ମନୋରଂଜନ

ସାମ୍ନାକୁ ଆସିଲା ତାପସୀ ଓ ମାଥିଆସଙ୍କ ବିବାହର ପ୍ରଥମ ଭିଡିଓ, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ଭିନ୍ନ ଲୁକ୍

ଗତ କିଛି ଦିନ ହେବ ବଲିଉଡର ଦମ୍‌ଦାର ଅଭିନେତ୍ରୀ ତାପସୀ ପନ୍ନୁ ହେଡଲାଇନରେ ରହିଛନ୍ତି । ସିକ୍ରେଟ୍‌ ମ୍ୟାରେଜ୍‌ ଯୋଗୁ ତାପସୀ ପନ୍ନୁ ଚର୍ଚ୍ଚାରେ ଅଛନ୍ତି । ତେବେ ‘ବେବି’, ‘ପିଙ୍କ’, ‘ମନମାରଜିଆନ୍’, ‘ଡଙ୍କି’ ଭଳି ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ଜଣାଶୁଣା ଏହି ଅଭିନେତ୍ରୀ ତାଙ୍କ ବିବାହର ଅନେକ ଦିନ ପରେ ମଧ୍ୟ ତାଙ୍କ ବିବାହ କଥା ଘୋଷଣା କରିନାହାଁନ୍ତି । ସେ କୌଣସି ଫଟୋ କିମ୍ବା ଭିଡିଓ ପୋଷ୍ଟ କରିନାହାଁନ୍ତି, କିନ୍ତୁ ତାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଅଭିନେତ୍ରୀଙ୍କ ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଅଭିନେତ୍ରୀଙ୍କର ଏକ ଭିନ୍ନ ଷ୍ଟାଇଲ୍‌ରେ ମ୍ୟାରେଜ ହେଉଥିବାର ଦେଖିବାକୁ ମିଳିଛି, ଯାହା ଅନ୍ୟ ଷ୍ଟାରଙ୍କ ବିବାହଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ kuldeep kaurରେ ସେୟାର କରାଯାଇଛି । ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ତେବେ ସେହି ଭିଡିଓରେ ଆପଣ ଦେଖିପାରିବେ ଯେ ତାପସୀ ପନ୍ନୁ ଏକ ସୁନ୍ଦର ଲାଲ ଅନାରକଲି ସୁଟ ପିନ୍ଧିବା ସହ ଭାରୀ ଅଳଙ୍କାର, କଲିରେ ପିନ୍ଧି, ଡ୍ୟାନ୍ସ କରି ବ୍ରାଇଡାଲ୍ ଏଣ୍ଟ୍ରି କରୁଥିବାର ନଜର ଆସିଛନ୍ତି । ସେଠାରେ ତାଙ୍କ ସାଙ୍ଗ ଏବଂ ପରିବାର ମଧ୍ୟ ଏଞ୍ଜଏ କରୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ତାଙ୍କ ବୟଫ୍ରେଣ୍ଡ ମାଥିଆସ ବୋ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ । ବ୍ୟାଡମିଣ୍ଟନ ଖେଳାଳି ବେଜ କଲର ଶେରୱାନି, ପଗଡି ଏବଂ ସେହରା ମଧ୍ୟ ପିନ୍ଧିଥିଲେ । ଭିଡିଓରେ ଏପରି ମଧ୍ୟ ଦେଖିବାକୁ ମିଳିଛି ଯେ, ସେ ତାପସୀଙ୍କ ହାତ ଧରି ତାଙ୍କୁ ମଞ୍ଚକୁ ଆଣିଥିଲେ, ଯାହା ପରେ ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇଥିଲେ । ଏହା ପରେ ଦୁହେଁ ଡ୍ୟାନ୍ସ କରିଥିଲେ ଏବଂ ପରେ ମଞ୍ଚରୁ ଓହ୍ଲାଇଥିଲେ । କେବଳ ଏତିକି ନୁହେଁ ମାଥିଆସ୍ ତାଙ୍କ ବିବାହ ପୋଷାକରେ ସାଇକେଲରେ ବସିବା ସହ ତାପସୀ ମଧ୍ୟ ତାଙ୍କ ପାଖରେ ଠିଆ ହୋଇଥିବା ନଜର ଆସିଛନ୍ତି । ଏହା ପରେ ଉଭୟ ସାଇକେଲରେ ବିଦାୟ ନେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ତେବେ ଯଦି ଆମେ ତାପସୀଙ୍କ ବ୍ରାଇଡାଲ୍ ଲୁକ୍ କଥା କହିବା, ତାହେଲେ ବିବାହ ପାଇଁ ସମସ୍ତ ବଲିଉଡ ହିରୋଇନ୍‌ମାନେ ଡିଜାଇନର୍ ଲେହେଙ୍ଗା ପିନ୍ଧିଥିବାବେଳେ ତାପସୀ ତାଙ୍କ ବିବାହ ପାଇଁ ଏକ ଭାରୀ ଅନାରକଲି ସୁଟ୍ ପିନ୍ଧିଥିଲେ । ତାପସୀ ପନ୍ନୁ ବେଜ ଏବଂ ପିଙ୍କ ଯୁଗରେ ଏକ ଲାଲ ଯୋଡି ବାଛିଥିଲେ । ଏହା ବ୍ୟତୀତ ଏହି କପଲ୍‌ଙ୍କ ବିବାହ ଏକ ନିଆରା ଷ୍ଟାଇଲ୍‌ରେ ହୋଇଥିଲା ଏବଂ ରୀତିନୀତି ମଧ୍ୟ ଅଲଗା ଥିଲା । ତେବେ ଏହି ଦମ୍ପତିଙ୍କ ବିବାହର କିଛି ଫଟୋ ଭାଇରାଲ ହେବାପରେ ତାପସୀଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା । ଏହି ଫଟୋରେ ତାଙ୍କ ଫିଲ୍ମର ଷ୍ଟାରମାନେ ମଧ୍ୟ ନଜର ଆସିଥିଲେ । ଏହା ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ମାଥିଆସ୍ ବୋଙ୍କ ସହ ହୋଲିରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଥିଲେ ।

