ରାହୁଲଙ୍କୁ ସ୍ୱରା କହିଲେ “ସ୍ଵିଟ”, କାହିଁକି ଜାଣନ୍ତୁ

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ବୁଧୁବାର ପୁଡୁଚେରୀ ଗସ୍ତରେ ଯାଇଥିଲେ । ଏପ୍ରିଲ- ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାହୁଲ ଏହି ଗସ୍ତ କରିଥିବା ଜଣାଯାଇଛି । ଏଠିକା ଛାତ୍ର ମାନଙ୍କୁ ବି ରାହୁଲ ସମ୍ଭୋଦ୍ଧିତ କରିଛନ୍ତି । ଏହି ସମ୍ବୋଧନ ସମୟରେ ଜଣେ ଛାତ୍ର ରାହୁଲଙ୍କୁ ସାର ବୋଲି ସମ୍ବୋଧନ କରିଥିବା ବେଳେ ରାହୁଲ କହିଥିଲେକି, ମୋ’ ନା ସାର ନୁହେଁ । ମୋ ନା ରାହୁଲ ତେଣୁ ମୋତେ ରାହୁଲ କହି ସମ୍ବୋଧିତ କରନ୍ତୁ ।

ରାହୁଲଙ୍କ ମୁହଁରୁ ଏତିକି ଶୁଣି ଛାତ୍ର ମାନେ ଉତ୍ସାହିତ ହୋଇଯାଇଥିଲେ । ରାହୁଲଙ୍କ ଏହି ଜବାବ ସମସ୍ତଙ୍କର ଯେମିତି ଖୁବ ପସନ୍ଦ ଆସିଛି । ଆଉ କହିଥିଲେକି ତାହେଲେ ଆମେ ଆପଣଙ୍କୁ ରାହୁଲ ଆନା କହି ସମ୍ବୋଧନ କରିବୁ । ରାହୁଲଙ୍କ ଏହି ଭିଡିଓଟି ଖୁବ ଭାଇରାଲ ହେଉଥିବା ବେଳେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଏହାକୁ ଟ୍ୱିଟ କରିଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତିକି- “ସ୍ଵିଟ” । ସ୍ୱରାଙ୍କ ଏହି ଟ୍ୱିଟ ଉପରେ ଅନେକ ପ୍ରତିକ୍ରିୟା ଆସୁଛି ।

ସୂଚନାରୁ ଜଣାଯାଇଛିକି, ଏହି ଗସ୍ତ ସମୟରେ ରାହୁଲ କିଛି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମଧ୍ୟ ଦେଖା କରିଛନ୍ତି । ଆଉ ଏହି ସମୟରେ ରାହୁଲ ତାଙ୍କୁ “ସମୁଦ୍ର କା କିଶାନ” କହି ସମ୍ବୋଧନ କରିଛନ୍ତି । ସେମାନଙ୍କ କାମରେ ଅନେକ ବାଧାବିଘ୍ନ ଆସିଥିଲେ ବି ସେମାନେ ପଛଘୁଞ୍ଚା ନ ଦେଇ ନିର୍ଡର ହୋଇ ନିଜ କାମ କରିଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.