ସ୍ୱରା ଭାସ୍କରଙ୍କ ଘରେ ପଶିଲା କରୋନା, ମା’ ଓ କୁକ୍‌ ହେଲେ କୋଭିଡ୍‌ ସଂକ୍ରମିତ

ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ। ପ୍ରତିଦିନ ନୂଆ ନୂଆ ରୋଗୀ ଏବଂ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଯେପରି ବଢ଼ିଚାଲିଛି, ତାହାକୁ ନେଇ ସ୍ଥିତି ବର୍ତ୍ତମାନ ଜଟିଳ ରହିଛି। କେତେକ ରାଜ୍ୟରେ କର୍ଫ୍ୟୁ ଲଗାଯାଇଛି, ତ ସେପଟେ ମହାରାଷ୍ଟ୍ରରେ ୧୫ ଦିନର ମିନି ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଘରେ ପଶିଛି କରୋନା ଭାଇରସ୍‌। ଖବରରୁ ଜଣାପଡ଼ିଛି, ସ୍ୱରାଙ୍କ ମା’ ଓ କୁକ୍‌ ଦୁଇଜଣ ଯାକ କୋଭିଡ୍‌ରେ ସଂକ୍ରମିତ ହୋଇଛନ୍ତି।

ଏ ନେଇ ସ୍ୱରା ଟ୍ଵିଟ୍‌ରେ ସୂଚନା ଦେଇ ଲେଖିଛନ୍ତି, ‘କରୋନା ଭାଇରସ୍‌ ଆମ ଘରେ ପଶିଛି। ମୋ ମୋ’ ଓ ଆମ କୁକ୍‌କୁ କରୋନା ହୋଇଛି। ଆମେ ସମସ୍ତେ ଦିଲ୍ଲୀ ବାଲା ଘରେ ଅଲଗା ଅଲଗା ଭାବେ ଆଇସୋଲେଟ୍‌ ହୋଇଯାଇଛୁ’। ସ୍ୱରାଙ୍କ ଏହି ଟ୍ଵିଟ୍‌ ପରେ ଫ୍ୟାନମାନେ ଦୁଇଜଣଙ୍କର ଆରୋଗ୍ୟ କାମନା କରିଛନ୍ତି।

ତେବେ ସ୍ୱରା ଟ୍ଵିଟ୍‌ କରି ଲୋକଙ୍କୁ ଘରେ ରହିବାକୁ ବି ଅପିଲ କରିଛନ୍ତି। ସେ କହିଛନ୍ତି, ‘ସମସ୍ତେ ଡବଲ ମାସ୍କ ପିନ୍ଧନ୍ତୁ ଏବଂ ଘରେ ରୁହନ୍ତୁ’। ଏଥିସହିତ ସେ ହାତ ଯୋଡ଼ିଥିବା ଇମୋଜି ଶେୟାର କରିଛନ୍ତି। କହି ରଖୁଛୁ, ଶନିବାର ବଲିଉଡ୍‌ ଅଭିନେତା ନୀଲ ନିତିନ ମୁକେଶ ଓ ଅର୍ଜୁନ ରାମପାଲ କରୋନା ସଂକ୍ରମିତ ମିଳିବା ପରେ ନିଜକୁ କ୍ୱାରେଣ୍ଟିନ କରି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.