ସୂଚନା ମୁତାବକ, ତାପସୀ ପନ୍ନୁଙ୍କ ବୟଫ୍ରେଣ୍ଡ ମାଥିଆସ୍ ବୋ ଜଣେ ବିଦେଶୀ, ସେ ଡେନମାର୍କର ବାସିନ୍ଦା । ତେବେ ଫିଲ୍ମ ଦୁନିଆ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ, ବରଂ ସେ ଜଣେ ବ୍ୟାଡମିଣ୍ଟନ ଖେଳାଳି । ୨୦୧୨ ଅଲିମ୍ପିକ୍ସରେ ମ୍ୟାନ୍‌ ଡବଲ୍ସରେ ମାଥିଆସ୍ ସିଲ୍‌ଭର ମେଡଲ ଜିତିଛନ୍ତି । ଏହି ଖେଳ ମାଧ୍ୟମରେ ଉଭୟଙ୍କର ମଧ୍ୟ ସାକ୍ଷାତ ହୋଇଥିଲେ । ୨୦୧୩ ମସିହାରେ ଇଣ୍ଡିଆନ୍ ବ୍ୟାଡମିଣ୍ଟନ୍ ଲିଗ୍ ଚାଲିଥିଲା, ଯେଉଁଥିରେ ମାଥିଆସ୍ ଲକ୍ଷ୍ନୌ ଟିମ୍‌ ଆୱାଡ୍ ୱାରିୟର୍ସରୁ ଥିବା ବେଳେ ତାପସୀ ଚାମ୍ପିଅନ୍ ହାଇଦ୍ରାବାଦ ହଟ୍ସଟ୍ସର ବ୍ରାଣ୍ଡ୍ ଆମ୍ବାସାଡର ଥିଲେ । ଉଭୟଙ୍କ ଲଭ୍‌ ଷ୍ଟୋରି ଏଠାରୁ ଆରମ୍ଭ ହୋଇଥିଲା । ଏମାନେ କିଛି ବର୍ଷ ଧରି ଡେଟିଂ କରିବା ପରେ ଦୁହେଁ ଏବେ ବିବାହ କରିଛନ୍ତି ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago