ବାହା ନ ହୋଇ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର, କହିଲେ ‘ମୁଁ ଆଉ ଅପେକ୍ଷା କରିପାରିବିନି’

ଫିଲ୍ମ ହେଉ ଅବା ବ୍ୟକ୍ତିଗତ ଜୀବନରେ ବେଶ୍‌ ଚର୍ଚ୍ଚିତ ରହିଥାନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ହେଲେ ବର୍ତ୍ତମାନ ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି କି, ସେ ବାହା ନ ହୋଇ ଏବେ ମା’ ହେବାକୁ ଯାଉଛନ୍ତି। ସେ ସିଙ୍ଗିଲ ମଦର ହେବା ପାଇଁ ସ୍ଥିର କରିଛନ୍ତି। ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସ୍ୱରା ବାହା ହେବାକୁ ଚାହୁଁନାହାନ୍ତି। କିନ୍ତୁ ମା’ ହେବାକୁ ଇଚ୍ଛା ରଖିଛନ୍ତି। ତେଣୁ ସ୍ୱରା ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ ଦେଶରେ ଏଭଳି ଅନେକ ପିଲା ଅଛନ୍ତି, ଯେଉଁମାନେ କି ଅନାଥ ଆଶ୍ରମରେ ରହୁଛନ୍ତି ବୋଲି ସେ କହିଛନ୍ତି।

ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ସ୍ୱରା ସେଣ୍ଟ୍ରାଲ ଆଡ୍ପସନ ରିସୋର୍ସ ଅଥରିଟିରେ ଆପ୍ଲାଏ କରିଛନ୍ତି। ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ସ୍ୱରା। ଏହା ସହ ସେ କହିଛନ୍ତି କି ଆଡପସନ ଏକ ଏଭଳି ରାସ୍ତା, ଯାହାକୁ ଆପଣାଇ ନିଜ ସ୍ୱପ୍ନ ପୂରା କରିପାରିବି । ‘ଆମ ଦେଶରେ ଏକାକି ମହିଳାଙ୍କୁ ଛୁଆ ଆଡପ୍ଟ କରିବା ପାଇଁ ଅନୁମତି ମିଳୁଛି, ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରୁଛି। ଏହି ପ୍ରକ୍ରିୟା ଦୀର୍ଘକାଳୀନ ହୋଇପାରେ କିନ୍ତୁ ମା’ ହେବା ପାଇଁ ଆଉ ମୁଁ ଅପେକ୍ଷା କରିପାରିବି ନାହିଁ।’ ସେପଟେ ସ୍ୱରାଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ନିଷ୍ପତ୍ତିକୁ ତାଙ୍କ ବାପା ମା ସପୋର୍ଟ କରୁଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ସ୍ୱରାଙ୍କ ଫିଲ୍ମ ‘ଶିର-କୋରମା’ ରିଲିଜ ହେବ। ଏଥିରେ ସ୍ୱରାଙ୍କୁ ଜଣେ ସମଲିଙ୍ଗୀ ମହିଳା ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟ୍‌ରେ ଦିବ୍ୟା ଦତ୍ତା ନଜର ଆସିବେ। କେବଳ ସେତିକି ନୁହେଁ ଶବାନା ଆଜମୀଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.