଛନ୍ତି ସ୍ୱରା ଭାସ୍କର। ନିଜର ପ୍ରେମିକ ତଥା ରାଜନୈତିକ କର୍ମୀ ଫହଦ୍‌ ଅହମଦଙ୍କ ହାତ ଧରିଛନ୍ତି ସ୍ୱରା। ଉଭୟେ କୋର୍ଟ ମ୍ୟାରେଜ କରିଥିବା ଜଣାପଡ଼ିଛି। ବିବାହ ପରେ ସ୍ୱରା ଏକ ଭିଡିଓ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି।

ସ୍ୱରା ଭାସ୍କର ଗତ କିଛି ଦିନ ହେବ ନିଜ ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‍ ସେୟାର କରି ନିଶ୍ଚିତ କରିଛନ୍ତି ଯେ ସେ ରାଜନୈତିକ କର୍ମୀ ଫହାଦ ଜିରାର ଅହମ୍ମଦଙ୍କ ସହିତ କୋର୍ଟ ବିବାହ କରିଛନ୍ତି। ଏହି କଥାର ସୂଚନା ଦେଇ ସ୍ୱରା ଫହଦଙ୍କ ପାଇଁ ଏକ ସ୍ପେଶାଲ ନୋଟ୍‌ ମଧ୍ୟ ସେୟାର କରିଛନ୍ତି।

ସ୍ୱରା ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨ ମିନିଟ୍‌ ୪ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି, ଯାହା ଜରିଆରେ ସେ କହିଛନ୍ତି ଯେ କେମିତି ଉଭୟେ ଏକସାଥୀରେ ଅନେକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ସ୍ୱର ଉଠାଇଥିଲେ ଏବଂ କିପରି ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ବଦଳି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି।

ତେବେ ଏହି ଭିଡିଓରେ କମେଣ୍ଟ କରି ସ୍ୱରା ଭାସ୍କରଙ୍କ ଫ୍ୟାନ୍‌ମାନେ ତାଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆପଣ ଦୁଇ ଜଣଙ୍କୁ ଶୁଭେଚ୍ଛା’। ଅନ୍ୟ ଜଣେ ଲେଖିଛନ୍ତି, ‘ଶୁଭେଚ୍ଛା ସୁନ୍ଦର କପଲ୍‌’। ଏହିପରି ଭାବେ ଫ୍ୟାନ୍‌ମାନେ ସ୍ୱରା ଓ ଫହଦଙ୍କୁ ବିବାହର ଶୁଭକାମନା ଜଣାଉଛନ୍ତି।

କହି ରଖୁଛୁ, ଏହା ପୂର୍ବରୁ ଲେଖକ ହିମାଂଶୁ ଶର୍ମାଙ୍କ ସହ ସ୍ୱରା ଭାସ୍କରଙ୍କ ରିଲେସନଶିପ୍‌ର ଖବର ସାମ୍ନାକୁ ଆସିଥିଲା। ଉଭୟେ ରାଂଝାଣା ଫିଲ୍ମର ସେଟ୍‌ରେ ପରସ୍ପରକୁ ଭେଟିଥିଲେ। ସ୍ୱରା ଓ ହିମାଂଶୁ ୫ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ।

 

View this post on Instagram

 

A post shared by Swara Bhasker (@reallyswara)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.