ଅଧା ବାଟରୁ ଚୋରି ହୋଇଗଲା ସ୍ଵରା ଭାସ୍କରଙ୍କ ଜିନିଷ…. ଟ୍ୱିଟ କରି କହିଲେ ଏମିତି କିଛି

ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହୁଥିବା ସ୍ୱରା ଭାସ୍କରଙ୍କୁ ନେଇ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏଥର କିନ୍ତୁ କୌଣସି ରାଜନୈତିକ ଘଟଣାରେ ମନ୍ତବ୍ୟ ଦେବାକୁ ନୁହେଁ | ନିଜର କିଛି ଜିନିଷ ଚୋରି ହେବାକୁ ନେଇ ଵ୍ୟସ୍ତ ଅଛନ୍ତି ସ୍ୱରା । ଏହି ଘଟଣାକୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିବା ସହିତ କ୍ୟାବ ଡ୍ରାଇଭର ତଥା ସେମାନଙ୍କ କମ୍ପାନୀ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି । ପ୍ରକୃତରେ ସ୍ୱରା ଲସ ଏଞ୍ଜେଲେସ ଠାରେ ନିକଟସ୍ଥ ଏକ ଦୋକାନରୁ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣି ଆଣୁଥିଲେ । ଯାହାକୁ ଜଣେ ଉବର ଡ୍ରାଇଭର ନେଇ ପଳାଇଛନ୍ତି । ୟୁଜର୍ସ ମାନେ ଶୋରଙ୍କ ମଜାକ ଉଡାଇବା ସହିତ ଏହାକୁ ସ୍ୱରାଙ୍କ କର୍ମର ଫଳ ବୋଲି ମଧ୍ୟ କହିଛନ୍ତି ।

ସ୍ୱରା ଏହା ମଧ୍ୟ ଲେଖିଛନ୍ତି – ଆପଣଙ୍କର ଜଣେ ଡ୍ରାଇଭର ମୋର ସବୁ ଜିନିଷ ପତ୍ର ନେଇ କୁଆଡେ ପଳେଇଚନ୍ତି । ଆପଣଙ୍କର ଆପରେ ବି ଅଭିଯୋଗ ଦାୟର କରିବା ନେଇ ମଧ୍ୟ କୌଣସି ବଟନ ନାହିଁ । ସ୍ୱରା ଏହା ମଧ୍ୟ କହିଛନ୍ତିକି- ଇଏ କୌଣସି ହଜିଲା ଭଳି ବସ୍ତୁ ନୁହେଁ | ସେ ମୋ ଜିନିଷ ପତ୍ର ଚୋରି କରି ନେଇଛନ୍ତି | କଣ ମୋତେ ମୋ ଜିନିଷ ପତ୍ର ପୁଣି ଥରେ ମିଳିପାରିବ । ସ୍ୱରାଙ୍କ ଏହି ଟ୍ୱିଟ ଉପରେ ଭିନ୍ନ ଭିନ୍ନ କମେଣ୍ଟ ମାନ ଆସିବାରେ ଲାଗିଛି । ଜଣେ ୟୁଜର ତ ଏମିତି ଲେଖିଛନ୍ତିକି କୌଣସି କ୍ୟାବ ଡ୍ରାଇଭରଙ୍କ ଉପରେ ଜମା ବି ଭରୋସା କରନ୍ତୁ ନାହିଁ । ମାଗଣାରେ ଜିନିଷ ପାଇବାକୁ ଏମାନେ କିଛି ବି କରିପାରନ୍ତି । ଯେବେକି ଆଉ ଜଣେ ଲେଖିଛନ୍ତିକି- ଦୟାକରି ଏମାନଙ୍କୁ ଜବାବ ଦେବାକୁ ଚେଷ୍ଟା କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.