ବିଶ୍ୱ ରେକର୍ଡ : T-Series କରିଥିଲା ଭାରତର ପ୍ରଥମ You Tube ଚ୍ୟାନେଲ, ଯାହାର ଥିଲେ ୨୦୦ ମିଲିୟନରୁ ଅଧିକ ସବସ୍କ୍ରାଇବର୍ସ

ସମୟ ଥିଲା ଭଜନ କହିଲେ କେବଳ ଟି-ସିରିଜ ହିଁ କେବଳ ସାମନାକୁ ଆସୁଥିଲା । ଯେଉଁଠି ଶୁଣିବେ କେବଳ ଟି- ସିରିଜର ଭଜନ । ଅବଶ୍ୟ ଆଜି ଗୁଲସନ କୁମାରଙ୍କ ମୃତ୍ୟୁ ପରେ ଏହା ଟିକେ କମିଯାଇଛି । ହେଲେ ଏବେ ବି ଏହା ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଏତେ ସବସ୍କ୍ରାଇବର ଥିବା ଅନ୍ୟ କୌଣସି ୟୁ-ଟବ ଚ୍ୟନେଲ ଆଉ ସୃଷ୍ଟି ହୋଇ ନାହାଁନ୍ତି । T-Series ଏକ ନୂଆ ରେକର୍ଡ ହାସଲ କରିଛି ।

ଏହାର You Tube ଚ୍ୟାନେଲ ସାରା ବିଶ୍ୱରେ ସବୁଠୁ ଅଧିକ ସବସ୍କ୍ରାଇବର୍ସ ବାଲା ଚ୍ୟାନେଲ ଭାବେ ମାନ୍ୟତା ପାଇଛି । ଯାହାର ସବସ୍କ୍ରାଇବର୍ସ ଅଛନ୍ତି ୨୦୦ ମିଲିୟନ ବା ୨୦ କୋଟିରୁ ଅଧିକ । ଯାହାକି ଦୁନିଆର କୌଣସି ବି You Tube ଚ୍ୟାନେଲ ତୁଳନାରେ ଅଧିକ ରହିଛି ।

courtesy  : T-Series

ପ୍ରକାଶଯୋଗ୍ୟ ଯେ ୧୯୮୩ ରେ ସଂଗୀତକାର ଗୁଲସନ କୁମାର T-Series ମ୍ୟୁଜିକ କମ୍ପାନୀ ସ୍ଥାପନ କରିଥିଲେ । ଏହା ଦେଶର ସବୁଠୁ ବଡ଼ ମ୍ୟୁଜିକ କମ୍ପାନୀ ଭାବେ ପ୍ରତିଷ୍ଠିତ ହୋଇଥିଲା । ଆଜି ବି ଏହା ସର୍ବଶ୍ରେଷ୍ଠ ମ୍ୟୁଜିକ କମ୍ପାନୀ ଭାବେ ନିଜକୁ ସାମିଲ କରିଛି । କମ୍ପାନୀ T-Series ଏବେ ବି ସର୍ବଶ୍ରେଷ୍ଠ You Tube ଚ୍ୟାନେଲ ଭାବେ ଇତିହାସ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.